ବହୁତ ଚମତ୍କାରୀ ହୋଇଥାଏ ଏହି ୪ଟି ରତ୍ନ , ଧାରଣ କରିବା ଦ୍ୱାରା ଟଙ୍କାର ହୋଇଥାଏ ବର୍ଷା

ରତ୍ନ ଶାସ୍ତ୍ରରେ ବହୁତ ରତ୍ନ ବିଷୟରେ ଉଲ୍ଲେଖ କରାଯାଇଛି | କୁଣ୍ଡଳୀରେ କମଜୋର ଗ୍ରହ କିମ୍ବା କୌଣସି ଗ୍ରହସ୍ଥିତିର ପ୍ରଭାବ ଆମର ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ ପଡିଥାଏ | ଏହି ପ୍ରଭାବକୁ କମ କରିବା ପାଇଁ ଏବଂ ଶୁଭ ପ୍ରଭାବକୁ ବଢାଇବା ପାଇଁ ରତ୍ନ ଧାରଣ କରିବାକୁ ଉପଦେଶ  ଦିଆଯାଇଥାଏ |

ଆଜି ଆମେ ଏମିତି ୪ଟି ରତ୍ନ ବିଷୟରେ ଜାଣିବା ଯାହା ଆପଣଙ୍କୁ ଧାରଣ କରିବା କ୍ଷଣି ମାଲାମାଲ କରିଦେଇପାରେ | କିନ୍ତୁ ଜ୍ୟୋତିଷଙ୍କୁ କୁଣ୍ଡଳୀ ଦେଖାଇବା ବିନା କିଛି ବି ରତ୍ନ ଧାରଣ କରିପାରିବେ ନାହିଁ | ଏମିତି କଲେ ବ୍ୟକ୍ତିଙ୍କୁ ନକରାତ୍ମକ ପ୍ରଭାବର ଶିକାର ହେବାକୁ ପଡିପାରେ | ଆସନ୍ତୁ ଜାଣିବା ସେହି ରତ୍ନ ବିଷୟରେ ଯାହା ବ୍ୟକ୍ତିକୁ ମୁହୂର୍ତ୍ତକରେ ଧନୀ ବନେଇ ଦେଇଥାଏ |

ପାନ୍ନା ରତ୍ନ –

ସଙ୍କଟରୁ ବଂଚିବା ପାଇଁ ପାନ୍ନା ରତ୍ନ ଧାରଣ କରିବାକୁ ଉପଦେଶ ଦିଆଯାଇଥାଏ | ତା’ ସହିତ କ୍ୟାରିୟରରେ ଉନ୍ନତି ଏବଂ ଧନ ଲାଭ ପାଇଁ ମଧ୍ୟ ଏହାକୁ ଉପଯୋଗୀ ବୋଲି ମନାଯାଇଛି | ପାନ୍ନା ପିନ୍ଧିବା ଦ୍ୱାରା ଆତ୍ମ ବିଶ୍ୱାସ ବଢିଥାଏ | ବ୍ୟକ୍ତିର ପର୍ଶନାଲିଟି ଆକର୍ଷକ ହୋଇଯାଇ ଥାଏ | ପନ୍ନା ସାଥିରେ ମୋତି ,ମୁଙ୍ଗା ଏବଂ ପୋଖରାଜ ଭୁଲରେ ମଧ୍ୟ ପିନ୍ଧିବେ ନାହିଁ |

ନିଲମ ରତ୍ନ –

ପ୍ରଭାବୀ ରତ୍ନମାନଙ୍କ ମଧ୍ୟରୁ ନିଲମକୁ ବି କୁଣ୍ଡଳୀ ଅନୁସାରେ ଧାରଣ କରିବା ଉଚିତ | ନିଲମ ପିନ୍ଧିବା କ୍ଷଣି ବ୍ୟକ୍ତି
ବହୁତ ଶୀଘ୍ର ସଫଳତାର ସିଢି ଚଢ଼ିଥାଏ | ଏହା ସାଙ୍ଗରେ ମାଣିକ୍ୟ ,ମୁଙ୍ଗା ଏବଂ ପୋଖରାଜ କେବେ ବି ଧାରଣ କରିବେ ନାହିଁ |

ଟାଇଗର ରତ୍ନ –

ନୀଳମ ରତ୍ନ ପରି ଟାଇଗର ରତ୍ନ ମଧ୍ୟ ବହୁତ ଶୀଘ୍ର ପ୍ରଭାବ ପକେଇ ଥାଏ | ଏହାକୁ ପିନ୍ଧିବା ଦ୍ୱାରା ପଇସାର ଅଭାବରୁ ମୁକ୍ତି ମିଳିଯାଇ ଥାଏ | ବହୁତ ଅସୁବିଧା ଦୂର କରି କ୍ୟାରିୟରରେ ଉନ୍ନତି ଆଣିଥାଏ |

ଜେଡ ଷ୍ଟୋନ –

ଜେଡ ଷ୍ଟୋନ ଧନ ଲାଭ ସଂଗେ ଏକାଗ୍ରତା ବି ବଢ଼ାଇଥାଏ | ବିଜିନେସରେ ଉନ୍ନତି ପାଇଁ ସବୁଜ ରଙ୍ଗର ଜେଡ ଷ୍ଟୋନ
ପିନ୍ଧିବା ଉଚିତ | ଏହା ପଦୋନ୍ନତି -ସମ୍ମାନ ଏବଂ ପଇସା ସବୁ କିଛି ଦେଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.