‘ସରି’ କହି ବେକରେ ଗାମୁଛା ଲଗାଇ ଜୀବନ ହାରିଲେ ସୁନ୍ଦରଗଡ଼ ଯୁବ ବିଜେଡି ନେଲା

ଗତକାଲି ରାତିରେ ସୁନ୍ଦରଗଡ଼ ଟାଉନ ବିଜେଡି ଯୁବ ସଭାପତି ଧୀରଜ ପ୍ରସାଦ ବେକରେ ଗାମୁଛା ଲଗାଇ ନିଜ ଘରେ ଜୀବନ ହାରିଛନ୍ତି । ଖବର ପାଇ ଶତାଧିକ ବିଜେଡି କର୍ମୀ ତାଙ୍କ ବାସଭବନରେ ଭିଡ଼ ଜମାଇଛନ୍ତି।

ସୁନ୍ଦରଗଡ଼ (କେନ୍ୟୁଜ): ସୁନ୍ଦରଗଡ଼ ଯୁବ ବିଜେଡି ଟାଉନ ସଭାପତିଙ୍କ ଆତ୍ମହତ୍ୟା। ଗତକାଲି ରାତିରେ ସୁନ୍ଦରଗଡ଼ ଟାଉନ ବିଜେଡି ଯୁବ ସଭାପତି ଧୀରଜ ପ୍ରସାଦ ବେକରେ ଗାମୁଛା ଲଗାଇ ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି । ଏଇ ଖବର ଆଜି ସକାଳେ ପ୍ରସାରିତ ହେବା ପରେ ଶତାଧିକ ବିଜେଡି କର୍ମୀ ଓ ସାଧାରଣ ଜନତା ତାଙ୍କ ଭିତିରିଆପଡା ଘରେ ଭିଡ଼ ଜମାଇ ଥିଲେ।

ସେ ଜଣେ ମେଳାପୀ ଯୁବନେତା ଭାବେ ସେ ସୁନ୍ଦରଗଡ଼ ସହରରେ ଜଣାଶୁଣା ଥିଲେ, ବିଳମ୍ବିତ ରାତି ୧୨ଟା ପରେ ନିଜ whatsapp ଷ୍ଟାଟସରେ ସରି ଅଲ ଅଫ ୟୁ ମଧ୍ୟ ଲେଖିଛନ୍ତି ବୋଲି ଜଣାପଡିଛି। ଟାଉନ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।