Below header

କୁଣ୍ଡଳୀରେ ବ୍ୟକ୍ତିଙ୍କ ରାକ୍ଷସ ଗଣ କହିଥାଏ ତାଙ୍କ ଆଚରଣ, ଏହି ଲୋକଙ୍କ ଭିତରେ ଲୁଚି ରହିଥାଏ କିଛି ବିଶେଷତ୍ୱ, ଆସନ୍ତୁ ଜାଣିବା

ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତିଙ୍କର 3ଟି ଗଣ ବିଷୟରେ ଗଣନା କରାଯାଇଛି | କୁଣ୍ଡଳୀରେ ବ୍ୟକ୍ତିର ଏହି ଗଣ ତାହାର ସ୍ୱଭାବ ,ବିଶେଷତ୍ୱ ଏବଂ ଖରାପ ଗୁଣର ଗଣନା କରିଥାଏ |  ଏ 3 ଗଣ ହେଲେ ଦେବ ,ମାନବ ଏବଂ ରାକ୍ଷସ ଗଣ | ସାଧାରଣତଃ ରାକ୍ଷସ ଗଣ ନାମ ଶୁଣିବା କ୍ଷଣି ଲୋକଙ୍କ ମନରେ ରାକ୍ଷସ ଭଳି ଛବି ଆସିଯାଏ | ରାକ୍ଷସ ଗଣ ଥିବା ଲୋକଙ୍କ ବିଷୟରେ ଖରାପ ଧାରଣା ଆସିଥାଏ | କିନ୍ତୁ ଏମିତି ବିଲକୁଲ ନୁହେଁ | 3 ଗଣଙ୍କ ଭିତରେ ଦେବ ଗଣକୁ ସର୍ବଶ୍ରେଷ୍ଠ ମାନ୍ୟତା ଦିଆଯାଇଛି | କିନ୍ତୁ 3ଗଣର ନିଜ ନିଜର ବିଶେଷତ୍ୱ ରହିଛି |

ଦେବ ଗଣ –

ଜ୍ୟୋତିଷଙ୍କ ଅନୁସାରେ ଦେବଗଣର ଲୋକମାନଙ୍କୁ ସର୍ବଶ୍ରେଷ୍ଠ ମନାଯାଇଥାଏ | ଏ ଲୋକମାନେ ଭଲ ଆଚରଣର ହୋଇଥାଆନ୍ତି | ଏମାନେ ଇମାନଦାର ,ଚରିତ୍ରବାନ ,ସଂସ୍କାରି ,କୋମଳ ହୃଦୟ ,ଦୟାଳୁ ,ବୁଦ୍ଧିମାନ ଏବଂ ବହୁତ ସକରାତ୍ମକ ବିଚାରର ହୋଇଥାନ୍ତି | ଦାନ ଧର୍ମରେ ମଧ୍ୟ ଆଗୁଆ ଥାଆନ୍ତି | ଅନ୍ୟକୁ ସାହାଯ୍ୟ କରିବାରେ ମଧ୍ୟ ବିଶ୍ୱାସ ରଖିଥାନ୍ତି |

ମାନବ ଗଣ –

ଜ୍ୟୋତିଷ ଶାସ୍ତ୍ରରେ ମାନବ ଗଣର ଲୋକମାନଙ୍କ ବିଷୟରେ କୁହାଯାଏ କି ଏହି ଲୋକମାନେ କର୍ମଠ ହୋଇଥାଆନ୍ତି | ନିଜର ପରିଶ୍ରମ ଦ୍ୱାରା ଆଗକୁ ବଢି ଥାଆନ୍ତି | ବହୁତ ପଇସା ରୋଜଗାର କରନ୍ତି ଏବଂ ଜୀବନରେ ସମ୍ମାନ ମଧ୍ୟ ପାଇଥାଆନ୍ତି |

ରାକ୍ଷସ ଗଣ –

ରାକ୍ଷସ ଗଣର ଲୋକମାନେ ନକରାତ୍ମକ ହୋଇଥାନ୍ତି | କିନ୍ତୁ ଚେଷ୍ଟା କରିବା ଦ୍ୱାରା ଏମାନେ ନିଜକୁ ସକରାତ୍ମକ କରିପାରିବେ  ରାକ୍ଷସ ଗଣ ଲୋକମାନଙ୍କର ଗୋଟିଏ ବିଶେଷତ୍ୱ ହୋଇଥାଏ ଯେ ଲୋକେ ନକାରାତ୍ମକ ଜିନିଷ ଓ ଘଟଣାଗୁଡ଼ିକୁ  ବହୁତ ଶୀଘ୍ର ଜାଣି ପାରନ୍ତି | ଲିଡର ଏବଂ ସାହସୀ କାରଣରୁ ଏମାନେ ସବୁ ପରିସ୍ଥିତିକୁ ଦୃଢତାର ସହିତ ମୁକାବିଲା କରିଥାନ୍ତି | ଏ ଲୋକମାନେ ଖୋଲା ଏବଂ କଡା କଥା କହିଥାନ୍ତି |

ଜ୍ୟୋତିଷମାନେ କହନ୍ତି କି ଦେବ ଏବଂ ରାକ୍ଷସଙ୍କ ଭିତରେ ବିବାହ କରିବା ଉଚିତ ନୁହେଁ | ଦେବ ଗଣର ଲୋକମାନଙ୍କ ପାଇଁ ମନୁଷ୍ୟ
ଗଣର ଲାଇଫ ପାର୍ଟନର ଠିକ ରହିଥାଏ | କିନ୍ତୁ ମନୁଷ୍ୟ ଗଣର ଜାତକ ଦେବ ଏବଂ ରାକ୍ଷସ ଦୁହିଁଙ୍କ ସହିତ ବିବାହ କରି ପାରିବେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.