Below header

ଆଉନାହାନ୍ତି ସତ୍ୟବଟ ପୀଠର ସତ୍ୟବାବା, ଜାଣନ୍ତୁ ତାଙ୍କ କାହାଣୀ

ଦଶପଲ୍ଲାର ମହାବୀରକ୍ଷେତ୍ରକୁ ଅତି ଭଲ ପାଉଥିବା ସନ୍ଥଶଙ୍କର ପ୍ରସାଦ ଦାସ ଆଉନାହାନ୍ତି । ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ଇହ୍ୟଲୀଳା ସମ୍ବରଣ କରିଥିଲେ ।

ଦଶପଲ୍ଲା(କେନ୍ୟୁଜ୍): ଦଶପଲ୍ଲାର ମହାବୀରକ୍ଷେତ୍ରକୁ ଅତି ଭଲ ପାଉଥିବା ସନ୍ଥଶଙ୍କର ପ୍ରସାଦ ଦାସ ଆଉନାହାନ୍ତି । ଗତ ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ଇହ୍ୟଲୀଳା ସମ୍ବରଣ କରିଥିଲେ । ବିଧିର ବିଧାନ ଅନୁଯାୟୀ, ପୁରୀ ଜିଲ୍ଲାର କାକଟପୁର ଅଞ୍ଚଳରେ ଜନ୍ମ ହୋଇଥିଲେ ସନ୍ଥ ଶଙ୍କର ପ୍ରସାଦ ଦାସ । କିନ୍ତୁ କର୍ମଭୂମୀ ଭାବେ, ଆଧ୍ୟାତ୍ମିକ ମହିମା ବିମଣ୍ଡିତ ମହାବୀରକ୍ଷେତ୍ରକୁ ବାଛି ନେଇଥିଲେ । ରଙ୍ଗମାଟିଆର ଅନତି ଦୂରରେ ଥିବା ପାହାଡ ଶିଖରେ ଥିଲା ତାଙ୍କ ଆସ୍ଥାନ। ଏହିଠାରେ ନିଷ୍ଠା ସାଧନା ବଳରେ ପ୍ରଭୁ ଶ୍ରୀ ସତ୍ୟବଟ ପୀଠରେ ସର୍ବଦା ସାଧନାରେ ରହିଥିଲେ । ଏହି ସ୍ଥାନ ମହିମାକୁ ସୁଦୂର ପ୍ରସାରି କରି ରାଜ୍ୟର ଅସଂଖ୍ୟ ଭକ୍ତ ଓ ଦୁରାରୋଗୀଙ୍କୁ ଆପଣାର କରିପାରିଥିଲେ ।

ନିଜର ଅନୁଭୂତିକୁ ପାଥେୟ କରି ପୀଠର ମହିମାକୁ ବିଭିନ୍ନ ପତ୍ର ପତ୍ରିକା ସମେତ, ଜନଗଣଙ୍କୁ ସଚେତନତାର ବାର୍ତ୍ତା ଦେଇ ସମଗ୍ର ଦେଶ ଓ ରାଜ୍ୟର ବହୁ ବ୍ୟକ୍ତିଙ୍କୁ ସଚେତନ କରି ପାରିଥିଲେ । ଦଶପଲ୍ଲା ଭୂମି ଏକ ଦେବଭୂମି ବୋଲି ନିଜ ଲେଖା ମାଧ୍ୟମରେ ପରିପ୍ରକାଶ କରିଥିଲେ । ତେବେ ସେ ନିଜ ବୃତ୍ତି ପ୍ରାରମ୍ଭରୁ ସମୁଦ୍ର କୁଳ କାକଟପୁର ଅଂଚଳରେ ଟ୍ରଲର ବୋଟ ବ୍ୟବସାୟୀ ଥିଲେ । ପରେ ଓଡ଼ିଆ ଫିଲ୍ମ “ବାସନ୍ତୀ ଅପା”ର ପ୍ରଯୋଜକ ମଧ୍ୟ ଥିଲେ । ପରେ ଏ ସମସ୍ତ ମାୟା ଜଞ୍ଜାଳ ଛାଡ଼ି ଅନ୍ୟ ଏକ ଆଧ୍ୟାତ୍ମିକ ଦୁନିଆକୁ ଚାଲି ଆସିଲେ । ସତ୍ୟବଟ ପୀଠ ଆବିଷ୍କାର କରି ଏହାର ମହକକୁ ଅନେକ ସ୍ଥାନରେ ପ୍ରଚାର ପ୍ରସାର କରିଥିଲେ ।

ତେବେ ସୂଚନା ଥାଉକି, ପୁରୀ ଜିଲ୍ଲାର କାକଟପୁର ଅଞ୍ଚଳରେ ଜନ୍ମିତ ଏହି ବ୍ୟକ୍ତିଙ୍କ ପ୍ରକୃତ ନାମ ଶଙ୍କର ନାୟକ ଥିବାବେଳେ ଯେତେବେଳେ “ବୈଷ୍ଣବ ଦୀକ୍ଷା ” ଗ୍ରହଣ କରି ମହାବୀର କ୍ଷେତ୍ର ଦଶପଲ୍ଲା ସ୍ଥିତ ରଙ୍ଗମାଟିଆ ଠାରେ ଆସି ସତ୍ୟବଟ ପୀଠ ନିର୍ମାଣ କରି ରହିଲେ ସେହି ଦିନଠାରୁ ସେ ଦଶପଲ୍ଲାରେ ଶଙ୍କର ପ୍ରସାଦ ଦାସ ନାମରେ ପରିଚିତ ହେଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.