Below header

ଚାଣକ୍ୟ ନୀତି : ମରି ଯାଉଥିଲେ ମଧ୍ୟ ଏହି ୩ ଜଣଙ୍କ ଉପରେ କେବେ ଦୟା କରନ୍ତୁ ନାହିଁ

ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଜୀବନରେ କାମ ଆସିବା ଭଳି ବହୁ ଉପଦେଶ ଦେଇଛନ୍ତି । ଆଚାର୍ଯ୍ୟ ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି ଯେ ଜୀବନରେ କେବେ ବି ଏହି ୩ ଜଣ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ ନାହିଁ । ଯଦି ତାଙ୍କ ଜୀବନ ଚାଲିଯାଉଥିବ ମଧ୍ୟ ତାଙ୍କ ଠାରୁ ଦୂରରେ ରୁହନ୍ତୁ । ଆସନ୍ତୁ ଜାଣିବା କିଏ ସେହି ୩ ଜଣ ।

ଦୁଷ୍ଟ ଓ ଚରିତ୍ରହୀନ ସ୍ତ୍ରୀ

ଚାଣକ୍ୟଙ୍କ ମତରେ ଦୁଷ୍ଟ ସ୍ୱଭାବର ସ୍ତ୍ରୀ, ଚରିତ୍ରହୀନ ମହିଳା ଓ ଅନ୍ୟକୁ ଅପମାନ କରୁଥିବା ସ୍ତ୍ରୀଙ୍କୁ କେବେ ସାହାଯ୍ୟ କରିବା କଥା ନୁହେଁ । ଆପଣ ଏପରି ସ୍ତ୍ରୀଙ୍କୁ ସାହାଯ୍ୟ କଲେ ଏମାନେ ଆପଣଙ୍କ ଉପରେ ବୋଝ ହୋଇଯିବେ । ଏମିତି ସ୍ତ୍ରୀ ସମାଜ ପାଇଁ ବିଷାକ୍ତ ସାପ ଭଳି । ଏମିତି ସ୍ତ୍ରୀ ଆଗାମୀ ପିଢ଼ିକୁ ମଧ୍ୟ ଏହି ଗୁଣ ଦେଇଥାନ୍ତି ଓ ଆଗକୁ ଏହି ସନ୍ତାନ ସମାଜରେ ଏହି ରୀତି ଚଳାଇଥାଏ । ଏହି ସ୍ତ୍ରୀଙ୍କୁ କେବଳ ଧନରେ ମୋହ ରହିଥାଏ,ଯେ ଆବଶ୍ୟକ ବେଳ ଆପଣଙ୍କୁ କେବେ ବି ସାହାଯ୍ୟ କରିନଥାଏ ।

ମୂର୍ଖ

ଚାଣକ୍ୟ କହିଛନ୍ତି କେବେ କୌଣସି ମୂର୍ଖକୁ ଉପଦେଶ ଦେବା ପୂର୍ଣ୍ଣ ଭାବେ ନିଜର ବର୍ବାଦି । ମୂର୍ଖ ବ୍ୟକ୍ତି ଆପଣଙ୍କୁ ତର୍କ ଓ ବିତର୍କରେ ହରାଇବାକୁ ଚାହିଁଥାନ୍ତି । ତାଙ୍କର ଭଲ ପାଇଁ କୁହାଯାଇଥିବା କଥା ଆପଣଙ୍କୁ ତାଙ୍କ ନିକଟରେ ଶତ୍ରୁ କରିଦେଇଥାଏ । ତେଣୁ ଯଦି ନିଜକୁ ଦୁଃଖ ଦେବାକୁ ଚାହୁଁଛନ୍ତି, ତେବେ ମୂର୍ଖଙ୍କ ସହ ବନ୍ଧୁତା କରିବେ ।

ସର୍ବଦା ଦୁଃଖରେ ରହୁଥିବା ବ୍ୟକ୍ତି

ଚାଣକ୍ୟଙ୍କ ମତରେ ଯେଉଁ ବ୍ୟକ୍ତି ବୁଦ୍ଧିମାନ ହୋଇଥାନ୍ତି ସେ ସନ୍ତୁଷ୍ଟ କରିବା ବି ଜାଣିଥାନ୍ତି । ଆପଣଙ୍କ ଆଖପାଖରେ କିଛି ବ୍ୟକ୍ତି ଥିବେ ଯେ ସର୍ବଦା ଦୁଃଖରେ ରହିଥାନ୍ତି । ବେକାରରେ ଦୁଃଖରେ ରହିବା ବ୍ୟକ୍ତି ଅନ୍ୟକୁ କଷ୍ଟରେ ରଖିଥାନ୍ତି । ମନରେ ଏମାନେ ଅନ୍ୟର ଭଲ ଦେଖି ପାରନ୍ତି ନାହିଁ । ଏମିତି ବ୍ୟକ୍ତି ସର୍ବଦା ନକରାତ୍ମକ ବାତାବରଣ ନେଇ କରି ଆସିଥାନ୍ତି । ତେଣୁ ଏମାନଙ୍କ ଠାରୁ ଦୂରରେ ରହିବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.