ଲୋକପ୍ରିୟ ଟିଭି ଆକ୍ଟର ଶରଦ ମଲହୋତ୍ରା କୋଭିଡ ପଜିଟିଭ, ହୋମ କ୍ୱାରେଣ୍ଟାଇନରେ

ମହାରାଷ୍ଟ୍ରରେ ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଗତ ସପ୍ତାହ ମଧ୍ୟରେ କୋଭିଡର ସଂଖ୍ୟା ତୀବ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ରରେ ଅଧାରୁ ଅଧିକ ସଂଖ୍ୟା ମୁମ୍ବାଇରୁ ସାମନାକୁ ଆସୁଛି । ଦେଶରେ ଲଗାତାର ଭାବରେ ବଢିଚାଲିଛି କୋଭିଡ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା । ପାଖାପାଖି ୮୦ ଦିନ ପରେ ଆକ୍ଟିଭ ସଂଖ୍ୟା ବଢି ୨ ଲକ୍ଷ ଛୁଇଁଲାଣି । ପ୍ରତିଦିନ ପଜିଟିଭିଟି ହାର ୪.୧୮ ପ୍ରତିଶତ ରହିବାରେ ଲାଗିଛି । ମହାରାଷ୍ଟ୍ରରେ ୨୪ଘଣ୍ଟାରେ ପାଖାପାଖି ୨୫ହଜାର ନୂଆଁ କେସ ସାମନାକୁ ଆସିଛି । ଏଥିରୁ ମୁମ୍ବାଇରୁ ପାଖାପାଖି ୧୫ହଜାର ।

ଏବେ ଟିଭିର ଜଣାଶୁଣା ଚେହେରା ଶରଦ ମଲହୋତ୍ରା କୋଭିଡ ପଜିଟିଭ । ସେ ନିଜ ପତ୍ନୀଙ୍କ ସହ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି । ଯାହା ନିଜେ ଶରଦ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଇନଷ୍ଟାଗ୍ରାମର ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି କି ନୂଆବର୍ଷର କିଭଳି ଆରମ୍ଭ ହୋଇଛି । ମୁଁ ମୋ ପତ୍ନୀ ଓ ଲିଓ ସହ ହୋମ କ୍ୱାରେଣ୍ଟାଇନରେ ରହିଛି । ଗତ କିଛିଦିନ ମଧ୍ୟରେ ଯେଉଁ ଲୋକ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର ଟେଷ୍ଟ କରେଇ ନିଅନ୍ତୁ ଆଉ ଦୟାକରି ମାସ୍କ ନିଶ୍ଚୟ ପିନ୍ଧନ୍ତୁ ବୋଲି କହିଛନ୍ତି ଶରଦ । ତାଙ୍କର ଏହି ପୋଷ୍ଟ ଉପରେ ଫ୍ୟାନ୍ସ କମେଣ୍ଟ କରିବା ସହ ଅତିଶୀଘ୍ର ଠିକ ହେବା ନେଇ ପ୍ରାର୍ଥନା କରୁଛନ୍ତି ।

ବଲିବୁଡ ଓ ସିନେ ଜଗତରେ ଏହି କିଛିଦିନ ମଧ୍ୟରେ ଏକତା କପୁର , ଜନ ଆବ୍ରାହମ, ସୋନୁ ନିଗମ, କରୀନା କପୁର ଖାନ, ମୃଣାଳ ଠାକୁର, ନୋରା ଫତେହୀ, ନକୁଲ ମେହେତା, ସୀମା ଖାନ, ଅର୍ଜୁନ କପୁର, ରୀୟା କପୁରଙ୍କ ଭଳି ଅନେକ ଷ୍ଟାର କୋଭିଡ ଆକ୍ରାନ୍ତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.