Below header

ଜାଣିଛନ୍ତି କି ୨୦୨୪ ବର୍ଷରେ କେତୋଟି ଦିନ ରହିଛି ? ଫେବ୍ରୁଆରୀ ମାସର କିଛି ନିଆରା କଥା ଜାଣନ୍ତୁ

ଆମେ ସମସ୍ତେ ଜାଣିଛେ କି ଗୋଟିଏ ବର୍ଷରେ ରହିଥାଏ ୩୬୫ ଦିନ । ହେଲେ ୨୦୨୪ ବର୍ଷ ହେଉଛି ୩୬୬ ଦିନ । ଆଉ ଏଥିରେ ଗୋଟିଏ ଦିନ ଅଧିକ ରହିବାର କାରଣ ହେଉଛି ଫେବ୍ରୁଆରୀ ମାସ ୨୮ ପରିବର୍ତ୍ତେ ୨୯ ଦିନ ରହିଛି

ଆମେ ସମସ୍ତେ ଜାଣିଛେ କି ଗୋଟିଏ ବର୍ଷରେ ରହିଥାଏ ୩୬୫ ଦିନ । ହେଲେ ୨୦୨୪ ବର୍ଷ ହେଉଛି ୩୬୬ ଦିନ । ଆଉ ଏଥିରେ ଗୋଟିଏ ଦିନ ଅଧିକ ରହିବାର କାରଣ ହେଉଛି ଫେବ୍ରୁଆରୀ ମାସ ୨୮ ପରିବର୍ତ୍ତେ ୨୯ ଦିନ ରହିଛି । ଅଧିବର୍ଷ ହିସାବରେ ଏଥର ଫେବ୍ରୁଆରୀ ମାସଟି ୨୯ ଦିନ ପଡୁଛି । ପୁଣି ଏ ମାସରେ ସବୁ ବାରଗୁଡ଼ିକ ଚାରିଥର ଆସୁଛି । କେବଳ ପାଞ୍ଚଥର ପଡ଼ିବ ଗୁରୁବାର । ଅନ୍ୟ ସବୁ ବାର ଚାରିଥର ଲେଖାଏଁ ଆସିବ ।

ତେବେ ପ୍ରତ୍ୟେକ ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ଦିନ ଏବଂ ତାରିଖ ଥାଏ ଯାହା ଜାତୀୟ ଏବଂ ଆନ୍ତର୍ଜାତୀୟ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ଏହି ଦିନଗୁଡିକ ଏକ ବିଶେଷ ଘଟଣା ଆଧାରରେ ପାଳନ କରାଯାଏ ଯାହା ସେହି ନିର୍ଦ୍ଦିଷ୍ଟ ଦିନରେ ଘଟିଥାଏ । ପ୍ରତ୍ୟେକ ଦିନ ଘଟୁଥିବା ଘଟଣା ଗୁଡ଼ିକ ସହିତ ଅବଗତ ରହିବା ପାଇଁ ଲୋକମାନେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିନ ଏବଂ ତାରିଖ ବିଷୟରେ ଜାଣିବା ଉଚିତ୍ । ତେବେ ଚଳିତ ବର୍ଷ ୨୦୨୪ ହେଉଛି ୩୬୬ ଦିନ ।

ବର୍ଷର ଦ୍ୱିତୀୟ ମାସ ହେଉଛି ଫେବୃଆରୀ । ବର୍ଷର ଫେବୃଆରୀ ମାସ ହେଉଛି ସବୁଠାରୁ କମ୍ ଦିନ । କିନ୍ତୁ ଚଳିତ ବର୍ଷ ଏହି ମାସ ୨୯ ଦିନ ଅଛି । ଫେବୃଆରୀରେ ବିଶ୍ୱ ଆର୍ଦ୍ରଭୂମି ଦିବସ, ବିଶ୍ୱ କର୍କଟ ଦିବସ, ଆନ୍ତର୍ଜାତୀୟ ମାତୃଭାଷା ଦିବସ, ଭାଲେଣ୍ଟାଇନ୍ସ ଡେ, ଅରୁଣାଚଳ ପ୍ରଦେଶ ଫାଉଣ୍ଡେସନ ଡେ, ଜାତୀୟ ବିଜ୍ଞାନ ଦିବସ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଦିନ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.