କେରଳ ଟ୍ରେନରେ ଯାତ୍ରୀଙ୍କୁ ପେଟ୍ରୋଲ ଢାଳି ହତ୍ୟା କରିଥିବା ଘଟଣା: ଅଭିଯୁକ୍ତ ଶାହାରୁଖଙ୍କୁ ଗିରଫ କଲା ମହାରାଷ୍ଟ୍ର ପୋଲିସ

କେରଳର କୋଝିକୋଡିରେ ଟ୍ରେନରେ ନିଆଁ ଲଗାଇ ୩ ଜଣଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଶାହାରୁଖ ସାଇଫିକୁ ପୋଲିସ ମହାରାଷ୍ଟ୍ରରୁ ଗିରଫ କରିଛି। ସାମାନ୍ୟ ବଚସା ଯୋଗୁଁ ସହ ଯାତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା ।

କେରଳର କୋଝିକୋଡିରେ ଟ୍ରେନରେ ନିଆଁ ଲଗାଇ ୩ ଜଣଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଶାହାରୁଖ ସାଇଫିକୁ ପୋଲିସ ମହାରାଷ୍ଟ୍ରରୁ ଗିରଫ କରିଛି। କେନ୍ଦ୍ରୀୟ ଅନୁସନ୍ଧାନକାରୀ ଦଳ ଏବଂ ମହାରାଷ୍ଟ୍ର ଏଟିଏସର ମିଳିତ ଭାବେ ସର୍ଚ୍ଚ ଅପରେସନ କରି ମହାରାଷ୍ଟ୍ରର ରତ୍ନଗିରି ରେଳ ଷ୍ଟେସନରୁ ଗିରଫ କରିଛି।

ଖବର ମୁତାବକ, ଅଭିଯୁକ୍ତ ଜଣକ ସାମାନ୍ୟ ବଚସା ଯୋଗୁଁ ସହ ଯାତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା । ଅଲଫୁଝା-କନ୍ନୁର ଏକ୍ସପ୍ରେସ ଡି-୧ କୋଚରେ ଏହି ଘଟଣା ଘଟିଥିଲା । ଟ୍ରେନଟି କୋଝିକୋଡ ଷ୍ଟେସନ ଛାଡ଼ିବା ପରେ ରାତି ପ୍ରାୟ ୯.୪୫ରେ ଟ୍ରେନରେ ନିଆଁ ଲାଗି ଯାଇଥିବା ଖବର ଆସିଥିଲା। ଆଉ ଏପରି କାଣ୍ଡ ଘଟାଇବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।

ଘଟଣାରେ ଏକ ବର୍ଷର ଶିଶୁ ଏବଂ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତଦେହ ମିଳିଥିବା ବେଳେ ଏହି ଘଟଣାରେ ଅନ୍ୟ ୮ ଜଣ ଯାତ୍ରୀ ଆହତ ହୋଇଥିଲେ । ଟ୍ରେନ ଟ୍ରାକରୁ ପେଟ୍ରୋଲ ବୋତଲ ଓ ୨ଟି ମୋବାଇଲ ଫୋନ ମିଳିଥିଲା। ନିଆଁ ଲାଗିବା ଯୋଗୁ ଟ୍ରେନଟି କୋରାଫୁଜା ନଦୀ ଉପରେ ଥିବା ବ୍ରିଜ୍ ଉପରେ ରହିଥିଲା। ଏହି ସମୟରେ ଜଣେ ଯୁବକ ହଠାତ୍ ଏହା ମଧ୍ୟରୁ ତଳକୁ ଡେଇଁଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଥିଲେ ।

ଅଭିଯୁକ୍ତ ଶାହାରୁଖ ସାଇଫି ମୁଣ୍ଡରେ ଆଘାତ ଲାଗିବାରୁ ଚିକିତ୍ସା ପାଇଁ ରତ୍ନଗିରି ସିଭିଲ୍ ହସ୍ପିଟାଲକୁ ଯାଇଥିଲେ। ଟ୍ରେନରୁ ଓହ୍ଲାଇବା ସମୟରେ ତା ମୁଣ୍ଡରେ ଏହି ଆଘାତ ଲାଗିଥିଲେ। ତେବେ ସେ ସମ୍ପୂର୍ଣ୍ଣ ଚିକିତ୍ସା ନକରି ସେ ଡାକ୍ତରଖାନା ଛାଡି ପଳାଇଥିଲେ।
ଏହା ପରେ ପୋଲିସ ରତ୍ନଗିରି ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରି ଶାହାରୁଖ ସାଇଫିଙ୍କୁ ଖୋଜି ଗିରଫ କରିଛି ।