Below header

ପୃଥିବୀର ସବୁଠାରୁ ଗରମ ମାସ ହେବ ଏ ବର୍ଷର ଜୁଲାଇ ମାସ, ଚେତାବନୀ ଦେଲେ ନାସାର ବୈଜ୍ଞାନିକ

ଗତ ହଜାରେ ବର୍ଷରେ ୨୦୨୩ ଜୁଲାଇ ମାସ ପୃଥିବୀର ସବୁଠାରୁ ଗରମ ମାସ ହେବାର ସମ୍ଭାବନା ରହିଛି । ୟୁରୋପିଆନ ୟୁନିୟନ ଏବଂ ମେନ୍‌ ୟୁନିଭରର୍ସିଟି ର ତଥ୍ୟ ଅନୁଯାୟୀ, ଏହି ମାସର ତାତି ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି । ସ୍ମିଟ୍‌ କହିଛନ୍ତି ଯେ, ଏବେ ପୁରା ବିଶ୍ୱରେ ଅଭୂତପୂର୍ବ ପରିବର୍ତ୍ତନ ଦେଖାଦେଉଛି ।

କେନ୍ୟୁଜ୍(ବ୍ୟୁରୋ): ଏ ବର୍ଷ ଜୁଲାଇ ମାସ ହେବ ବିଶ୍ୱର ସବୁଠାରୁ ଉତ୍ତପ୍ତ ମାସ । ଏ ନେଇ ଚେତାବନୀ ଦେଇଛି ନାସା । ନାସାର ଜଳବାୟୁ ବିଜ୍ଞାନୀ ଗେବିନ ସ୍ମିଟ ଚେତାଇଛନ୍ତି ଯେ, ଗତ ହଜାରେ ବର୍ଷରେ ୨୦୨୩ ଜୁଲାଇ ମାସ ପୃଥିବୀର ସବୁଠାରୁ ଗରମ ମାସ ହେବାର ସମ୍ଭାବନା ରହିଛି । ୟୁରୋପିଆନ ୟୁନିୟନ ଏବଂ ମେନ୍‌ ୟୁନିଭରର୍ସିଟି ର ତଥ୍ୟ ଅନୁଯାୟୀ, ଏହି ମାସର ତାତି ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି । ସ୍ମିଟ୍‌ କହିଛନ୍ତି ଯେ, ଏବେ ପୁରା ବିଶ୍ୱରେ ଅଭୂତପୂର୍ବ ପରିବର୍ତ୍ତନ ଦେଖାଦେଉଛି । ଆମେରିକା, ୟୁରୋପ ଓ ଚୀନରେ ଏବେ ଯେଉଁ ହିଟ୍‌ୱେଭ୍‌ ଦେଖାଦେଉଛି ତାହା ପୂର୍ବରୁ ସବୁ ରେକର୍ଡ ବ୍ରେକ୍‌ କରୁଛି । ତେବେ ଏଥିପାଇଁ କେବଳ ଏଲ୍‌-ନିନୋକୁ ଦାୟୀ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସ୍ମିଟ୍‌ । ଏଲ୍‌-ନିନୋ ଏକ ଛୋଟ କାରଣ ହୋଇଥାଇପାରେ, କିନ୍ତୁ ବାୟୁମଣ୍ଡଳରେ ଗ୍ରୀନ ହାଉସ ଗ୍ୟାସର ବୃଦ୍ଧି ଏହାର ପ୍ରମୁଖ କାରଣ ବୋଲି ଦର୍ଶାଇଛନ୍ତି ସ୍ମିଟ୍‌ ।

ଏପଟେ ଓଡିଶାରେ ମୌସୁମୀ ସକ୍ରିୟ ହୋଇଛି । କିନ୍ତୁ ଚାରିଆଡେ ବର୍ଷାର ବିସ୍ତତି ଠିକ୍‌ ନଥିବା ଦେଖାଦେଇଛି । ପଛକୁ ପଛ ଲଘୁଚାପ ସୃଷ୍ଟି ହେଉଛି । କିନ୍ତୁ କିଛି ଜିଲ୍ଲାରେ ମାତ୍ରାଧିକ ବର୍ଷା ହେଉଥିବା ବେଳେ ଆଉ କିଛି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ସୃଷ୍ଟି ହେଉଛି । ଜୁଲାଇ ମାସରେ ରାଜ୍ୟରେ ଏଭଳି ସ୍ଥିତି ଚିନ୍ତା ଉତ୍ପନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.