Below header

କେନ୍ୟୁଜ୍ ପ୍ରଭାବ: ଦିନେ ଜଗନ୍ନାଥଙ୍କ ଭଜନ ଗାଇ କରୁଥିଲେ ଭିକ୍ଷାବୃତ୍ତି, ଆଜି ଷ୍ଟୁଡିଓରେ ଗାଉଛନ୍ତି ଗୀତ

ବଣମଲ୍ଲିଟିଏ ହୋଇ ବଣରେ ମହକୁ ଥିଲେ ସିନା କେହି ବାସ୍ନା ପାଇପାରୁନଥିଲେ । ହେଲେ ଆମ କଳିଙ୍ଗ ଟିଭି ଓ କେନ୍ୟୁଜ୍ ର ପ୍ରୟାସ ପାଇଁ ସେ ଆଜି ପାଇଛନ୍ତି ଠିକଣା । ଆଉ ଠିକଣା ପାଇବା ପରେ ବଣମଲ୍ଲୀ ପାଇଛି ଆଜି ନିଜ ପରିଚୟ ।

ବେଗୁନିଆ(କେନ୍ୟୁଜ୍): “ଅନ୍ଧ କରି ମୋତେ କରିଛୁ ରେ ଧନ୍ୟ ତୋ ଶ୍ୟାମ ମୁରତୀ ଦେଖିବି ବୋଲି ” ଏହି ଜଗନ୍ନାଥଙ୍କ ଭଜନକୁ ସୁମଧୁର କଣ୍ଠରେ ଗାଇ ଗାଇ ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିଲେ ବୋଲଗଡ ତାଳତୁମ୍ବ ଗାଁର ଦୃଷ୍ଟିହୀନ ମେରୁ ନାୟକ । ତାଙ୍କର ଏହି ସୁମଧୁର କଣ୍ଠରୁ ବାହାରୁଥିବା ଖାଲି ଏହି ଗୀତ ନୁହେଁ ଅନେକ ଭଜନ ଶୁଣିବା ପାଇଁ ଲୋକଙ୍କ ଭିଡ ଜମୁଥିଲା ଦୂଆରେ ଦୂଆରେ ହେଲେ ପାଇ ପାରୁ ନଥିଲା ଉଚିତ ପରିଚୟ । ଯାହାକି ବଣମଲ୍ଲୀ ପରି ବଣ ଭିତରେ ସୀମୀତ ହୋଇ ରହିଯାଉଥିଲା । ହେଲେ ହଠାତ୍ ଆମ କଳିଙ୍ଗ ଟିଭି ଓ କେନ୍ୟୁଜ୍ ର ଦୃଷ୍ଟି ପଡିଥିଲା ମେରୁ ନାୟକଙ୍କ ଉପରେ । ତାଙ୍କର ଅଭାବି ସଂସାର ସହିତ ସୁମଧୁର କଣ୍ଠକୁ ଖବର ମାଧ୍ୟମରେ ପ୍ରସାରଣ କରି ଲୋକ ଲୋଚନକୁ ଆଣିଥିଲୁ । ଆମ ଖବର ପ୍ରସାରଣ ପରେ ତାଙ୍କ ସୁମଧୁର କଣ୍ଠକୁ ଚିହ୍ନି ପାରିଛନ୍ତି ଏକ ମ୍ୟୁଜିକ କମ୍ପାନୀର ପ୍ରଯୋଜକ । ଆଉ ତାଙ୍କୁ ନେଇ ତାଙ୍କର ଷ୍ଟୁଡିଓରେ ଏକ ଭକ୍ତିପୂର୍ଣ୍ଣ ଭଜନ ରିଲିଜ କରିଛନ୍ତି ଯାହାକି ୟୁ-ଟ୍ୟୁବରେ ବେଶ ଲୋକାଦୃତ ହୋଇ ପାରିଛି ।

ବୋଲଗଡ ବ୍ଲକ ତାଳତୁମ୍ବ ଗାଁର ଏହି ମେରୁ ନାୟକ ଜନ୍ମରୁ ଦୃଷ୍ଟିହୀନ । ଚାଳ ଛପର ଘର ସହିତ ସ୍ତ୍ରୀକୁ ନେଇ ତାର ସଂଘର୍ଷର ସଂସାର । ପ୍ରତିଦିନ ସକାଳ ପାହିଲେ ଭିକ୍ଷାବୃତ୍ତି କରିଥାନ୍ତି । ଯାହା ଦୁଇ ପଇସା ମିଳେ ଉଭୟ ସ୍ୱାମୀ ସ୍ତ୍ରୀ ଚଳନ୍ତି । ହେଲେ ଘର ଖଣ୍ଡିଏ ପାଇଁ ପ୍ରଶାସନକୁ ଜଣାଇ ଜଣାଇ ଥକି ପଡିଥିବାବେଳେ କଳାକାର ଭତ୍ତାଟିଏ ମଧ୍ୟ ନାହିଁ । ଏ ଯାଏଁ କେହି ଶୁଣିନାହାଁନ୍ତି ।

blind man

ସେପଟେ ଭଲ ଗୀତ ଗାଇ ପାରୁଥିବାରୁ ତାଙ୍କର ପ୍ରତିଭା ସେହି ଗ୍ରାମାଞ୍ଚଳରେ ହିଁ ସୀମିତ ହୋଇ ରହିଯାଇଥିଲା । ଯାହା ଜାଣିବାପରେ ଆମେ ତାଙ୍କ ପ୍ରତିଭାକୁ ଆମ ଟିଭି ମାଧ୍ୟମରେ ଲୋକଲୋଚନକୁ ଆଣିଥିଲୁ । ଏବେ ଏକ ମ୍ୟୁଜିକ କମ୍ପାନୀ ତାଙ୍କ କଳାକୁ ପରିଚିତ କରିବା ସହିତ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରିଛି। ତେବେ ଖାଲି ଗୋଟିଏ ନୁହେଁ ଆଗାମୀ ଦିନରେ ତାଙ୍କର କଳାକୁ ପରିଚିତ କରିବା ପାଇଁ ଆହୁରି ଅନେକ କମ୍ପାନୀ ଆସି ତାଙ୍କୁ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀଙ୍କ ସହିତ ସରପଞ୍ଚ ।

ବଣମଲ୍ଲିଟିଏ ହୋଇ ବଣରେ ମହକୁ ଥିଲେ ସିନା କେହି ବାସ୍ନା ପାଇପାରୁନଥିଲେ । ହେଲେ ଆମ କଳିଙ୍ଗ ଟିଭି ଓ କେନ୍ୟୁଜ୍ ର ପ୍ରୟାସ ପାଇଁ ସେ ଆଜି ପାଇଛନ୍ତି ଠିକଣା । ଆଉ ଠିକଣା ପାଇବା ପରେ ବଣମଲ୍ଲୀ ପାଇଛି ଆଜି ନିଜ ପରିଚୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.