ବାରାଣସୀରେ ମୋଦିଙ୍କୁ ଟକ୍କର ଦେବେ ପ୍ରିୟଙ୍କା !

ନୂଆଦିଲ୍ଲୀ : ଚଳିତ ନିର୍ବାଚନକୁ ନେଇ ସାରା ଦେଶ ଏବେ ବାତାବରଣ ଉଷ୍ମ ରହିଛି । ତା ସହିତ ଚର୍ଚ୍ଚା ଜୋର ଧରିଛି ଯେ ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ଲଢ଼ିବେ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧି । ଯଦିଓ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ ତେବେ ବାରାଣସୀର କଂଗ୍ରେସ କର୍ମକର୍ତ୍ତାଙ୍କ ବାରମ୍ବାର ଅନୁରୋଧ ପରେ କୁଆଡ଼େ ପ୍ରିୟଙ୍କା ହଁ କହିଛନ୍ତି । ଖାଲି ହାଇକମାଣ୍ଡ ଏଥିରେ ମୋହର ମାରିବା ବାକି ଅଛି । ପ୍ରାର୍ଥିପତ୍ର ଦାଖଲର ଅନ୍ତିମ ଦିନରେ ହୁଏତ କଂଗ୍ରେସ ଏଭଳି କିଛି କରି ସମସ୍ତଙ୍କୁ ଚମକାଇ ଦେଇ ପାରେ ବୋଲି ଚର୍ଚ୍ଚା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.