କଟକ କମିଶନରେଟ୍ ପୋଲିସକୁ ବଡ ସଫଳତା, ଗ୍ୟାଙ୍ଗୱାର ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିଶ୍ୱଜିତ୍ ମହାନ୍ତି ଗିରଫ

କଟକ ଗ୍ୟାଙ୍ଗୱାର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ଦୁର୍ଦ୍ଦାନ୍ତ ଅପରାଧୀ ତପନ ନାୟକଙ୍କ ହତ୍ୟା ଘଟଣାକୁ ୨୪ ଘଣ୍ଟା ନପୂରୁଣୁ କମିଶନରେଟ୍ ପୋଲିସକୁ ଏକ ବଡ ସଫଳତା ମିଳିଛି। ମୁଖ୍ୟ ଅଭିଯୁକ୍ତ ବିଶ୍ୱଜିତ୍ ମହାନ୍ତି ଓରଫ୍ ହାପି ଗିରଫ ହୋଇଛି। ତା ନିକଟରୁ ଛୁରୀ ଓ ବାଇକ୍ ପୋଲିସ ଜବତ କରିଛି। କଟକ ଅତିରିକ୍ତ ଡିସିପି ତ୍ରିନାଥ ପଟେଲ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ହାପି ସହ ଆଉ କିଏ ଏହି ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ଖୋଜୁଛି ପୋଲିସ।

କଟକ ଯୋବ୍ରା ଅଞ୍ଚଳରେ ୨ ଅପରାଧୀ ଗୋଷ୍ଠୀ ଗଣ୍ଡଗୋଳରେ ଦୁର୍ଦ୍ଦାନ୍ତ ଅପରାଧୀ ତପନ ନାୟକର ମୃତ୍ୟୁ ହୋଇଥିଲା। ଯୋବ୍ରା ବ୍ୟାରେଜରୁ ମାଛ ଧରାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.