ଦିଲ୍ଲୀ: ଶୀତ ଯୋଗୁ କୋଇଲା ଜାଳି ଶୋଇଥିଲେ, ଶ୍ୱାସରୁଦ୍ଧ ହୋଇ ୨ ବର୍ଷର ପୁଅ ଓ ମା’ ମୃତ; ୩ ଗୁରୁତର

ଦକ୍ଷିଣ ଦିଲ୍ଲୀର ମୈଦାନ ଗଢ଼ି ଅଞ୍ଚଳରୁ ଆସିଛି ଏକ ଦୁଃଖଦାୟକ ଘଟଣା । ଏଠାରେ ରାତିରେ କୋଇଲା ଜାଳି ଶୋଇଥିବା ଏକ ପରିବାରର ୫ ଜଣ ସଦସ୍ୟ ବେହୋସ୍‌ ହୋଇଯାଇଥିଲେ । ଏଥିରେ ଶ୍ୱାସରୁଦ୍ଧ ହୋଇ ୨ ବର୍ଷର ଏକ ଶିଶୁ ସହ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ।

ଦକ୍ଷିଣ ଦିଲ୍ଲୀର ମୈଦାନ ଗଢ଼ି ଅଞ୍ଚଳରୁ ଆସିଛି ଏକ ଦୁଃଖଦାୟକ ଘଟଣା । ଏଠାରେ ରାତିରେ କୋଇଲା ଜାଳି ଶୋଇଥିବା ଏକ ପରିବାରର ୫ ଜଣ ସଦସ୍ୟ ବେହୋସ୍‌ ହୋଇଯାଇଥିଲେ । ଏଥିରେ ଶ୍ୱାସରୁଦ୍ଧ ହୋଇ ୨ ବର୍ଷର ଏକ ଶିଶୁ ସହ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ।

ପୋଲିସ ସୂଚନା ଦେଇ କହିଛି ଯେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଜାନୁୟାରୀ ୨୭ରେ ଦିନେଶ ନାମକ ବ୍ୟକ୍ତିଙ୍କ ପରିବାର ଘର ଭିତରେ କୋଇଲା ଜାଳି ଶୋଇଥିଲେ । ସେମାନେ ଯେଉଁ କୋଠରୀରେ ଶୋଇଥିଲେ, ସେହି କୋଠରୀରେ କବାଟ ବ୍ୟତୀତ ଭେଣ୍ଟିଲେସନ ପାଇଁ କୌଣସି ବି ଝରକା ନ ଥିଲା ।

ପରଦିନ ସକାଳେ ଯେତେବେଳେ ପରିବାରର ସଦସ୍ୟମାନେ କୋଠରୀ ଭିତରେ ବେହୋସ୍‌ ଅବସ୍ଥାରେ ମିଳିଥିଲେ, ସେମାନଙ୍କୁ ତୁରନ୍ତ ସଫଦରଗଞ୍ଜ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ପହଞ୍ଚିବା ପରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ । ହସ୍ପିଟାଲରେ ଅନ୍ୟ ୩ ଜଣଙ୍କର ଚିକିତ୍ସା ଚାଲିଛି । ମୃତକ ଦ୍ୱୟ ମା’, ପୁଅ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ଦିନେଶ ପରିବାର ସହିତ ଗତ ୨ ବର୍ଷ ହେବ ଦିଲ୍ଲୀର ଏକ ଭଡ଼ା ଘରେ ରହୁଥିଲେ । ସେ ଅସୋଲାର ଏକ ଫାର୍ମ ହାଉସ୍‌ରେ ମାଳି କାମ କରୁଥିବା ବେଳେ ତାଙ୍କ ପତ୍ନୀ ଅଞ୍ଜଳି ଘର ସମ୍ଭାଳୁଥିଲେ । ପୋଲିସ କହିଛି, ଏହି ମାମଲାରେ କୌଣସି ବି ପ୍ରକାର ଷଡ଼ଯନ୍ତ୍ର ବିଷୟରେ ଜଣାପଡ଼ି ନାହିଁ । ଏ ନେଇ ସିଆର୍‌ପିସି ଧାରା ୧୭୪ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.