ପୃଥିବୀର ଚୁମ୍ବକୀୟ ଶକ୍ତି ଦ୍ଵାରା ଖୋଲେ ପେରୁ ଦେଶର ପାହାଡ଼ରେ ଥିବା ଦ୍ୱିତୀୟ ଦ୍ଵାର: ଭୂବୈଜ୍ଞାନିକ

ଦୁନିଆର ଅନେକ ରହସ୍ୟ ବିଷୟରେ ଭିନ୍ନ ଭିନ୍ନ କାହାଣୀ ଆମକୁ ଶୁଣିବାକୁ ମିଳିଥାଏ। ଅବଶ୍ୟ ସେ ସବୁ କାହାଣୀର ସତ ଆମକୁ ସ୍ପଷ୍ଟ ଜଣା ନ ଥାଏ ହେଲେ ଏଭଳି କାହାଣୀ ମିଳିଯାଏ ଯାହା ଚମକାଇବା ଭଳି। ଆଉ କିଛି ଘଟଣା ଆମ ବୁଝିବା ବାହାରେ ଥାଏ। ଏଭଳି କିଛି ରହସ୍ୟ ଅଛି, ଯାହାକୁ ଆଜି ବି କିଛି ଲୋକ ଖୁବ୍ ମାନନ୍ତି। ଆଜି ଆମେ ଆପଣଙ୍କୁ ଦୁନିଆର ଦ୍ୱିତୀୟ ଦ୍ଵାର ବିଷୟରେ କହିବୁ।
ଆଜିର ଅତ୍ୟାଧୁନିକ ଦୁନିଆ ସବୁ ଜିନିଷର ଉପସ୍ଥିତିର ପ୍ରମାଣ ଚାହେଁ । ହେଲେ କ’ଣ ଆପଣ ଜାଣିଛନ୍ତି ଯେତେବେଳେ ବିଜ୍ଞାନ ସାମ୍ନାରେ କିଛି ପ୍ରାଚୀନ ସଭ୍ୟତାର ଜିନିଷ ଆସୁଛି, ତା’ର ରହସ୍ୟ ଖୋଜିବା ମୁସ୍କିଲ ହେଉଛି । ଯାହା ବି ହେଉ, ଦୁନିଆର ଗୁପ୍ତ ସଂଗଠନ କିଛି ବିଶ୍ଵର ଗୁପ୍ତ ଖବର ଲୋକଲୋଚନକୁ ଆଣିଛନ୍ତି, ଯେଉଁଥିରେ ପ୍ରମାଣ ସହ ଲେଖା ଯାଉଛି ଯେ ଆମ ଦୁନିଆରେ ଦ୍ୱିତୀୟ ଦ୍ଵାର ଅଛି, ଯେଉଁ ଦ୍ଵାର ସାହାଯ୍ୟରେ ସମୟ ସମୟରେ ଅନ୍ୟ ଦୁନିଆରୁ ଲୋକ ଆସୁଛନ୍ତି ଏବଂ ପଳାଉଛନ୍ତି । ଏଠି ପ୍ରଶ୍ନ ଉଠୁଛି, ଯଦି ଲୋକ ଆସୁଛନ୍ତି ଆମକୁ କାହିଁକି ଦେଖା ଯାଉ ନାହାନ୍ତି? ଏହାର ଉତ୍ତର ହେଲା, ଏକ ରହସ୍ୟମୟ ଦ୍ଵାର ଦେଇ ପୃଥିବୀ ପୃଷ୍ଠକୁ ଆସୁଛନ୍ତି ଅନ୍ୟ ଦୁନିଆର ଲୋକ। ନାସା ନିଜ ୱେବସାଇଟରେ ଏକ ଆର୍ଟିକିଲ ଲେଖିଛି, ଯେଉଁଥିରେ ରହସ୍ୟମୟ ଦ୍ୱାର ବିଷୟରେ ଲେଖାଅଛି । ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ଏହି ଦ୍ୱାର ଥିବା ଅନୁମାନ କରାଯାଉଛି।
