ଥଣ୍ଡା ଥଣ୍ଡା ପାଗରେ ଘରେ ପ୍ରସ୍ତୁତ କରି ଖାଆନ୍ତୁ “ସୁଜି ଉତପମ”, ପାଟିରୁ ଛାଡିବନି

ଜଳଖିଆ ସମୟରେ କିଛି ନୂଆ ନୂଆ ହଟକେ ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ଇଚ୍ଛା ହୁଏ । ଆଉ କର୍ମବହୁଳ ଜୀବନରେ କେଉଁଟା କମ ସମୟରେ ସହଜରେ ବନାଯାଇ ପାରିବ ସେନେଇ ସମସ୍ତେ ଚିନ୍ତାରେ ଥାନ୍ତି । ତେବେ ଆପଣ ସୁଜିରେ ତିଆରି ଉପମା ଆଦି ତ ନିୟମିତ ଖାଉଥିବେ । ହାଲୁଆ ଆଦି ବି ଖାଉଥିବେ । କିନ୍ତୁ ଏହି ସୁଜିରେ ତିଆରି ଉତ୍ପମ ଥରେ ଖାଇ ଦେଖନ୍ତୁ ତ । ଏହା ଖୁବ ସହଜରେ ବନଯାଇ ପାରିବା ସହିତ ସ୍ୱାଦିଷ୍ଟ ବି ଲାଗିବ ।

ଲେଖିରଖନ୍ତୁ ଆବଶ୍ୟକ ହେଉଥିବା ସାମଗ୍ରୀ:

ଗୋଟେ କପ ସୁଜି

ଅଧା କପ ଦହି

ଗୋଟେ ପିଆଜ କଟା ଯାଇଥିବା

ଗୋଟେ ଟମାଟୋ

suji utpam

୨ ଟି ଲଙ୍କା

କିଛି ଧନିଆ ପତ୍ର କଟା ଯାଇଥିବା

୨ଚାମଚ ତେଲ

ସ୍ୱାଦ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ସୁଜି, ଦହି, ଲୁଣ ସହ ଅଧ କପ ପାଣିକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏବେ ଏକ ଫ୍ଲାଟ ପ୍ୟାନକୁ ଚୁଲିରେ ବସାନ୍ତୁ । ସେଥିରେ କିଛି ତେଲ ଦିଅନ୍ତୁ ।

ଏବେ ସେଥିରେ ପୂର୍ବରୁ ପ୍ରସ୍ତୁତ ଆଣକୁ ଢ଼ାଳି ଚକୁଳି ଭଳି ଗୋଲ ଆକାର ଦିଅନ୍ତୁ । ଏବେ ତା ଉପରେ କଟା ଯାଇଥିବା ପିଆଜ, ଲଙ୍କା, ଧନିଆ ପତ୍ର ଆଦି ଦେଇଦିଅନ୍ତୁ । ଏବେ ତା ଉପରେ କଟା ଯାଇଥିବା ଟମାଟୋ ଦେଇ ଦିଅନ୍ତୁ । ତାର ଚାରିପାଖରେ କିଛି କିଛି ତେଲ ଦିଅନ୍ତୁ । ଚାରିପାଖ କୁରକୁରା ହୋଇଆସିଲେ ତାୱାରୁ ସହଜରେ ଛାଡ଼ିଯିବ ।

ଖଡ଼ିକା ସାହାଯ୍ୟରେ ପିଠାକୁ ଉଠାଇ ଦିଅନ୍ତୁ । ୩୦  ସେକେଣ୍ଡ ପାଇଁ ରଖି ଏହି ତାରିକରେ ବାକି ଆଣରେ ପିଠା ପ୍ରସ୍ତୁତ କରନ୍ତୁ ।

ପୋଦିନା କିମ୍ବା ଅନ୍ୟ ଚଟଣି ସହିତ ପିଠା ଖାଇବାକୁ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.