ବ୍ୟାଙ୍କରେ KYC କଲେ ଏବେ କହିବାକୁ ପଡିବ ନିଜର ଧର୍ମ, RBI ପରିବର୍ତ୍ତନ କଲା ନିୟମ

ବହୁତ ଜଲଦି ଏବେ ବ୍ୟାଙ୍କ୍‌ କେଓ୍ଵାସି କରାଇବା ଦ୍ୱାରା ଆପଣଙ୍କୁ ଧର୍ମ ପଚାରିପାରେ। ଏହି ନିୟମ ପୁର୍ବରୁ ରହିଥିବା ଗ୍ରାହକ ଏବଂ ନୂଆ ଗ୍ରାହକଙ୍କ ଉପରେ ଲାଗୁ ହେବ। ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆରବିଆଇ) ବହୁତ ଜଲଦି ନିର୍ଦ୍ଦେଶନାମା ଜାରୀ କରିବେ।

ଫେମା କାନୁନର ପରିବର୍ତ୍ତନ କାରଣରୁ ଏମିତି କରାଯିବ। ଫେମାରେ ଏହି ପରିବର୍ତ୍ତନ ଅନୁସାରେ ବାହାର ଦେଶର ନାଗରିକ ଏନଆରଓ ଖାତା ଖୋଲିପାରିବେ। ସେହିପରି ସମ୍ପତ୍ତି ମଧ୍ୟ କିଣିପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମୁସଲମାନ ମାନେ ଏମିତି କରିବାରେ ବଞ୍ଚିତ ହେବେ।

rbiଆରବିଆଇ ଫେମା ଆଇନରେ ପରିବର୍ତ୍ତର୍ନ ଅନୁଯାୟୀ ପାକିସ୍ତାନ, ବାଂଗଲାଦେଶ ଏବଂ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ, ବୌନ୍ଧ, ଜୈନ, ପାର୍ସି, ସିଖ୍‌ ଏବଂ ଖ୍ରୀଷ୍ଟିୟାନ ଧର୍ମର ଶରଣାର୍ଥୀ, ଯେଉଁମାନେ ଲମ୍ବା ସମୟ ଧରି ଭିସାରେ ଭାରତ ଆସିସଛନ୍ତି ସେମାନେ ଏବେ ବ୍ୟାଙ୍କ ଖାତା ଖୋଲିପାରିବେ। ଏହାସହିତ ଏମାନେ ସମ୍ପତ୍ତି ମଧ୍ୟ କିଣିପାରିବେ। ଅର୍ଥମନ୍ତ୍ରାଳୟଙ୍କ କହିବାନୁଯାୟୀ ଏହି ପରିବର୍ତ୍ତନ ଗତ ବର୍ଷ କରାଯାଇଥିଲା, ଯେତେବେଳେ ଆର୍ଥିିକ ସଂକଟ ଚାଲିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.