Below header

ଆପଣଙ୍କ ନିଜର ଲୋକ କେହି ଡିପ୍ରେସନରେ ଅଛନ୍ତି କି ? ସମୟ ପୂର୍ବରୁ ଏହି ସଂକେତରୁ ଜାଣନ୍ତୁ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କଠିନ ପରିଶ୍ରମ ବିଷୟରେ ତ ଆପଣ ଶୁଣିଥିବେ। ଯିଏ କି ଟିଭି ଦୁନିଆରୁ ଯାଇ ସିନେ ଜଗତରେ ନିଜ ସ୍ଥାନ ସକ୍ରିୟ କରିପାରିଥିଲେ। ଗତ ୧୪ ତାରିଖରେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ ଯାହାର କାରଣ ଡିପ୍ରେସନ ବୋଲି କୁହାଯାଉଛି। ତେବେ ଏହି ଘଟଣା ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରାଇଦେଇଛି। ତେବେ ଜୀବନରେ କିଛି ଦୁର୍ଘଟଣା ଏମିତି ଥାଏ ଯାହା ମଣିଷକୁ ଏକଦମ୍‌ ଭାଙ୍ଗିଦିଏ। କିନ୍ତୁ ଜୀବନଟା ଏତେ ବି ଖରାପ ନୁହେଁ ଯେ ଜଣେ ଫାଶୀ ଲଗାଇଦେବେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ସଂକେତ ଏବଂ ଲକ୍ଷଣ ନେଇ ଆସିଛୁ ଯାହା ଡିପ୍ରେସନ ଆଡକୁ ଇସାରା କରିଥାଏ। ଏହି ସବୁ ସଂକେତ ଜାଣିବା ପରେ ଆପଣ ନିଜର ପ୍ରିୟଜନଙ୍କୁ ଏପରି କିଛି କରିବା ଠାରୁ ଦୂରେଇ ରଖିପାରିବେ। ତାଙ୍କୁ ସାହସ ଦେଇପାରିବେ। ଯଦି ଆପଣଙ୍କର କେହି ନିଜର ଲୋକ ଡିପ୍ରେସନରେ ଅଛନ୍ତି ତେବେ ତାଙ୍କର ଏହି ସବୁ ସଂକେତରୁ ତାଙ୍କ ମାନସିକ ସ୍ତିତି ବିଷୟରେ ଜାଣନ୍ତୁ।

Woman Suffering From Depression Sitting On Bed And Crying-ଛୋଟ ଛୋଟ କଥାରେ ରାଗିଯିବା ଏବଂ ଚିଡଚିଡା ହେବା ମଧ୍ୟ ଡିପ୍ରେସନର ଲକ୍ଷଣ। ଏହି ସ୍ଥିତିରେ ବ୍ୟକ୍ତି ବିନା କାରଣରେ ମଧ୍ୟ ରାଗିଯାନ୍ତି।

– ଅଧିକାଂଶ ଡିପ୍ରେସନରେ ଥିବା ଲୋକ ନିଜକୁ ଆବଶ୍ୟକତାରୁ ଅଧିକ ଅପରାଧ ବା ଦୋଷୀ ବୋଲି ଅନୁଭବ ହୋଇଥାଏ। ତାଙ୍କୁ ଲାଗେ ଯେ ଯାହା କିଛି ଖରାପ ହେଉଛି ସେସବୁ ତାଙ୍କ କାରଣରୁ ହେଉଛି। ଏମିତିରେ ସେ ଭିତରେ ଭିତରେ ଏହାକୁ ଭାବି ଭାବି ଚିନ୍ତାରେ ରୁହନ୍ତି।

