ଯୁଦ୍ଧ ହାରିବା ପରେ ବି ନେପାଳ ମୁଣ୍ଡ ନୁଆଁଇଲା ନାହିଁ, ଆରମ୍ଭରୁ ରହିଛି ସ୍ଵାଧୀନ; ଜାଣନ୍ତୁ ପୂରା ଘଟଣା

୧୮୧୪ ରେ ହୋଇଥିବା ଗୋର୍ଖା ଯୁଦ୍ଧ ବିଷୟରେ ଆପଣ ଶୁଣିଥିବେ। ଯାହାକୁ ଆଙ୍ଗଲୋ ନେପାଳୀ ଯୁଦ୍ଧ ବି କୁହାଯାଏ । ନେପାଳର ଗୋରଖା ଆର୍ମୀ ଏବଂ ଇଷ୍ଟ ଇଣ୍ଡିଆ କମ୍ପାନୀ ର ବ୍ରିଟିଶ ଫୋର୍ସ ମଧ୍ୟରେ ହୋଇଥିଲା ଘମାଘୋଟ ୱାର୍ । ୧୮୧୪ ରୁ ୧୮୧୬ ଯାଏ ଚାଲିଥିଲା ଏହି ଯୁଦ୍ଧ। ଧୀରେ ଧୀରେ କରି ଭାରତରେ ସବୁ ରାଜା ଇଂରେଜଙ୍କ କବଳକୁ ଆସିସାରିଥିଲେ, ହେଲେ ନେପାଳ କେବେ ବି ଇଂରେଜଙ୍କ ଦ୍ଵାରା ଶାସିତ ହୋଇନାହିଁ । ଭାରତ ହାରି ଯାଇଥିଲା ଲଢେଇ ହେଲେ ନେପାଳ କେମିତି ଇଂରେଜଙ୍କୁ ଧୂଳି ଚଟାଇ ଥିଲା ଜାଣିବା ପାଇଁ ପଢ଼ନ୍ତୁ ପୂରା ଖବର।

ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ୧୯୫୭ରେ କାଶୀ ଯୁଦ୍ଧରେ ବଙ୍ଗଳା ରାଜା ଏବଂ ସହଯୋଗୀଙ୍କୁ ହରାଇଲେ । ବଙ୍ଗଳାରେ ନିଜ ଶାସନ ଆରମ୍ଭ କଲା ବ୍ରିଟିଶ । ସେହି ସମୟରେ କାଠମାଣ୍ଡୁରେ ଶାସନ କରୁଥିଲେ ରାଜା ପୃଥ୍ଵୀ ନାରାୟଣ ସାହା। ତାଙ୍କୁ ନେପାଳର ପିତା ନାଁରେ ଲୋକ ବିବେଚନା କରନ୍ତି । ସେ କାଠମାଣ୍ଡୁ ଘାଟି ସମେତ ଆଖପାଖ ସବୁ ରାଜ୍ୟକୁ ଜିତି ନେପାଳର ନିର୍ମାଣ କରିଥିଲେ। ସେହି ସମୟରେ ଅଖଣ୍ଡ ଭାରତ ପାଖରେ ଦୁଇଟି କମ୍ପାନୀ ଥିଲା ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ନେପାଳର ଗୋର୍ଖାଲି ଆର୍ମୀ। ଏହି ଦୁଇ ଶକ୍ତି ଯେତେବେଳେ ସାମ୍ନା ସାମ୍ନି ହେଲେ ଆରମ୍ଭ ହେଲା Anglo Gorkha war।

