ସୋଲାର ପମ୍ପ ଅଚଳ ପାଇଁ ପିଇବା ପାଣି ଚିନ୍ତା, ନଳକୂପ ଉପରେ ଭରସା କରିଛନ୍ତି ୨୫ରୁ ଉର୍ଦ୍ଧ୍ୱ ପରିବାର

ସୋଲାର ପ୍ରକଳ୍ପ ଖରାପ ଯୋଗୁଁ ପିଇବା ପାଣି ପାଇଁ ଚିନ୍ତାରେ ୱାର୍ଡବାସୀ । ଯେତେ ଅଭିଯୋଗ ହେଉଛି ତଥାପି ମିଳୁନି କିଛି ଫଳ । ଫଳରେ ଗୋଟିଏ ନଳକୂପ ଉପରେ ଭରସା କରିଛନ୍ତି ପ୍ରାୟ ୨୫ରୁ ଉର୍ଦ୍ଧ୍ୱ ପରିବାର । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ସୁନିତୀ ପଞ୍ଚାୟତ ୧ ନମ୍ବର ଓ୍ବାର୍ଡରେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାରେ ଅଛନ୍ତି ୨୫ ରୁ ଉର୍ଦ୍ଧ ପରିବାର ।

ସୋଲାର ପ୍ରକଳ୍ପ ଖରାପ ଯୋଗୁଁ ପିଇବା ପାଣି ପାଇଁ ଚିନ୍ତାରେ ୱାର୍ଡବାସୀ । ଯେତେ ଅଭିଯୋଗ ହେଉଛି ତଥାପି ମିଳୁନି କିଛି ଫଳ । ଫଳରେ ଗୋଟିଏ ନଳକୂପ ଉପରେ ଭରସା କରିଛନ୍ତି ପ୍ରାୟ ୨୫ରୁ ଉର୍ଦ୍ଧ ପରିବାର । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ସୁନିତୀ ପଞ୍ଚାୟତ ୧ ନମ୍ବର ଓ୍ବାର୍ଡରେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାରେ ଅଛନ୍ତି ୨୫ ରୁ ଉର୍ଦ୍ଧ୍ୱ ପରିବାର । ଅନେକ ଦୂର ବାଟରୁ ଆସି ନଳକୂପରୁ ପାଣି ନେବାକୁ ପଡୁଛି ।

ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପିଇବା ପାଣିର ସ୍ଥାୟୀ ସମାଧାନ କରିବାକୁ ଯାଇ ପ୍ରଶାସନ ତରଫରୁ ଉକ୍ତ ଅଞ୍ଚଳରେ ସୋଲାରପମ୍ପ ସାହାର୍ଯ୍ୟରେ ନଳକୂପରୁ ପାଇପ ଯୋଗେ ୨ ବର୍ଷରୁ ଉର୍ଦ୍ଧ୍ୱ ହେବ ପ୍ରତି ଘରକୁ ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ମାତ୍ର ଏହାର ରକ୍ଷଣା ବେକ୍ଷଣା ଠିକ୍ ସମୟରେ କରାଯାଉନଥିବାରୁ ଅନେକ ସମୟରେ ଏହି ପ୍ରକଳ୍ପ ଅଚଳ ହୋଇ ପଡିରହୁଥିବା ଅନେକ ଅଭିଯୋଗ ଆସୁଛି । ସୁନିତୀ ପଞ୍ଚାୟତର ୧ ନମ୍ବର ଓ୍ବାର୍ଡର ଲୋକ ମାନଙ୍କ ପାଇଁ ଥିବା ଏହି ସୋଲାର ପ୍ରକଳ୍ପ ପ୍ରାୟ ୨ ମାସ ହେବ ଅଚଳ ହୋଇ ପଡିବାରୁ ଏହାରି ଉପରେ ନିର୍ଭର କରୁଥିବା ପ୍ରାୟ ୨୫ଟି ପରିବାର ଶତାଧିକ ଲୋକଙ୍କ ପାଇଁ ପିଇବା ପାଣିର ସମସ୍ୟା ଦେଖାଦେଇଛି ।

ଏ ନେଇ ସ୍ଥାନୀୟ ଲୋକେ ବାରମ୍ବାର ପ୍ରଶାସନର ଦ୍ରୁଷ୍ଟି ଆକର୍ଷଣ କରିଥିଲେ ବି ଫଳ ଶୂନ । ଫଳରେ ନିତ୍ୟକର୍ମ ବ୍ୟବହାର ପାଇଁ ଜଙ୍ଗଲିଆ ରାସ୍ତା ଦେଇ ଏହି ପ୍ରକଳ୍ପ ନିକଟ ନଳକୂପରୁ ପାଣି ଟୋପା ପାଇଁ ଲମ୍ବାଧାଡି ଲାଗିରହୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତୁରନ୍ତ ଏହି ଅଚଳ ପ୍ରକଳ୍ପକୁ ସଚଳ କରାଇ ପିଇବା ପାଣିର ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ପ୍ରତି ଘରେ ପାଇପ ଯୋଗେ ମିଳିବ ପିଇବା ପାଣି, ମାତ୍ର ପ୍ରଶାସନର ଏହି ନାରା ଏବେ ପ୍ରହସନ ପାଲଟିଥିବା ଲୋକେ ଅଭିଯୋଗ କଲେଣି । ଯଥା ଶୀଘ୍ର ଏହି ପ୍ରକଳ୍ପକୁ ମରାମତି କରି ପିଇବା ପାଣିର ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.