ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ,ରାଜ୍ୟର ଖାଲି ପଡିଥିବା ୩ଟି ଆସନ ପାଇଁ ଭୋଟ

ଘୋଷଣା ହେଲା ରାଜ୍ୟସଭା ନିର୍ବାଚନ ତାରିଖ । ଫେବୃଆରୀ ୨୭ ତାରିଖକୁ ରାଜ୍ୟସଭା ନିର୍ବାଚନ ପାଇଁ ଚୟନ କରାଯାଇଛି । ଓଡ଼ିଶାର ଖାଲି ପଡିଥିବା ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଏହି ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ ।

ଭୁବନେଶ୍ୱର (କେନ୍ୟୁଜ): ଘୋଷଣା ହେଲା ରାଜ୍ୟସଭା ନିର୍ବାଚନ ତାରିଖ । ଫେବୃଆରୀ ୨୭ ତାରିଖକୁ ରାଜ୍ୟସଭା ନିର୍ବାଚନ ପାଇଁ ଚୟନ କରାଯାଇଛି । ଓଡ଼ିଶାର ଖାଲି ପଡିଥିବା ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଏହି ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ନିର୍ବାଚନ ପାଇଁ ଫେବ୍ରୁଆରୀ ୮ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଫେବ୍ରୁଆରୀ ୧୫ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ବୋଲି ସୂଚନା ମିଳିଛି ।

ଫେବ୍ରୁଆରୀ ୧୬ରେ ଯାଞ୍ଚ, ୨୦ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର । ଅନ୍ୟପଟେ ଏପ୍ରିଲ ୩ରେ ଓଡ଼ିଶାର ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ, ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ସରିବ।