୨୦୨୩ ଏପ୍ରିଲ ୧ରୁ ଦେଶର ସବୁ ସହରରେ ଉପଲବ୍ଧ ହେବ E20 ପେଟ୍ରୋଲ, ଜାଣନ୍ତୁ କେମିତି ହେବ ସମ୍ଭବ

ଆସନ୍ତା ବର୍ଷ ଏପ୍ରିଲ ୧ରୁ ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ଦଶ ପ୍ରତିଶତ ଇଥାନଲ୍‌ ବ୍ଲେଣ୍ଡିଙ୍ଗ୍‌ ଯୁକ୍ତ (ମିଶ୍ରିତ) E10 ପେଟ୍ରୋଲ ଉପଲବ୍ଧ ହେବ। ସରକାର ୨୦୨୫ ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍‌ ବ୍ଲେଣ୍ଡିଙ୍ଗର ଲକ୍ଷ୍ୟ ରଖିଛନ୍ତି, କିନ୍ତୁ ଅନୁମାନ କରାଯାଉଛି କି, ୨୦୨୩ ଏପ୍ରିଲ ୧ରୁ ହିଁ E20 ଆରମ୍ଭ ହୋଇଯିବ। ବର୍ତ୍ତମାନ ସମୟରେ ଦେଶରେ ୮୦ ପ୍ରତିଶତ ପେଟ୍ରୋଲ ପମ୍ପ ଉପରେ E10 ପେଟ୍ରୋଲ ଉପଲବ୍ଧ ରହିଛି। ସରକାରଙ୍କ କହିବା ହେଲା, ଏହାଦ୍ୱାରା ଚିନି ରପ୍ତାନୀ ସବ୍‌ସିଡିକୁ କମ୍‌ କରିବାରେ ସହାୟତା ମିଳିବ। E20 ଇନ୍ଧନ ୨୦ ପ୍ରତିଶତ ଇଥାନଲ୍‌ ମିଶ୍ରିତ ୮୦ ପ୍ରତିଶତ ପେଟ୍ରୋଲ ହୋଇଥାଏ। ଭାରତରେ ବର୍ତ୍ତମାନ ବିକ୍ରି ହେଉଥିବା ପେଟ୍ରୋଲରେ ପାଖାପାଖି ଅଧା ଭାଗରେ ୧୦ ପ୍ରତିଶତ ଇଥାନଲ୍‌ (E10) ରହିଛି।

ପେଟ୍ରୋଲିୟମ୍‌ ସଚିବ ତରୁଣ କପୁର କହିଛନ୍ତି କି, ୨୦୨୫ରେ ପଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍‌ ବ୍ଲେଣ୍ଡିଙ୍ଗ୍‌ ପାଇଁ ୧ ହଜାର କୋଟି ଲିଟର ଇଥାନଲ୍‌ ଆବଶ୍ୟକ ହେବ। ଇଥାନଲ୍‌ ଅନ୍ୟାନ୍ୟ ଉତ୍ପାଦରେ ମଧ୍ୟ ବ୍ୟବହାର କରାଯାଇଥାଏ। ଏଥିପାଇଁ ମନ୍ତ୍ରାଳୟ ୨୦୨୫ ସୁଦ୍ଧା ୧୫୦୦ କୋଟି ଲିଟର ଇଥାନଲ୍‌ ଉତ୍ପାଦନ କ୍ଷମତାର ଲକ୍ଷ୍ୟ ରଖିଛି, ଯେପରି ପେଟ୍ରୋଲରେ ୨୦ ପ୍ରତିଶତ ବ୍ଲେଣ୍ଡିଙ୍ଗ୍‌ ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ଇଥାନଲ୍‌ର ଉପଲବ୍ଧତା ବଜାୟ ରହି ପାରିବ। କହି ରଖୁଛୁ, ଯାନବାହନଗୁଡ଼ିକରେ ଇଥାନଲ୍‌ ମିଶ୍ରିତ ପେଟ୍ରୋଲ ବ୍ୟବହାର କରିବାରେ ବହୁତ ଲାଭ ମିଳିଥାଏ। ଏହାଦ୍ୱାରା ପ୍ରଦୂଷଣ ମାତ୍ରା ନିଶ୍ଚିତ ରୂପେ କମିଥାଏ।

ତରୁଣ କପୁର କହିଥିଲେ କି, ଇଥାନଲ୍‌ର ହାରାହାରି ମୂଲ୍ୟ ପ୍ରାୟ ୫୭ ଟଙ୍କା। ଏମିତିରେ ୨୦୨୫ରେ ଘରୋଇ ବଜାରରେ ୫୦ ହଜାର କୋଟି ଟଙ୍କା ଆସିବ। ତାଙ୍କ କହିବା ମୁତାବକ, ଇଥାନଲ୍‌ ବ୍ଲେଡିଙ୍ଗ୍‌ରୁ ଅଶୋଧିତ ତୈଳ ଆମଦାନୀରେ ଅଧିକ ପରିବର୍ତ୍ତନ ଆସିବ ନାହିଁ। କାହିଁକିନା, ସେହି ସମୟ ପର୍ଯ୍ୟନ୍ତ ଆମର ତୈଳର ଡିମାଣ୍ଡ ମଧ୍ୟ ବଢ଼ି ଯାଇଥିବ। କିନ୍ତୁ ଆମେ ଆମଦାନୀରେ ବୃଦ୍ଧିକୁ ଅନେକ ମାତ୍ରାରେ ସ୍ଥିର ରଖିବାରେ ସଫଳ ହେବୁ। ସେପଟେ ପ୍ରଦୂଷଣ ବି କମ୍‌ ହେବ।

ସେ କହିଥିଲେ, ୨୦୨୫ରେ ୨୦ ପ୍ରତିଶତ ଇଥାନଲ୍‌ ବ୍ଲେଣ୍ଡିଙ୍ଗ୍‌ ପାଇଁ ଅତିରିକ୍ତ ଚିନି, ନଷ୍ଟ ହୋଇଯାଇଥିବା ଚାଉଳ କିମ୍ବା ମକ୍କା ବ୍ୟବହାର କରାଯିବ। ଦେଶର ଖାଦ୍ୟ ସୁରକ୍ଷା ଆଧାରରେ ଇଥାନଲ୍‌ର ଉତ୍ପାଦନ କରାଯିବ ନାହିଁ। ଅତିରିକ୍ତ ଚିନିରୁ ଇଥାନଲ୍‌ ବନାଇବା ଦ୍ୱାରା ଚାଷୀ ଏବଂ ଚିନ ମିଲ୍‌ଗୁଡ଼ିକ ବିଶେଷ ଉପକୃତ ହେବେ। ଭାରତ ସରକାର ଦାବି କରିଛନ୍ତି କି, ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍‌ ପ୍ରାପ୍ତ କରିବା ଲକ୍ଷ୍ୟ ଦ୍ୱାରା କୃଷି କ୍ଷେତ୍ରକୁ ସାହାଯ୍ୟ ମିଳି ପାରିବ। ବର୍ତ୍ତମାନ ସମୟରେ ସରକାର ଅତିରିକ୍ତ ଚିନି ରପ୍ତାନି ପାଇଁ ମିଲ୍‌ଗୁଡ଼ିକୁ ସବ୍‌ସିଡି ପ୍ରଦାନ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.