Below header

ଜାଲିୱାନାଓ୍ଵାଲାବାଗ ଗଣହତ୍ୟାକୁ ପୂରିଲା ଶହେ ବର୍ଷ , ବ୍ରିଟିସ ଗୁଳିରେ ଟଳିପଡିଥିଲେ ହଜାର ଲୋକ

ପଞ୍ଜାବ ଜାଲିୱାନାଓ୍ଵାଲାବାଗ ଗଣହତ୍ୟାକୁ ପୂରିଲା ଶହେ ବର୍ଷ । ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ବ୍ରିଟିସ ସେନାର ଗୁଳିମାଡରେ ଟଳିପଡିଥିଲେ ଏକ ହଜାର ଲୋକ । ୧୫ଶହରୁ ଅଧିକ ଗୁରୁତର ଆହାତ ହୋଇଥିଲେ । ଆଜି ୧୦୦ ବର୍ଷ ପୁର୍ତ୍ତି ଅବସରରେ ଗୁଳିମାଡ଼ ସ୍ଥଳରେ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଛି । ଏହି ଘଟଣାରେ ବ୍ରିଟେନ ସରକାର କ୍ଷମା ମାଗିବାକୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଦାବି କରିଛନ୍ତି ।

jaliwala

୧୯୧୯ ମସିହା ଏପ୍ରିଲ ୧୩ ତାରିଖ । ପଞ୍ଜାବ ଜାଲିୱାନାଓ୍ଵାଲାରେ ଘଟିଥିଲା ଅଭାବନୀୟ ଘଟଣା । ଶାନ୍ତିପୁର୍ଣ୍ଣଭାବେ ସଭାର ଆୟୋଜନ କରିଥିଲେ ସ୍ଥାନୀୟ ଲୋକ । ଏହି ସମୟରେ ବ୍ରିଟିସ ସେନାର ବ୍ରିଗେଡିୟର ଜେନେରାଲ ଡାୟାର ଗୁଳିମାଡ ନିର୍ଦେଶ ଦେଇଥିଲେ । ଟଳି ପଡିଥିଲେ ହଜାରେ ଲୋକ । କିଛି ଲୋକ ନିକଟରେ ଥିବା କୂଅ ଭିତରକୁ ଡେଇଁ ପଡିଥିଲେ । ୧୫ଶହରୁ ଅଧିକ ଗୁରୁତର ଆହତ ହୋଇଥଲେ । ଗଣହତ୍ୟାକୁ ଆଜି ୧୦୦ ବର୍ଷ ପୁର୍ତ୍ତି ହୋଇଛି । ଏହି ଅବସରରେ ଗୁଳିମାଡ଼ ସ୍ଥଳରେ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଛି । ପଞ୍ଜାବ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଘଟଣାରେ ବ୍ରିଟେନ ସରକାର କ୍ଷମା ମାଗିବାକୁ ଅମରିନ୍ଦର ଦାବି କରିଛନ୍ତି । ସେପଟେ ଜାଲିୱାନାବାଗ ଗୁଳିମାଡ ଘଟଣା ଏକ ଦୁଃଖଦ ଘଟଣା ଥିଲା । ଭାରତ ଓ ବ୍ରିଟେନ ସଂପର୍କରେ ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ବ୍ରିଟିସ ପ୍ରଧାନମନ୍ତ୍ରୀ ଥେରସା ମେ କହିଛନ୍ତି ।

jalianb

ସେପଟେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଟୁଇଟ କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ନିରୀହ ଜନତାଙ୍କ ଜୀବନ ବ୍ୟର୍ଥ ହେବ ନାହିଁ ଭାରତ ଏହି ଦେଶଭକ୍ତଙ୍କୁକେବେ ବି ଭୁଲିବ ନାହିଁ ବୋଲି ସମସ୍ତ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.