-ଡିପ୍ରେସନରେ ଥିବା ବ୍ୟକ୍ତିଙ୍କ ମନରେ ଏକ ପ୍ରକାର ଡର ରହିଯାଏ ଏବଂ ସେ ତାହାକୁ ସତ ବୋଲି ମାନିନିଅନ୍ତି। ବନ୍ଦ କୋଠରୀ, ଅନ୍ଧାର, କୌଣସି ବ୍ୟକ୍ତିଙ୍କ ଡର, କୌଣସି ଅଘଟଣ ଦ୍ୱାରା ଅଧିକ ଡର ଆଦି ରହିଥାଏ।

depression-ଉଦାସ ରହିବା ଡିପ୍ରେସନର ଏକ ବଡ ସଂକେତ ଅଟେ। ଅନେକ ଥର ଏମିତି ଦେଖାଯାଏ ଯେ ଡିପ୍ରେସନରେ ଥିବା ବ୍ୟକ୍ତି ସାଙ୍ଗ ସାଥି ଏବଂ ପରିବାର ଭିତରେ ଥାଇ ମଧ୍ୟ ଖୁସି ହୋଇପାରନ୍ତିନାହିଁ।

-ଡିପ୍ରେସନରେ ଏମିତି ହୋଇଥାଏ ଯେ ବିନା କୌଣସି ଶାରୀରିକ ପରିଶ୍ରମରେ ବି ଥକା ଲାଗିଥାଏ। ଶରୀର ପୀଡା ଏବଂ ଚେହେରାରେ ଥକା ଦେଖାଯିବା ମଧ୍ୟ ଡିପ୍ରେସନର ବଡ ଲକ୍ଷଣ।

-ଡିପ୍ରେସନରେ ଥିବା ବ୍ୟକ୍ତିଙ୍କୁ ନିଦ ନ ଆସିବା ଭଳି ସମସ୍ୟା ଆରମ୍ଭ ହୋଇଯାଏ ଏବଂ ପରେ ବହୁତ ନିଦ ହୋଇଥାଏ।

-ଡିପ୍ରେସନରେ ଥିବା ବ୍ୟକ୍ତିଙ୍କ ଓଜନ ବଢ଼ିଯାଏ ନଚେତ କମିଯାଏ। ସବୁ ମାସ ବ୍ୟକ୍ତିଙ୍କ ଓଜନରେ ପାଞ୍ଚ ପ୍ରତିଶତ ପରିବର୍ତ୍ତନ ଦେଖାଯାଇଥାଏ।

-ଡିପ୍ରେସନରେ ବ୍ୟକ୍ତି ଏକା ରହିବାକୁ ପସନ୍ଦ କରନ୍ତି। କାହା ସହିତ ବସିବା କାହା ସହିତ କଥା ହେବାକୁ ମନ ହୋଇନଥାଏ।

depression-ଡିପ୍ରେସନରେ ଥିବା ବ୍ୟକ୍ତିଙ୍କ ମନ ସ୍ଥିର ରହିନଥାଏ। ମୁଣ୍ଡରେ ବହୁତ ପ୍ରକରେ କଥା ଚାଲିଥାଏ। ଜରୁରୀ କାମରେ ବି ଧ୍ୟାନ ହଟିବାକୁ ଲାଗେ। ଅନେକ ଥର ତ ଏମିତି ହୋଇଥାଏ ବ୍ୟକ୍ତି କିଛି କିଛି ଜିନିଷ ଭୁଲିବାକୁ ଲାଗନ୍ତି।

-ଡିପ୍ରେସନରେ ଥିବା ଲୋକ ନିଜ ଜୀବନକୁ ନେଇ ବହୁତ ଅସନ୍ତୁଷ୍ଟ ହୋଇଯାନ୍ତି। ସେମାନଙ୍କୁ ବେଳେବେଳେ ଓଲଟା ପାଲଟା କଥା ମନକୁ ଆସିଥାଏ।

-ସେମାନଙ୍କୁ ଏମିତି ଲାଗିଥାଏ ଯେମିତି ତାଙ୍କ ଜୀବନରେ ଆଉ କିଛି ନାହିଁ। ତାଙ୍କୁ ଯେମିତି ଜୀବନ ପ୍ରତି ପୂରା ବିତୃଷ୍ଣା ଭାବ ଆସିଗଲାଣି ସେମିତି ଅନୁଭବ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.