ବଢ଼ିଲା YouTube Premium ପ୍ୟାକେଜର ଦାମ୍‌

ବଢ଼ିଲା ୟୁଟ୍ୟୁବ ପ୍ରିମିୟମ ପ୍ୟାକେଜର ଦାମ। ଗୁଗଲ ଏବେ ୟୁଟ୍ୟୁବ ପ୍ରିମିୟମର ସବସ୍କ୍ରିପସନ ଚାର୍ଜକୁ ବଢ଼ାଇଦେଇଛି। ୟୁଜର୍ସଙ୍କୁ ୟୁଟ୍ୟୁବ ଦେଖିବା ପାଇଁ ୧୧.୯୯ଡଲାର ମାନେ ପାଖାପାଖି ୯୮୩ ଟଙ୍କା ଦେବାକୁ ପଡ଼ୁଥିଲା । ଏହା ମାସିକ ଚାର୍ଜ ଥିଲା। କିନ୍ତୁ ଏବେ ମାସକୁ ୧୩.୯୯ ଡଲାର ମାନେ ପାଖାପାଖି ୧୧୪୭ ଟଙ୍କା ଦେବାକୁ ପଡ଼ିବ।

ବଢ଼ିଲା ୟୁଟ୍ୟୁବ ପ୍ରିମିୟମ ପ୍ୟାକେଜର ଦାମ। ଗୁଗଲ ଏବେ ୟୁଟ୍ୟୁବ ପ୍ରିମିୟମର ସବସ୍କ୍ରିପସନ ଚାର୍ଜକୁ ବଢ଼ାଇଦେଇଛି। ୟୁଜର୍ସଙ୍କୁ ୟୁଟ୍ୟୁବ ଦେଖିବା ପାଇଁ ୧୧.୯୯ଡଲାର ମାନେ ପାଖାପାଖି ୯୮୩ ଟଙ୍କା ଦେବାକୁ ପଡ଼ୁଥିଲା । ଏହା ମାସିକ ଚାର୍ଜ ଥିଲା। କିନ୍ତୁ ଏବେ ମାସକୁ ୧୩.୯୯ ଡଲାର ମାନେ ପାଖାପାଖି ୧୧୪୭ ଟଙ୍କା ଦେବାକୁ ପଡ଼ିବ।

ଗୁଗଲର ଏହି ନୂଆ ପ୍ଲାନ ୟୁଜର୍ସଙ୍କୁ କେତେ ପସନ୍ଦ ଆସିବ ତାହାରି ଉପରେ ରହିଛି ନଜର। ଏବେ ୟୁଟ୍ୟୁବ ଓ ୟୁଟ୍ୟୁବ ମ୍ୟୁଜିକ ରେ ଆଡ ଫ୍ରି ଭିଡ଼ିଓ ଦେଖିବା ଓ ମ୍ୟୁଜିକ ଷ୍ଟ୍ରିମ କରିବା ମଧ୍ୟ ମହଙ୍ଗା ହେବ। ପ୍ରଥମେ ଜଣେ ୟୁଜର୍ସ ୟୁଟ୍ୟୁବ ପାଇଁ ଯେତିକ ଟଙ୍କା ଦେଉଥିଲେ ଏବେ ମାସକୁ ତାଠୁ ଅଧିକ ଟଙ୍କା ଦେବେ । ଏବେ ପ୍ରତି ମାସ ୟୁଜର୍ସଙ୍କୁ ୧୧୪୭ ଟଙ୍କା ଚାର୍ଜ ଦେବାକୁ ପଡ଼ିବ। ସେମିତି ଆଇଓଏସ୍‌ ୟୁଜର୍ସଙ୍କ ପାଇଁ ଚାର୍ଜ ବଢ଼ି ୧୮.୯୯ ଡଲାର ମାନେ ପାଖାପାଖି ୧୫୫୭ ଟଙ୍କା ହୋଇଯିବ।