୧୯୯୬ ମସିହାରେ ଜଣେ ଟୁର ଗାଇଡ ପେରୁ ଦେଶର ଲିଆବାଙ୍ଗ ଅଞ୍ଚଳକୁ ଯାଇଥିଲେ । ଏହି ଅଞ୍ଚଳରେ ଗଛ ଲତା ନାହିଁ । ତେଣୁ ଏଠାରେ ମଣିଷଙ୍କ ବସତି ନାହିଁ । ସେହି ଗାଇଡ ନୂଆ ଜାଗା ଖୋଜିବା ପାଇଁ ଏଭଳି ଏକ ସ୍ଥାନକୁ ଚାଲିଗଲେ, ଯେଉଁଠି ସେ ଦେଖିଲେ ଏକ ବିଶାଳ ପଥର କାନ୍ଥରେ ଛୋଟିଆ ଦ୍ୱାରଟିଏ ଅଛି । ଲିଆବାଙ୍ଗ ଅଞ୍ଚଳରେ ଏଭଳି ଦ୍ଵାର ଦେଖି ହଇରାଣ ହୋଇଗଲେ ଗାଇଡ ଜଣକ। କାରଣ କିଛି ବର୍ଷ ହେଲା ଏହି ଗାଇଡଙ୍କୁ ସ୍ୱପ୍ନରେ ଠିକ୍ ଏଭଳି ଏକ ସ୍ଥାନ ଦେଖା ଯାଉଥିଲା। ଯେହେତୁ ସେ ଜଣେ ଟୁରିଷ୍ଟ ଗାଇଡ ବିଭିନ୍ନ ସ୍ଥାନ ବୁଲନ୍ତି ତେଣୁ ସେ ଏଭଳି ଜାଗା ସ୍ୱପ୍ନରେ ଦେଖି ଅଣଦେଖା କରନ୍ତି । ହେଲେ ବାସ୍ତବିକ ସେହି ଦ୍ୱାର ଦେଖି ସେ ଆଶ୍ଚର୍ଯ୍ୟ ହେଲେ । ଏହି ଦ୍ଵାର ବିଷୟରେ ଜାଣିବା ପାଇଁ ସେହି ସ୍ଥାନରୁ ବାହାରୁ ୨୦୦ କିଲୋମିଟର ଦୂରରେ ଏକ ଜନବସତିରେ ପହଞ୍ଚିଲେ ଏବଂ ସେହି ଜାଗା ବିଷୟରେ ଜାଣିବାକୁ ଚାହିଁଲେ।

ଧୀରେ ଧୀରେ କଥା ପ୍ରତ୍ନତତ୍ତ୍ଵବିତ ଏବଂ ଐତିହାସିକ ଟିମ୍ ନିକଟରେ ପହଞ୍ଚିଗଲା । ଅନେକ ବୈଜ୍ଞାନିକଙ୍କ ସହ ବିଭିନ୍ନ ରିସର୍ଚ୍ଚ ଟିମ୍ ସେହି ଜାଗାରେ ପହଞ୍ଚିଗଲେ। ସେଠି ବୈଜ୍ଞାନିକଙ୍କ ପ୍ରଥମ ପ୍ରଶ୍ନ ଥିଲା ଏତେ ବିଶାଳ ଏବଂ ଏଭଳି ଢାଞ୍ଚାରେ ତିଆରି ଦ୍ୱାର କୋଟି କୋଟି ବର୍ଷ ପୂର୍ବରୁ ତିଆରି ହେବା ଅସମ୍ଭବ। ଏହା ସମ୍ଭବ ହେଲା କିପରି । ଗୋଟେ ପାହାଡ଼କୁ କାଟି ଏଭଳି ଦ୍ୱାର ଠିଆ କରିବା ମଣିଷଙ୍କ ଦ୍ଵାରା ଆଦୌ ସମ୍ଭବ ନୁହେଁ, ତେଣୁ ଏଠାକୁ ଅନ୍ୟ ଗ୍ରହରୁ ଜୀବ ଆସି ତିଆରି କରିଥାଇ ପାରନ୍ତି। ଅର୍ଥାତ୍ ଏହି ଦ୍ୱାର ତିଆରି ପାଇଁ କୌଣସି ପଥର କଟା ଯାଇନାହିଁ, ପଥର ଯୋଡା ଯାଇ ନାହିଁ। ପାହାଡକୁ କାଟି ଏପରି ଦ୍ଵାର ତିଆରି କରାଯାଇଛି।
ପରୀକ୍ଷା ନିରୀକ୍ଷା କରି ଭୂବୈଜ୍ଞାନିକ କହିଲେ, ଏଠାରେ ପୃଥିବୀର ଚୁମ୍ବକୀୟ ଶକ୍ତି ସମୟ ସମୟରେ ବଦଳିଥାଏ । ହୁଏତ ଏହି ଦ୍ୱାର ଖୋଲେ ପୁଣି ବନ୍ଦ ହୋଇଯାଏ, ଯାହା ଆମ ପୃଥିବୀକୁ ଆଉ ଏକ ଦୁନିଆ ସହ ଯୋଡ଼ି ରଖିଛି। ଚୁମ୍ବକୀୟ ଶକ୍ତିରେ ଏହି ଦ୍ଵାର ଖୋଲେ ବୋଲି ଭୂବୈଜ୍ଞାନିକ ମତ ଦେବା ପରେ ଦୁନିଆର ଦ୍ୱିତୀୟ ଦ୍ଵାରକୁ ନେଇ ଚର୍ଚ୍ଚା ଖୁବ୍ ଚାଲିଛି।