Below header

ଶନି ଦେବଙ୍କ ନଜର ଅଶୁଭ କାହିଁକି? ଜାଣନ୍ତୁ ବକ୍ର ଦୃଷ୍ଟିର ସଂକେତ

ଆମର ଧାରଣା ରହିଛି ଶନିଙ୍କର ଅଶୁଭ ଦୃଷ୍ଟି ଯେଉଁ କୌଣସି ବ୍ୟକ୍ତିମାନଙ୍କ ଉପରେ ପଡିଥାଏ ସେହି ବ୍ୟକ୍ତିମାନଙ୍କର ସମସ୍ତ କାମରେ ବିଘ୍ନ ଘଟିଥାଏ। ତେବେ ଜାଣନ୍ତୁ ଶନି ଦେବଙ୍କ ନଜର କାହିଁକି ଅଶୁଭ ହୋଇଥାଏ।

ପୌରାଣିକ କଥା ଅନୁଯାୟୀ ଶନିଙ୍କର ବିବାହ ଏଭଳି ଏକ କନ୍ୟାଙ୍କ ସହ ହୋଇଥିଲା, ଯିଏ ସ୍ୱଭାବରେ ଖୁବ୍‌ ଉଗ୍ର ଥିଲେ। ଥରେ ଶନି ଦେବଙ୍କ ପତ୍ନୀ ପୁତ୍ରର ଲାଳସାରେ ତାଙ୍କ ପାଖରେ ପହଞ୍ଚିଥିଲେ କିନ୍ତୁ ଭଗବାନ ଶନି ଭକ୍ତିରେ ଏତେ ମାତ୍ରାରେ ଲୀନ ଥିଲେ ଯେ ତାଙ୍କୁ ଏହି ବିଷୟରେ ଜଣା ହିଁ ପଡିନଥିଲା। ଏପରି ହେବା ଦ୍ୱାରା ମର୍ମାହତ ହୋଇ ପତ୍ନୀ ନିଜେ ଶନି ଦେବଙ୍କୁ ଅଭିଶାପ ଦେଇ କହିଥିଲେ ଯାହା ଉପରେ ଆପଣଙ୍କ ଦୃଷ୍ଟି ପଡିବ ସେହି ବ୍ୟକ୍ତିଙ୍କର ସବୁ କିଛି ନଷ୍ଟ ହୋଇଯିବ। କାରଣ ପତ୍ନୀ ଥାଇ ମଧ୍ୟ ଶନି ଦେବ କେବେ ବି ନିଜ ପତ୍ନୀଙ୍କୁ ଭଲପାଇବା ଦୃଷ୍ଟିରେ ଦେଖିନଥିଲେ। ଏହି କାରଣରୁ ଶନି ଦେବଙ୍କ ଦୃଷ୍ଟିକୁ ଅଶୁଭ ବୋଲି କୁହାଯାଇଥାଏ। ଶାସ୍ତ୍ର ଅନୁଯାୟୀ କେବେ ମଧ୍ୟ ଶନି ଦେବଙ୍କ ଆଖିରେ ଆଖି ମିଶାଇ ଦର୍ଶନ କରିବା ଅନୁଚିତ। ସର୍ବଦା ଲୋକମାନଙ୍କ ନଜର ଶନି ଦେବଙ୍କ ପାଦ ଉପରେ ରହିବା ଉଚିତ।

saniଜାଣନ୍ତୁ ଶନିଙ୍କ ଅଶୁଭ ନଜର ସମ୍ପର୍କରେ:

-ଶନିଙ୍କ ଅଶୁଭ ଛାଇର ପ୍ରଥମ ସଂକେତ ଟଙ୍କାର କ୍ଷତି ହେବା।

-ହଠାତ କୌଣସି ମୂଲ୍ୟବାନ ଜିନିଷ ବାରମ୍ବାର ହଜିବା।

-ସମ୍ଭବ ହେଇପାରୁଥିବା କାର୍ଯ୍ୟରେ ବିଘ୍ନ ଘଟିବା।

-ଚିକିତ୍ସାରେ ଅଧିକ ଟଙ୍କା ଖର୍ଚ୍ଚ ହେବା।

-ଗୃହପାଳିତ ଜୀବ-ଜନ୍ତୁଙ୍କର ମୃତ୍ୟୁ ହେବା।

-ବାରମ୍ବାର କୌଣସି ବିବାଦରେ ପଡିବା ବା କୋର୍ଟର ଦ୍ୱାରସ୍ଥ ହେବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.