ଗୁଗଲ ଏବେ ଆମେରିକା ୟୁଜର୍ସଙ୍କ ପାଇଁ ଏକ ସବସ୍କ୍ରିପସନ ପ୍ଳାନ ଲାଗୁ କରିଛି। ୟ ୁଟ୍ୟୁବ ପ୍ରିମିୟମ ଓ ୟୁଟ୍ୟୁବ ମ୍ୟୁଜିକ ପ୍ରିିମିୟମ ଦରକୁ ବଢ଼ାଯାଇଛି। ଗୁଗଲ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ସୂଚନା ଅନୁସାରେ ୟୁଜର୍ସ ଏବେ ଆହୁରି ବଢ଼ିଆ ସର୍ଭିସ ଓ ଫିଚର୍ସ ପ୍ରଦାନ କରାଯିବ। ନୂଆ ଦର ଶୀଘ୍ର ୟୁଜର୍ସଙ୍କୁ ଜଣାଇଦିଆଯିବ।

ପ୍ରିମିୟମ ସବସ୍କ୍ରାଇବର୍ସ ଏବେ ବିନା ରୋକ ଟୋକରେ ନିଜର ମନ ପସନ୍ଦ ଭିଡ଼ିଓ କୁ ଦେଖିପାରିବେ। ୟୁଟ୍ୟୁବ ମ୍ୟୁଜିକ ୟୁଜର୍ସ ୧୦୦ ମିଲିୟନ ରୁ ଅଧିକ ଗୀତର ମଜା ନେଇପାରିବେ।

ପାଞ୍ଚ ବର୍ଷ ପୂର୍ବେ ୨୦୧୮ରେ ୟୁଟ୍ୟୁବ ପ୍ରିମିୟମ ସବସ୍କ୍ରିପସନ ପ୍ଳାନ କୁ ବଢ଼ାଇଥିଲା। ଯାହାକୁ ସେହି ସମୟରେ Red ନାମରେ ଜଣାଯାଉଥିଲା। ଆମାଜନ ମ୍ୟୁଜିକ, ସ୍ପଟିଫାଏ ଓ ଆପଲ ମ୍ୟୁଜିକ ସହ ମୁକାବିଲା କାରଣରୁ ୟୁଟ୍ୟୁବ ମ୍ୟୁଜିକ ପ୍ରିମିୟମ ଦରକୁ ବଢ଼ାଇଛି। ପୁରୁଣା ୟୁଜର୍ସଙ୍କୁ ଏହି ନୂଆ ଦର ଆସନ୍ତା ବିଲିଂ ସାଇକେଲରେ ଦେଖିବାକୁ ମିଳିବ। ନୂଆ ୟୁଜର୍ସଙ୍କୁ ନୂଆ ଦର ହିସାବରେ ସବସ୍କ୍ରିପସନ ପ୍ଲାନ କୁ ନେବାକୁ ହେବ।

ଏହାସହ ୟୁଟ୍ୟୁବ ପ୍ରିମିୟମ ୟୁଜର୍ସ ଏବେ ଭିଡ଼ିଓକୁ ଜଲଦି ଦେଖିପାରିବେ। ମାନେ 2x ସ୍ପିଡ଼ରେ ବି ଲଗାଇପାରିବେ। ଗୁଗଲ ବର୍ତ୍ତମାନ ଏହି ଫିଚରକୁ ଟେଷ୍ଟ କରୁଛି। କିଛି ଦିନ ମଧ୍ୟରେ ହିଁ ଏହାକୁ ରୋଲ ଆଉଟ କରିବ। ପ୍ରିମିୟମ ୟୁଜର୍ସ ଆସନ୍ତା ଅଗଷ୍ଟ ୧୩ ଯାଏ ଏହାକୁ ଟେଷ୍ଟ କରିପାରିବେ। ଟେଷ୍ଟିଂ ପରେ ଏହି ଫିଚର କୁ ସମସ୍ତ ୟୁଜର୍ସ ଙ୍କ ପାଇଁ ଉପଲବ୍ଧ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.