ଇଂରେଜ ଚାହୁଁଥିଲେ ଦୁଇ ସୈନ୍ୟଙ୍କ ଭିତରେ ଲଢେଇ ହେଉ । ଯାହା ଆରମ୍ଭ ହୋଇ ଦୁଇ ବର୍ଷରେ ସରିଲା । ଏଥିରେ ଗୋର୍ଖା ହାରିଲେ। ତେବେ ୧୭୬୭ରେ ଏହି ଦୁଇ ସେନାଙ୍କ ଭିତରେ ଥରେ ଲଢେଇ ହୋଇଥିଲା । ସେତେବେଳେ ଘାଟିର ରାଜା ଏବଂ ଇଂରେଜ ପରସ୍ପର ଭିତରେ ଏକ ବ୍ୟବସାୟିକ ସମ୍ପର୍କ ନିଜ ଭିତରେ ବଢ଼ାଇ ଥିଲେ । ଇଂରେଜ ସହାୟତା ନାଁରେ କିଛି ସୁନା ପଠାଇଥିଲେ ରାଜାଙ୍କୁ। ଗୋର୍ଖା ଆର୍ମୀରେ ଥିବା କ୍ୟାପଟେନ କିଙ୍ଗଲୋଚଙ୍କ ସମୟରେ ଗୋର୍ଖାଆଙ୍କୁ ଅଚାନକ ଆକ୍ରମଣ କରିଥିଲେ ବ୍ରିଟିଶ୍ ଆର୍ମୀ, ଏଥିରେ ହଜାର ସୈନିକ ମୃତ୍ୟୁ ବରଣ କରିଥିଲେ, ଆଉ କିଛି ନିଜ ଅସ୍ତ୍ର ଛାଡ଼ି ପଲାଇଥିଲେ । ଏହି ଘଟଣାକୁ the kingloch Expedition କୁହାଗଲା।

ଗୋର୍ଖା ସୈନିକ ଏକ ଯୋଜନା ଥିଲା । ଯାହା ଟ୍ୟାକ୍ସ ରୁ ଚାଲିଥିଲା। ଏହି ସୈନିକଙ୍କୁ ନ୍ୟାସନାଲ ଟ୍ରାଜେଡିରୁ କିଛି ମିଳୁ ନ ଥିଲା। ଏଥିପାଇଁ ସେମାନେ ଆହୁରି ଯୁଦ୍ଧ ଜିତିବାକୁ ଇଚ୍ଛା କଲେ । ବ୍ରିଟିଶ ସୈନିକଙ୍କ ସହ ପୁଣି ଆରମ୍ଭ ହେଲା ଯୁଦ୍ଧ। କ’ଣ ଆପଣ ଜାଣିଛନ୍ତି, ଏହି ସୈନିକ ହାରିଲେ କେମିତି । ବ୍ରିଟିଶ ସୈନିକ ଚାଲାକ୍ କରି ଏମାନଙ୍କୁ ହରାଇ ଦେଲା। ହାରିଗଲା ଗୋର୍ଘା ସେନା।

ଇଷ୍ଟ୍ ଇଣ୍ଡିଆ କମ୍ପାନୀ ନେପାଳରେ ପଶିବା ପାଇଁ ପୂରା ଜୋର୍ ଚେଷ୍ଟା କଲା। ନେପାଳ ସେନାଙ୍କ ବାହାଦୂରୀ ଭୁଲି ନ ଥିଲେ ଇଂରେଜ । ବ୍ରିଟିଶ୍ ଇଣ୍ଡିଆନ୍ ଆର୍ମୀରେ ଗୋର୍ଖାଙ୍କୁ ଭର୍ତ୍ତି କରିବା ପାଇଁ ପ୍ଲାନ୍ । ଆରମ୍ଭ ହେଲା ସୁଘୋଲି ସନ୍ଧି । ସୁଘୋଲିରେ ଦସ୍ତଖତ କରି ଇଂରେଜ କେବଳ ବ୍ୟବସାୟ ପାଇଁ ନେପାଳ ଆସିବାକୁ କହିଲେ । ବାକି ଆଉ କୌଣସି କଥାରେ ରାଜି ନ ଥିଲେ ନେପାଳୀ । ନେପାଳୀ ବ୍ୟବସାୟ ଛଡା ଇଂରେଜଙ୍କ ସହ ଆଉ କୌଣସି କାଗଜପତ୍ର କାମରେ ସହଯୋଗ କଲେ ନାହିଁ। ଯାହା ଫଳରେ ନେପାଳ ଉପରେ କୌଣସି ପ୍ରକାର ଅଧିକାର ସାବ୍ୟସ୍ତ କରି ପାରିଲା ନାହିଁ ଇଂରେଜ। ତେଣୁ ସ୍ଵାଧୀନ ଭାବରେ ନିଜ ବିଚାର ସହ ବଞ୍ଚିଲା ନେପାଳ । କେବେ ବି ଇଂରେଜଙ୍କୁ ଶାସନ କରିବାକୁ ଦେଲା ନାହିଁ।