ଜାଣନ୍ତୁ କାହିଁକି ସାରାଜୀବନ କୁଆଁରା ରହିଗଲେ ଦେବର୍ଷି ନାରଦ

ଆପଣ ସମସ୍ତେ ଜାଣିଥିବେ ଦେବର୍ଷି ନାରଦ କୁଆଁରା ଅଟନ୍ତି। ସେ ସାରାଜୀବନ ଅବିବାହିତ ରହିଯାଇଥିଲେ। ଆଉ ଆଜି ଆମେ ଆପଣଙ୍କୁ ଜଣାଇବୁ ଦେବର୍ଷି ନାରଦଙ୍କ ଅବିବାହିତ ହୋଇଯିବା ପଛର କାରଣ। ସେ ଜଣେ ରାଜକୁମାରୀଙ୍କ ପାଇଁ ଅବିବାହିତ ରହିଥିଲେ। ତେବେ ଏହା ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା।

ଦେବର୍ଷି ନାରଦଙ୍କୁ ନିଜର ତପ ଉପରେ ବହୁତ ଅଂହକାର ହୋଇଯାଇଥିଲା। ସେ ଭଗବାନ ବିଷ୍ଣୁଙ୍କ ପାଖକୁ ଯାଇ ଗର୍ବ-ଅହଂକାରରେ କଥା ହେବାକୁ ଲାଗିଲେ। ତେବେ ଭଗବାନ ନାରଦଙ୍କ ଅହଂକାରକୁ ଭାଙ୍ଗିବା ପାଇଁ ଚିନ୍ତା କଲେ। ଥରେ ନାରଦଙ୍କୁ ରାସ୍ତାରେ ଏକ ସୁନ୍ଦର ନଗର ଦେଖାଗଲା। ସେହି ନଗରର ରାଜକୁମାରୀଙ୍କର ସ୍ବୟଂମ୍ବର କରାଯାଉଥିଲା ଏବଂ ନାରଦ ସେହି ରାଜକୁମାରୀଙ୍କୁ ଦେଖି ତାଙ୍କ ରୂପ ଲାବଣ୍ୟରେ ମୋହିତ ହୋଇଗଲେ। କିନ୍ତୁ ନାରଦଙ୍କୁ ଜଣାନଥିଲା ଏହାସବୁ ଭଗବାନଙ୍କର ମାୟା ଥିଲା।

naradaରାଜକୁମାରୀଙ୍କ ସୌନ୍ଦର‌୍ୟ୍ୟରେ ନାରଦଙ୍କର ତପ ଭଙ୍ଗ ହୋଇଯାଇଥିଲା। ନାରଦ ସ୍ବୟଂମ୍ବର ପୂର୍ବରୁ ଭଗବାନ ବିଷ୍ଣୁଙ୍କ ପାଖକୁ ଯାଇ କହିଲେ ଆପଣ ମୋତେ ଆପଣଙ୍କ ଭଳି ସୁନ୍ଦର ବନାଇ ଦିଅନ୍ତୁ, ଯାହାଦ୍ବାରା ରାଜକୁମାରୀ ମୋତେ ସ୍ବାମୀ ରୂପରେ ବାଛିବେ। ଭଗବାନ କହିଲେ ଠିକ ଅଛି। ପରେ ନାରଦ ମୁନି ସିଧା ଚାଲିଗଲେ। ନାରଦଙ୍କର ମୁଖ ବାନର ଭଳି ହୋଇଗଲା। ଯେତେବେଳେ ରାଜକୁମାରୀ ସ୍ବୟଂମ୍ବରରେ ଆସିଲେ ତେବେ ବାନର ଭଳି ମୁଖ ଦେଖି ନାରଦଙ୍କୁ ଦେଖି ବହୁତ ଡରିଗଲେ। ସେତେବେଳେ ଭଗବାନ ବିଷ୍ଣୁ ମଧ୍ୟ ଜଣେ ରାଜା ରୂପରେ ସେଠାକୁ ଆସିଥିଲେ।

ସୁନ୍ଦର ରୂପ ଦେଖି ରାଜକୁମାରୀ ଭଗବାନ ବିଷ୍ଣୁଙ୍କୁ ନିଜର ସ୍ବାମୀ ରୂପରେ ବାଛିଲେ। ନାରଦଙ୍କର ବାନର ରୂପ ଦେଖି ସମସ୍ତେ ହସିବାକୁ ଲାଗିଲେ ଓ ମଜାକ ଉଡାଇବାକୁ ଲାଗିଲେ ଏବଂ କହିଲେ ନିଜର ମୁହଁ ଦର୍ପଣରେ ଦେଖନ୍ତୁ। ଏହାଶୁଣି ଯେତେବେଳେ ନାରଦ ନିଜ ଚେହେରାକୁ ପାଣିରେ ଦେଖିଲେ ତ ବାନର ସହିତ ସମାନ ଥିଲା। ଏହା ଦେଖି ତାଙ୍କୁ ବହୁତ କ୍ରୋଧ ଆସିଲା। କ୍ରୋଧରେ ଭରି ନାରଦ ଭଗବାନ ବିଷ୍ଣୁଙ୍କ ପାଖରେ ଯାଇ ତାଙ୍କୁ ଅଭିଶାପ ଦେଇ କହିଲେ ଯେଉଁଭଳି ଭାବେ ଆଜି ମୁଁ ସ୍ତ୍ରୀ ପାଇଁ ବ୍ୟାକୁଳ ହେଉଛି, ସେହିପରି ଭାବରେ ମନୁଷ୍ୟ ଜନ୍ମ ପାଇ ଆପଣଙ୍କୁ ମଧ୍ୟ ସ୍ତ୍ରୀ ବିୟୋଗ ସହିବାକୁ ପଡିବ। ସେହି ସମୟରେ ବାନର ହିଁ ତୁମ କାମରେ ଆସିବେ। ଭଗବାନ ବିଷ୍ଣୁ କହିଲେ – ଏମିତି ହିଁ ହେଉ ଏବଂ ନାରଦ ମୁନିଙ୍କୁ ମାୟାରୁ ମୁକ୍ତି କରିଦେଲେ। ସେତେବେଳେ ନାରଦ ମୁନିଙ୍କୁ ନିଜ ଉପରେ ଗ୍ଲାନି ହେଲା ଏବଂ ଶ୍ରୀହରିଙ୍କୁ କ୍ଷମା ମାଗିଲେ।