ୟୁପି: ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖୁଥିଲା ସ୍ୱାମୀ, ରାଗରେ ସ୍ୱାମୀର ପ୍ରାଇଭେଟ୍‌ ପାର୍ଟ କାମୁଡ଼ି ଛିଣ୍ଡାଇ ଦେଲା ସ୍ତ୍ରୀ

ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ସ୍ତ୍ରୀ ନିଜ ସ୍ୱାମୀର ପ୍ରାଇଭେଟ୍‌ ପାର୍ଟ କାମୁଡ଼ି ଛିଣ୍ଡାଇ ଦେଇଛି । ଆହତ ସ୍ୱାମୀକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ସ୍ତ୍ରୀ ନିଜ ସ୍ୱାମୀର ପ୍ରାଇଭେଟ୍‌ ପାର୍ଟ କାମୁଡ଼ି ଛିଣ୍ଡାଇ ଦେଇଛି । ଆହତ ସ୍ୱାମୀକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଅଭିଯୋଗ ମୁତାବକ, ସ୍ୱାମୀ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖୁଥିବାରୁ ଏହାକୁ ନେଇ ସ୍ତ୍ରୀ କ୍ରୋଧିତ ଥିଲେ । ଯେତେ ବିରୋଧ କଲେ ମଧ୍ୟ ସ୍ୱାମୀ ମାନୁ ନ ଥିଲେ । ତେଣୁ ସେ ଏଥିରେ କ୍ରୋଧାନ୍ଵିତ ହୋଇ ନିଜ ଦାନ୍ତରେ ସ୍ୱାମୀର ପ୍ରାଇଭେଟ୍‌ ପାର୍ଟ କାମୁଡ଼ି ଛିଣ୍ଡାଇ ଦେଇଥିଲେ । ଲହୁଲୁହାଣ ଅବସ୍ଥାରେ ସ୍ୱାମୀଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କାନପୁର ରେଫର୍‌ କରାଯାଇଛି ।

ଘଟଣା ଗତ ରାତିର । ଏଠାରେ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିବାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଏପରି କି, କଥା ମାରପିଟ ପର୍ଯ୍ୟନ୍ତ ଚାଲି ଯାଇଥିଲା । ଏହାରି ଭିତରେ ସ୍ତ୍ରୀ ନିଜ ଦାନ୍ତରେ ସ୍ୱାମୀର ପ୍ରାଇଭେଟ୍‌ ପାର୍ଟକୁ କାମୁଡ଼ି କ୍ଷତାକ୍ତ କରି ପକାଇଥିଲେ । ଆହତ ବ୍ୟକ୍ତି ହେଲେ, ୨୭ ବର୍ଷୀୟ ରାଜୁ ନିଷାଦ ।

ପୋଲିସର ସୂଚନା ମୁତାବକ, ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ମାରପିଟର ଖବର ମିଳିଥିଲା । ଏ ସଂକ୍ରାନ୍ତରେ ଆଇପିସି ଧାରା ୩୨୪ରେ ଅଭିଯୁକ୍ତ ସ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସେପଟେ ମହିଳାଙ୍କ କହିବା ହେଲା, ସ୍ୱାମୀ ପ୍ରତିଦିନ ମଦ ପିଇ ଆସି ତାଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଥିଲେ । ଏଥିପାଇଁ ସେ ସ୍ୱାମୀଙ୍କ ପ୍ରାଇଭେଟ୍‌ ପାର୍ଟ କାମୁଡ଼ି ଛିଣ୍ଡାଇ ଦେଇଥିଲେ । ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.