Below header

ବୃହସ୍ପତି ଧନୁ ରାଶିରେ ବକ୍ରଗତି କରିବେ, କେଉଁ ରାଶି ଉପରେ କି ପ୍ରଭାବ ରହିବ ଜାଣନ୍ତୁ

ଆସନ୍ତା ୯ ତାରିଖରୁ ବୃହସ୍ପତି ଧନୁ ରାଶିରେ ବକ୍ରଗତି କରିବେ । ଏହାର ପ୍ରଭାବ ବିଭିନ୍ନ ରାଶି ଉପରେ ମଧ୍ୟ ପଡ଼ିବ । ବୃହସ୍ପତି ହେଉଛନ୍ତି ଦେବ ଗୁରୁ ଏବଂ ଧନୁ ହେଉଛି ତାଙ୍କର ନିଜ ରାଶି । ଏଭଳି ସ୍ଥିତି ୧୩ ମାସ ରହିବ । ଆସନ୍ତୁ ଜାଣିବା ଏହି ସମୟରେ କେଉଁ ରାଶି ଉପରେ କଣ ପ୍ରଭାବ ରହିବ ।
ମେଷ : ସ୍ୱାସ୍ଥ୍ୟ ଭଲ ରହିବ ଓ ସୁଖ ବୃଦ୍ଧି ହେବ । କାମରେ ସଫଳତା ସହ ଧନ ବୃଦ୍ଧି ହେବ ।
ବୃଷ : ମାନସିକ ଅଶାନ୍ତ, କର୍ମକ୍ଷେତ୍ରରେ ବିଫଳତା ଏବଂ ଅର୍ଥହାନି ଯୋଗ ରହିଛି ।
ମିଥୁନ : ସଫଳତା ପାଇଁ ପ୍ରୟାସ କରିବେ । ମାନସିକ ଚିନ୍ତା ବଢ଼ିବ । ପରୋପକାର ମନୋଭାବ ରହିବ । ଶାରୀରିକ ଓ ମାନସିକ କଷ୍ଟ ରହିବ ।

କର୍କଟ : ଏହି ସମୟରେ କର୍କଟ ରାଶିର ବ୍ୟକ୍ତି ମାନସିକ ଓ ଶରୀରିକ କଷ୍ଟ ପାଇବେ । ଶତ୍ରୁମାନେ ହଇରାଣ କରି ପାରନ୍ତି ।

ସିଂହ : ଭଲ ଫଳ ପାଇବା ଲାଗି କଠିନ ପରିଶ୍ରମ କରିବାକୁ ପଡ଼ିବ । ବନ୍ଧୁମାନେ ଅସୁବିଧାରେ ପକାଇବେ । ଆର୍ଥିକ ସ୍ଥିତି ଭଲ ରହିବ ।

କନ୍ୟା : ଧାର୍ମିକ ଓ ଅଧ୍ୟାତ୍ମିକ ଦିଗ ପ୍ରତି ମନ ରହିବ । ମାନସିକ ସୁଖଶାନ୍ତି ପ୍ରାପ୍ତ ହେବ ।

ତୁଳା : ମାନ ସମ୍ମାନ ପ୍ରତିଷ୍ଠା ପ୍ରାପ୍ତିର ଯୋଗ ରହିଛି । ମନୋବଳ ବୃଦ୍ଧି ହେବ ।
ବିଛା : ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ । କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ହେବ ।
ଧନୁ : ସୌଭାଗ୍ୟ ବୃଦ୍ଧି ହେବ । ତେବେ ସ୍ୱାସ୍ଥ୍ୟହାନିର ସୂଚନା ରହିଛି ।
ମକର : ପାରିବାରିକ ସମସ୍ୟା ଦେଖାଦେବ । ଅପବ୍ୟୟର ଯୋଗ ରହିଛି ।
କୁମ୍ଭ : ଧନ ବୃଦ୍ଧି ଓ ଚାକିରିରେ ପଦୋନ୍ନତିର ସୂଚନା ରହିଛି ।
ମୀନ : ବିଭିନ୍ନ ସମସ୍ୟା ଭିତରେ ସମୟ କଟିବ । ବିରୋଧୀ ହଇରାଣ କରିବେ । ମାନସିକ ଚିନ୍ତା ବଢ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.