ଭାରତ ଏବଂ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ : ଟିମରୁ ବାଦ୍ ପଡିପାରନ୍ତି ରବିନ୍ଦ୍ର ଜାଡେଜା, କୁଲଦୀପଙ୍କୁ ମିଳିପାରେ ସୁଯୋଗ !
କେବଳ ୪ଟି ଥକ୍କାପଣ ଦୂର କରିବା ଏବଂ ଆହତଜନିତ ସମସ୍ୟାରୁ ବାହାରିବା ଜାଡେଜାଙ୍କ ପାଇଁ ମୁସ୍କିଲ ହୋଇପଡିବ । ରବିନ୍ଦ୍ର ଜାଡେଜା ବାଦ୍ ପଡିଲେ କୁଲଦୀପ ଯାଦବଙ୍କୁ ଟିମରେ ସ୍ଥାନ ମିଳିପାରେ । ଅଶ୍ୱିନ ଏବଂ ଅକ୍ଷର ପଟେଲଙ୍କ ସହିତ କୁଲଦୀପ ସ୍ପିନ ବୋଲିଂ କରିବେ ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ଭାରତ ଟିମ ପାଇଁ କଷ୍ଟକର ହୋଇପଡିବ । ପ୍ରଥମ ଟେଷ୍ଟ ମ୍ୟାଚରୁ ବିରାଟ ବାଦ୍ ପଡିଥିବା ବେଳେ ମ୍ୟାଚ ହାରିଯାଇଥିଲା ଭାରତ । ଏବେ ଦ୍ୱିତୀୟ ଟେଷ୍ଟରେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବାଦ୍ ପଡିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।
ହାଇଦ୍ରାବାଦରେ ହୋଇଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ବେନ ଷ୍ଟୋକ୍ସ ଜାଡେଜାଙ୍କୁ ରନ୍ ଆଉଟ କରିଥିଲେ । ଆଉଟ ହେବା ପରେ ଜାଡେଜା ପାଭିଲିୟନ ଫେରିଥିବା ବେଳେ କୌଣସି ସମସ୍ୟା ରହିଥିବା ଦେଖିବାକୁ ମିଳିଥିଲା । ତେବେ ତାଙ୍କର ହେମଷ୍ଟ୍ରିଙ୍ଗ ସମସ୍ୟା ହୋଇଥିବା ଯୋଗୁଁ ଦ୍ୱିତୀୟ ଟେଷ୍ଟରେ ଖେଳି ନ ପାରିନ୍ତି ବୋଲି ଫ୍ୟାନ୍ସ ଚର୍ଚ୍ଚା କରୁଛନ୍ତି । ତେବେ ଏନେଇ ଟିମର କୋଚ ରାହୁଲ ଦ୍ରାବିଡ କିଛି ସ୍ପଷ୍ଟୋକ୍ତି କରିନାହାନ୍ତି । ଜାଡେଜାଙ୍କ ରନ ଆଉଟ ଟିମ ପରାଜୟ ସାମ୍ନା କରିଥିଲେ । ତାଙ୍କ ଓ୍ଵିକେଟ ପଡିବା ଇଂଲଣ୍ଡ ଟିମ୍ ପାଇଁ ବିଜୟ ଦ୍ୱାରା ଖୋଲିଥିଲା ।
ଦ୍ୱିତୀୟ ଟେଷ୍ଟ ଆସନ୍ତା ୨ ଫେବୃଆରୀରୁ ଆରମ୍ଭ ହେବ । ତେଣୁ ଭାରତର ନମ୍ବର ୧ ଅଲରାଉଣ୍ଡର ବିଶାଖାପାଟନମରେ ଖେଳିବା ମୁସ୍କିଲ ବୋଲି ଚର୍ଚ୍ଚା ଚାଲିଛି । ପ୍ରଥମ ଟେଷ୍ଟରେ ଜାଡେଜା ୮୭ ରନ୍ କରି ୫ ଓ୍ଵିକେଟ ନେଇଥିଲେ । ରନ ନେବା ବେଳେ ହେମଷ୍ଟ୍ରିଙ୍ଗ ସମସ୍ୟା ଯୋଗୁଁ ରନ୍ ପୂରଣ କରିବା ସକ୍ଷମ ହୋଇନଥିଲେ ଆଉ ରନ୍ ଆଉଟ ହୋଇଯାଇଥିଲେ । ଇଂଲଣ୍ଡ ସ୍ପିନର ଟର୍ମ ହାର୍ଟଲୀ ୬୨ ରନରେ ୭ ଓ୍ଵିକେଟ୍ ନେଇ ଭାରତକୁ ଧୂଳି ଚଟାଇଥିଲେ । ଦ୍ୱିତୀୟ ପାଳିରେ ଭାରତୀୟ ଦଳ ୨୦୨ ରନ୍ କରି ଅଲଆଉଟ୍ ହୋଇଥିଲା । ଆଜି ପଞ୍ଚମ ତଥା ଶେଷ ଦିନରେ ଅଧିନାୟକ ରୋହିତ ଶର୍ମା ୩୯, ଓ୍ଵିକେଟ କିପର ଶ୍ରୀକର ଭାରତ ଓ ରବିଚନ୍ଦ୍ର ଅଶ୍ୱିନ୍ ୨୮ ରନ୍ ଲେଖାଏଁ କରିଥିଲେ । କେଏଲ ରାହୁଲ ୨୨ ରନ୍ କରିଥିବା ବେଳେ ଆଉ ସମସ୍ତେ ଫେଲ୍ ମାରିଥିଲେ ।
ପ୍ରଥମ ଏବଂ ଦ୍ୱିତୀୟ ଟେଷ୍ଟ ମଧ୍ୟରେ ବହୁତ କମ୍ ସମୟ । କେବଳ ୪ଟି ଥକ୍କାପଣ ଦୂର କରିବା ଏବଂ ଆହତଜନିତ ସମସ୍ୟାରୁ ବାହାରିବା ଜାଡେଜାଙ୍କ ପାଇଁ ମୁସ୍କିଲ ହୋଇପଡିବ । ରବିନ୍ଦ୍ର ଜାଡେଜା ବାଦ୍ ପଡିଲେ କୁଲଦୀପ ଯାଦବଙ୍କୁ ଟିମରେ ସ୍ଥାନ ମିଳିପାରେ । ଅଶ୍ୱିନ ଏବଂ ଅକ୍ଷର ପଟେଲଙ୍କ ସହିତ କୁଲଦୀପ ସ୍ପିନ ବୋଲିଂ କରିବେ ।