ଦୁବାଇ ଯିବେ କୋରାପୁଟର ମିଶନ ଶକ୍ତି ସଭାନେତ୍ରୀ ଜ୍ୟୋତିରେଖା ଚେଟ୍ଟି, ସୁଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାରଙ୍କ ସହଯୋଗରେ କୋରାପୁଟର ମିଶନ ଶକ୍ତି ସଭାନେତ୍ରୀ ଜ୍ୟୋତିରେଖା ଚେଟ୍ଟି ଯିବେ ଦୁବାଇ। ତାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।

କୋରାପୁଟ: ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନାରେ ସାମିଲ ହୋଇ ଏବେ ମହିଳାମାନେ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ। ତେବେ ଏହି ପରିପେକ୍ଷୀରେ ମହିଳାଙ୍କୁ ଜିବୀକାର ନୂଆ ବାଟ ଦେଖାଇଛି ମିଶନ ଶକ୍ତି। ବିଭିନ୍ନ ସ୍ଥାନରେ ମିଶନ ଶକ୍ତି ସଫଳତାର ସହ କାର୍ଯ୍ଯ କରି ଚର୍ଚ୍ଚାରେ। ତେବେ ଏମିତି ଏକ ମିଶନ ଶକ୍ତି ଜଣେ ସଭାନେତ୍ରୀଙ୍କୁ ନେଇ ଆଜି ସବୁଠି ଆଲୋଚନା।

କୋରାପୁଟ ଜିଲ୍ଲା ମିଶନ ଶକ୍ତି ସଭାନେତ୍ରୀ ଯିବେ ଦୁବାଇ। ମିଶନ ଶକ୍ତି ଜିଲ୍ଲା ସଭାନେତ୍ରୀ ଜ୍ୟୋତିରେଖା ଚେଟ୍ଟି ଯିବେ ଦୁବାଇ । ରାଜ୍ୟ ସରକାର ତାଙ୍କୁ ନେବେ ଦୁବାଇ । ସୂଚନା ଥାଉକି, ଆସନ୍ତା ୧୫ ତାରିଖରୁ ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ କରିବ। ଯାହା ଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଭିନ୍ନ କ୍ଷେତ୍ରରୁ ଆସିଥିବା ସାଧାରଣ ପରିବାରର ୮ ଜଣଙ୍କୁ ଭୁବନେଶ୍ୱରରୁ ଦୁବାଇ ଯିବାକୁ ଟିକେଟ ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରୁ ମିଶନ ଶକ୍ତି କୋରାପୁଟ ଜିଲ୍ଲା ସଭାନେତ୍ରୀ ଜ୍ୟୋତିରେଖା ଚେଟ୍ଟି ସୁଯୋଗ ପାଇଛନ୍ତି।

ମିଶନ ଶକ୍ତି ଜରିଆରେ ସ୍ଵୟଂ ସହାୟକ ଗୋଷ୍ଠୀର ମାଁ ମାନଙ୍କୁ ସ୍ବାବଲମ୍ବୀ କରିଥିବାରୁ ଦୁବାଇ ଯିବାକୁ ସେ ମନୋନୀତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଏକାଧିକ କାର୍ଯ୍ୟକ୍ରମକୁ ମିଶନ ଶକ୍ତି ଜରିଆରେ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ଏଭଳି ସୁଯୋଗ ଦେଇଥିବାରୁ, ମିଶନ ଶକ୍ତି ମା ମାନଙ୍କୁ ଏହା ଆଗକୁ ବଢିବାକୁ ଉତ୍ସାହ ଯୋଗାଇବ ବୋଲି ଜ୍ୟୋତିରେଖା କହିଛନ୍ତି ।

ଆହୁରି ସୁଦୃଢ଼ ହେବ ମିଶନ ଶକ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ମାଆମାନଙ୍କର ବିକାଶ ପାଇଁ ସରକାର ପାଦେ ପାଦେ କରି ଆଗକୁ ଆଗେଇ ଚାଲିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଏକ ପଦକ୍ଷପକୁ ସଭିଏଁ ପ୍ରଶଂସା କରିଛନ୍ତି।