ବିମାନରେ ହାର୍ଟ ସଜରୀ ହୋଇଥିବା ୨ ବର୍ଷ ପିଲାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭେଣ୍ଟିଲେଟରରେ ପିଲା

ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଭିସ୍ତାରା ବିମାନରେ ହାର୍ଟ ସର୍ଜରୀ ହୋଇଥିବା ୨ ବର୍ଷ ପିଲାର ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଛି । ପିଲାକୁ ଭେଣ୍ଟିଲେଟରେ ରଖାଯାଇଛି ବୋଲି ନାଗପୁର ହସପିଟାଲ ପକ୍ଷରୁ ବୟାନ ଜାରି କରାଯାଇଛି ।

ଭିସ୍ତାରା ଏୟାରଲାଇନ୍ସ ୟୁକେ-୮୧୪ ବିମାନରେ ହାର୍ଟ ସର୍ଜରୀ ହୋଇଥିବା ୨ ବର୍ଷ ପିଲାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଭିସ୍ତାରା ବିମାନରେ ପିଲାଟିର ନିଶ୍ୱାସ ବନ୍ଦ ହୋଇଯାଇଥିବାରୁ ଉଡନ୍ତା ବିମାନରେ ହିଁ ହାର୍ଟ ସର୍ଜରୀ କରାଯିବା ପରେ ପିଲାକୁ ନାଗପୁର ହସପିଟାଲରେ ଭର୍ତ୍ତି କରାଯାଇଥିଲା । ବିମାନରେ ଥିବା ୫ ଜଣିଆ ଏମ୍ସ ଡାକ୍ତର ପିଲାଟିର ହାର୍ଟ ସର୍ଜରୀ କରାଇଥିଲେ ।

ପିଲାଟିର ଅବସ୍ଥା ଗୁରୁତର ରହିଛି । ପିଲାଟିକୁ ଶିଶୁ ଚିକିତ୍ସା ବିଭାଗର ସିନିଅର କନସଲଟାଣ୍ଟଙ୍କ ତତ୍ତ୍ୱାବଧାନରେ ଚିକିତ୍ସା କରାଯାଇଛି । ଶିଶୁ ଅଚେତ ରହିବା ସହିତ ଭେଣ୍ଟିଲେଟରରେ ରହିଛି । ପିଲାକୁ କାର୍ଡିୟୋପଲ୍ମୋନରୀ ଦିଆଯାଉଛି । କୌଣସି କାର୍ଡିଆକ୍‌ ରୋଗୀ ସାମାନ୍ୟ ଭାବେ ନିଶ୍ୱାସ ନ ନେଇ ପାରିଲେ କାର୍ଡିୟୋପଲ୍ମୋନରୀ ଜରିଆରେ ଦିଆଯାଏ ।

ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ବେଙ୍ଗାଲୁରୁ ଦିଲ୍ଲୀ ଯାଉଥିବା ଭିସ୍ତାରା ୟୁକେ-୮୧୪ ବିମାନ ଉଡାଣ ଭରିଥିଲା । ବିମାନ ଉଡାଣ ଭରିବା ପରେ ଆପତ୍ତକାଳୀନ ଘୋଷଣା ହୋଇଥିଲା । ୨ ବର୍ଷ ପିଲାର ସିୟାନୋଟିକ ରୋଗରେ ପୀଡିତ ହୋଇ ବେହୋସ ହୋଇଯାଇଛି । ପିଲାଟିର ଅବସ୍ଥା ଖରାପ ହେବା ସହିତ ପଲ୍ସ ମଧ୍ୟ ନଥିଲା । ହାତ ପାଦ ଥଣ୍ଡା ହେବାକୁ ହୋଇଥିଲା । ଆଉ ଏହି ଘୋଷଣା ଶୁଣିବା ପରେ ବିମାନରେ ଥିବା ୫ ଜଣିଆ ଏମ୍ସ ଡାକ୍ତର ତତ୍ପର ହୋଇ ଉଠିଥିଲେ ।

ଉପସ୍ଥିତ ଥିବା ଡାକ୍ତର ପିଲାକୁ ସିପିଆର ଦେଇଥିଲେ । ପିଲାଟିକୁ କାର୍ଡିଆକ୍ ଆରେଷ୍ଟ ହୋଇଥିବା ଜାଣିବା ପରେ ସେମାନଙ୍କ ପାଖରେ ଯେଉଁ ସରଞ୍ଜାମ ଥିଲା, ସେଥିରେ ହାର୍ଟ ସର୍ଜରୀ ଆରମ୍ଭ କରିଦେଇଥିଲେ । ୪୫ ମିନିଟ ପର୍ଯ୍ୟନ୍ତ ବିମାନରେ ପିଲାକୁ ଚିକିତ୍ସା କରିବା ପରେ ସଫଳ ହୋଇଥିଲେ ଡାକ୍ତର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.