Below header

ଗାଁ ରାସ୍ତାରେ ସ୍କୁଟି ଧରି ଯାଉଥିଲେ ଦୁଇ ଯୁବକ ହଠାତ୍‌ ସାମ୍ନାରେ ଆସି ଛିଡା ହୋଇଗଲା ସିଂହ, ଦେଖନ୍ତୁ ତାପରେ କଣ ହେଲା ଅବସ୍ଥା

ଥରେ ଭାବନ୍ତୁ ଆପଣଙ୍କ ସାମ୍ନାରେ ହଠାତ୍‌ ସିଂହ ଆସି ଛିଡା ହୋଇଯିବ ସେତେବେଳେ ଆପଣ କଣ କରିବେ? ନିହାତି ଭାବେ ଜୀବନ ବଞ୍ଚାଇବାକୁ ଦୌଡିବେ। କିନ୍ତୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେନାହିଁ। ଆଶ୍ଚର୍ଯ୍ୟ କଲା ଭଳି ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଏ ଚିତ୍ର ଗୁଜରାଟର ଏକ ଗାଁର ବୋଲି କୁହାଯାଉଛି। ଏଠାରେ ଦୁଇ ଜଣ ବ୍ୟକ୍ତି ସ୍କୁଟିରେ ଯାଉଥିଲେ ଆଉ ଠିକ ଏତିକିବେଳେ ତାଙ୍କ ସାମ୍ନାକୁ ଏକ ସିଂହ ଆସିଗଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ସ୍କୁଟି ଉପରେ ବସିଥିବା ଏହି ଚାଳକ ସିଂହକୁ ଦେଖି ଜମା ବି ଭୟ କଲେନାହିଁ, ବରଂ ସାହସ ଦେଖାଇ ଛିଡା ହୋଇ ରହିଲେ। ଆଉ ଦୁଇ ବ୍ୟକ୍ତିଙ୍କ ସାହସ ଦେଖି ନିଜେ ବଲବାନ୍‌ ସିଂହ ଚୁପଚାପ ସେମାନଙ୍କ ରାସ୍ତାରୁ ହଟି ଅନ୍ୟତ୍ର ଚାଲିଗଲା।

ଏହି ଭିଡିଓକୁ ଆଇଏଫଏସ ସୁଶାନ୍ତ ନନ୍ଦ ସେୟାର କରିଛନ୍ତି। ସେୟାରର କିଛି ସମୟ ପରେ ହିଁ ଏହି ଭିଡିଓ ଇଣ୍ଟରନେଟରେ ଏକଦମ୍‌ ଧମାଲ ମଚାଇଲା। ଏବେ ସୁଦ୍ଧା ଏହି ଭିଡିଓକୁ ଲକ୍ଷେରୁ ଅଧିକ ଲୋକ ଦେଖିସାରିଲେଣି। ଏହି ଭିଡିଓକୁ ଦେଖି ଲୋକମାନେ ନିଜ ନିଜ ପ୍ରତିକ୍ରୀୟା ଦେଉଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି-ଏମାନଙ୍କ ହିମ୍ମତକୁ ହୃଦୟରୁ ସଲାମ। ଆପଣ ବି ଦେଖନ୍ତୁ ଏ ଭାଇରାଲ ଭିଡିଓ। ଆଉ ସମସ୍ୟାକୁ ଦେଖି ଦୌଡି ପଳାଇବା ବଦଳରେ ସାମ୍ନା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.