Below header

ମଣିପୁର ଲଜ୍ଜା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ମଣିପୁରରେ ଦୁଇ ମହିଳାଙ୍କୁ ସର୍ବସାଧାରଣରେ ଉଲଗ୍ନ କରି ପରେଡ୍‌ କରାଇବା ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତଙ୍କ ଘରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଛନ୍ତି। ମଣିପୁରର ଏହି ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ କ୍ରୋଧର ନିଆଁ ଜଳୁଛି।

ମଣିପୁରରେ ଦୁଇ ମହିଳାଙ୍କୁ ସର୍ବସାଧାରଣରେ ଉଲଗ୍ନ କରି ପରେଡ୍‌ କରାଇବା ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତଙ୍କ ଘରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଛନ୍ତି। ମଣିପୁରର ଏହି ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ କ୍ରୋଧର ନିଆଁ ଜଳୁଛି। ଏହି ଘଟଣାକୁ ନେଇ ବର୍ତ୍ତମାନ ଅଭିଯୁକ୍ତଙ୍କ ନିଜ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଖୋଲାଖୋଲି ଭାବେ ଅଭିଯୁକ୍ତଙ୍କୁ ବିରୋଧ କରୁଛନ୍ତି।

ସୂଚନା ରହିଛି ଯେ ଦୁଇ ମହିଳାଙ୍କୁ ଉଲଗ୍ନ କରି ସେମାନଙ୍କ ସହ ବର୍ବର କାଣ୍ଡ ଘଟାଇଥିବା ଲୋକମାନେ ମେତଇ ସମ୍ପ୍ରଦାୟର ଥିଲେ ଏବଂ ଯେଉଁମାନେ ମୁଖ୍ୟ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି, ସେମାନେ ମଧ୍ୟ ମେତଇ ସମ୍ପ୍ରଦାୟର।

ମଣିପୁରର ଏହି ଲଜ୍ଜାଜନକ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ହେଲେ, ହୁରେମ୍‌ ହେରୋଦାସ। ଯେତେବେଳେ ହେରୋଦାସଙ୍କ ଘର ଆଖପାଖରେ ରହୁଥିବା ଲୋକେ ଘଟଣା ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ସେମାନେ ତାଙ୍କ ଘର ଜାଳିଦେବାକୁ ପହଞ୍ଚିଥିଲେ। ସୂଚନା ଅନୁସାରେ, ଅଭିଯୁକ୍ତଙ୍କ ଘର ନୋଙ୍ଗପୋକ ସେକମାଇ ଥାନା ଅଧୀନରେ ରହିଛି। ଗୁରୁବାର ଅପରାହ୍ନରେ ଉତ୍ତ୍ୟକ୍ତ ପଡ଼ୋଶୀମାନେ ଏକାଠି ହୋଇ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ।

କହି ରଖୁଛୁ, ମେ’ ୩ରେ ମଣିପୁରରେ ମେତଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଦଙ୍ଗା ଆରମ୍ଭ ହୋଇଥିଲା। ହିଂସାରେ ଅନେକ ଲୋକ ପ୍ରାଣ ହରାଇଥିଲେ। ଏହାର ପରଦିନ ଅର୍ଥାତ୍ ମେ’ ୪ରେ ମେତଇ ସମ୍ପ୍ରଦାୟର ଲୋକେ କୁକି ସମ୍ପ୍ରଦାୟର ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ଏକ ଗାଁରେ ପରେଡ୍‌ କରି ସେମାନଙ୍କୁ ବୁଲାଇଥିଲେ। ଏତିକି ନୁହେଁ, ସେମାନଙ୍କ ସହିତ ବର୍ବର କାଣ୍ଡ ମଧ୍ୟ ଘଟାଇଥିଲେ। ଦୁଇ ମାସ ପରେ ଯେତେବେଳେ ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହୋଇଛି, ସାରା ଦେଶବାସୀ କ୍ରୋଧର ନିଆଁରେ ଜଳୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.