କେବେ ଦେଖିଛନ୍ତି କି କଦଳୀ ସାପ, ବିଷାକ୍ତ ପାଇଁ ନୁହେଁ ବରଂ ସ୍ୱଭାବ ଯୋଗୁଁ ଲୋକପ୍ରିୟ

ଦୁନିଆରେ ଆପଣ ବିଭିନ୍ନ ପ୍ରକାରର ସାପ ନିଶ୍ଚିତ ଦେଖିଥିବେ। ଏହାମଧ୍ୟରେ ଅନେକ ପ୍ରକାର ସାପ ପ୍ରଜାତିକୁ ନେଇ ରିସର୍ଚ୍ଚ ମଧ୍ୟ କରାଯାଉଛି। ଯାହା ମଧ୍ୟରେ ବାନାନା ବଲ୍‌ ପାଇଥନ ବା କଦଳୀ ବଲ୍‌ ସାପ ସାମିଲ ରହିଛି। ଏହି ସାପ ଦେଖିବାକୁ ଠିକ୍‌ କଦଳୀ ଭଳି। ଯାହା ଯୋଗୁଁ ତା’ର ନାମ କଦଳୀ ବଲ୍‌ ପାଇଥନ ବୋଲି ରଖାଯାଇଛି। ଆପଣ ଫଟୋ ଦେଖି ମଧ୍ୟ ନିଶ୍ଚିତ ଅନୁମାନ କରିପାରୁଥିବେ କି, ଏହା ଦେଖିବାକୁ କଦଳୀ ଭଳି। ଆଉ ଏହାର ରଙ୍ଗ ମଧ୍ୟ ହଳଦିଆ। ଏହା ସାପର ବିଶେଷ ପ୍ରଜାତି। ଏହା ନିଜର ବିଷ ଯୋଗୁଁ ନୁହେଁ ବରଂ ରଙ୍ଗ ଏବଂ ସ୍ୱଭାବ ଯୋଗୁଁ ବେଶ୍‌ ଜଣାଶୁଣା।

ଏହି ସାପର ନାମ ବାନାନା ବଲ୍‌ ପାଇଥନ। ତେବେ ଏହାର ବିଷ କେତେ ବିଷାକ୍ତ ଏବଂ କେଉଁ କାରଣ ଯୋଗୁଁ ଲୋକପ୍ରିୟ ଜାଣିଛନ୍ତି କି ?

ଏହି ସାପ ବଲ୍‌ ଅଜଗର ପ୍ରଜାତିର। ଏହି ପ୍ରଜାତିର ସାପ ଅଧିକାଂଶ କଳା ଏବଂ ଧୂସର ରଙ୍ଗର ହୋଇଥାନ୍ତି। କିନ୍ତୁ ସଂପୂର୍ଣ୍ଣ ଭିନ୍ନ ହୋଇଥାନ୍ତି। କିନ୍ତୁ ଏହି କଦଳୀ ସାପ ସଂପୂର୍ଣ୍ଣ ଭାବେ ଭିନ୍ନ। ଏହା ଦେଖିବାକୁ ଧଳା ଏବଂ ହଳଦିଆ ରଙ୍ଗର। ଏହି କାରଣ ଯୋଗୁଁ ସାପକୁ କଦଳୀ ସାପ କୁହାଯାଏ। ଏଗୁଡିକ ମଧ୍ୟ ବିଭିନ୍ନ ପ୍ରକାରର ହୋଇଥାନ୍ତି। ଯେପରିକି ବନାନା ସ୍ପାଇଡର, ବନାନା କ୍ଲାଉନ, ବନାନା ପେଷ୍ଟଲ, ବନାନା ସିନେମନ, ବନାନା ମୋରେଓ୍ଵ, ବନାନା ବ୍ଲାକ ପିଷ୍ଟଲ ଇତ୍ୟାଦି।

କେଉଁଠାରେ ମିଳେ ଏହି ସାପ :

ଏହି ସାପକୁ ରୟାଲ ଅଜଗର ବୋଲି କୁହାଯାଏ। ଯାହା ପଶ୍ଚିମ ଏବଂ ସେଣ୍ଟ୍ରାଲ ଆଫ୍ରିକାର ଜଙ୍ଗଲରେ ଦେଖିବାକୁ ମିଳିଥାଏ। ଯଦି ସାପ ୨୦ରୁ ୩୦ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହୁଥିବା ବେଳେ ଏହାର ଲମ୍ବ ୩-୫ ଫୁଟ ରହିଥାଏ। କିନ୍ତୁ ମାଈ ଓ ପୁରୁଷ ସାପର ଲମ୍ବା ଅଲଗା ଅଲଗା ରହିଥାଏ। ଯେଉଁଥିରେ ପୁରୁଷ ସାପର ଲମ୍ବ ଛୋଟ ହୋଇଥାଏ।

କେତେ ବିଷାକ୍ତ ?

ଦେଖିବାକୁ ଏହି ପ୍ରଜାତିର ସାପ ବେଶ୍‌ ବିଷାକ୍ତ। କିନ୍ତୁ ଏପରି ନୁହେଁ। ବିଷ ନଥିବା ସାପ ମଧ୍ୟରେ ଏମାନଙ୍କ ଗଣତି ହୋଇଥାଏ। ଏହି ସାପ ବହୁତ ବିନମ୍ର ହୋଇଥାଏ। ବହୁତ କମ୍‌ ଆକ୍ଟିଭ ରହିଥାନ୍ତି। ଶାନ୍ତ ସ୍ୱଭାବ ପାଇଁ ବେଶ୍‌ ଲୋକପ୍ରିୟ ହୋଇଥାଏ ଏହି ସାପ। ଖାସ୍‌ ଏଥିପାଇଁ ଏହି ସାପ ପୋଷା କରି ରଖନ୍ତି।

ଏହି ସାପ ଯାହାକୁ ବି କାମୁଡେ, ତା’ର ବିଷ କାହାକୁ ଚହଟେ ନାହିଁ। ତେଣୁ ବ୍ୟସ୍ତ ନ ହୋଇ ଚିକିତ୍ସା କରିବା ଉଚିତ। ଏହାଛଡା ଏହି ସାପ ଆଳସୁଆ ପ୍ରବୃତ୍ତିର ହୋଇଥାଏ।