ବାଲେଶ୍ୱର ଜାମୁଝାଡ଼ିର ଗୈଡପଡ଼ା ଅଞ୍ଚଳରେ ୩୨ କେଜି ଗଞ୍ଜେଇ ଜବତ

ବାଲେଶ୍ୱର ଜିଲ୍ଲା ଜାମୁଝାଡ଼ିର ଗୈଡପଡ଼ା ଅଞ୍ଚଳରେ ଗଞ୍ଜେଇ ଜବତ। ଗୈଡ଼ପଡ଼ା ଅଞ୍ଚଳର ପର୍ଶୁରାମ ଦଳେଇଙ୍କ ଘରୁ ଆଜି ସକାଳୁ କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ୟୁନିଟ୍ ୨ ଦ୍ୱାରା, ୩୨ କେଜି ଗଞ୍ଜେଇ ଜବତ ହୋଇଛି। ତା ସହ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସଂପୃକ୍ତ ବ୍ୟକ୍ତି ଜଣକ ଦୀର୍ଘ ଦିନ ଧରି ଗଞ୍ଜେଇ , ଜଣେ ମାଫିଆଙ୍କଠାରୁ ଆଣି ସ୍ଥାନୀୟ ଅଞ୍ଚଳରେ କାରବାର କରୁଥିଲା। କୌଣସି ସୂତ୍ରରୁ ଖବର ପାଇ ଗୁଇନ୍ଦା ବିଭାଗର ଇନ୍ସପେକ୍ଟର ଜଗଦିଶ ଚନ୍ଦ୍ର ସାମଲ, ଗାଲୁ ରାମ ସୋରେନ୍, ପ୍ରଦୀପ କୁମାର ବେହେରା ପ୍ରମୁଖ ଚଢାଉ କରିଥିଲେ। ଜବତ ଗଞ୍ଜେଇର ମୂଲ୍ୟ ପାଖାପାଖି ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.