୬୦ ବର୍ଷ ବୟସରେ ଦିନ ମଜୁରିଆ ସାଜିଲେ ମଡେଲ ; ବଦଳିଗଲା ଭାଗ୍ୟ

ମଣିଷର ଭାଗ୍ୟ କେତେବେଳେ ନିଜର ସାଥ୍‌ ଦେବ ଏହା କାହାକୁ ଜଣାନଥାଏ। ଏହିଭଳି ଏକ ୬୦ ବର୍ଷୀୟ ଦିନ ମଜୁରିଆ ରାତାରାତି ଏକ ମଡେଲ ହୋଇ ଇଣ୍ଟରନେଟରେ ଫେମସ୍‌ ହୋଇଛନ୍ତିିି। ଭାଗ୍ୟ ସାଧାରଣ ଲୋକକୁ ଏକ ଷ୍ଟାର ବନେଇ ପାରିବ ଏଥିରେ କୌଣସି ତ୍ରୁଟି ନାହିଁ।

ମଣିଷର ଭାଗ୍ୟ ତା’ନିଜର ପରିଚୟକୁ କେତେବେଳେ ବି ବଦଳାଇ ପାରିବ। ଏହି ଭଳି ଏକ ଉଦାହରଣ କେରଳରେ ଦେଖିବାକୁ ମିଳିଛି। ଗୋଟିଏ ରାତିରେ ଜଣେ ଦିନ ମଜୁରିଆ ବ୍ୟକ୍ତି ଏକ ଷ୍ଟାରରେ ବଦଳି ଯାଇଛନ୍ତି । ଏହି ବ୍ୟକ୍ତିଙ୍କ ନାମ ମମ୍ମିକ୍କା । ବ୍ୟକ୍ତି ଜଣଙ୍କ ୬୦ବର୍ଷୀୟ ଦିନ ମଜୁରିଆ । ଏହି ବ୍ୟକ୍ତିଙ୍କୁ ଜଣା ନଥିଲା ସେ ରାତାରାତି ଇଣ୍ଟରନେଟ୍‌ରେ ଏକ ଷ୍ଟାର ବନିଯିବେ। ବ୍ୟକ୍ତିର ଭାଗ୍ୟ ତାଙ୍କୁ ଏକ ଷ୍ଟାର ବନେଇବାରେ ସଫଳ ହୋଇଛି। ତାଙ୍କର ପ୍ରତିଦିନର କାମ ହେଉଛି ଦିନ ମଜୁରିଆ କାମ କରି ରୋଜଗାର କରିକି ଖାଇବା ।

ଏମିତି ସମୟ ଥିଲା ଲୋକମାନେ ମମ୍ମିକ୍କାଙ୍କୁ ପୁରୁଣା ଲୁଗା ଓ ମଇଳା କୁର୍ତ୍ତାରେ ଦେଖୁଥିଲେ। ଗୋଟେ ଦିନ ତାଙ୍କ ଜୀବନରେ ଏଭଳି ପରିବର୍ତ୍ତନ ହେଲା, ଆଜି ବଡ ବଡ ମଡେଲ ତାଙ୍କୁ ଦେଖିକି ହିଂସା କରୁଛନ୍ତି। ମମ୍ମିକ୍କା ଦିନେ ମଇଳା  ଚୁଟି ଓ ଋକ୍ଷ ଦାଢିରେ ଦେଖିବାକୁ ମିଳୁଥିଲେ । ଆଜି ତାଙ୍କ ଆଖିରେ ବ୍ରାଣ୍ଡ୍‌ ଚଷମା, ଶରୀରରେ ଅତିସୁନ୍ଦର ସୁଟ୍‌ , ମୁହଁରେ ହ୍ୟାଣ୍ଡସମ୍‌ ଦାଢି ଓ କଣ୍ଠରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ମମ୍ମିକ୍କାଙ୍କର ଏହି ପରିବର୍ତ୍ତିତ ନୂଆ ରୂପ ଦେଖିଲେ କାହାରି ବିଶ୍ୱାସ ହେବନାହିଁ ସେ ଦିନେ ମଜୁରୀ କରୁଥିଲେ ବୋଲି।

ଶାରିକ୍‌ ଭାୟାଲିଲ ନାମକ ଏକ ଫଟୋଗ୍ରାଫର ଦିନେ ମମ୍ମିକ୍କାଙ୍କୁ ଦେଖିଥିଲେ। ଫଟୋଗ୍ରାଫର ଶାରିକ୍‌ କୋଝିକୋଡ୍‌ରେ ରୁହନ୍ତି। ଫଟୋଗ୍ରାଫର ଶାରିକ୍‌ଙ୍କୁ, ମମ୍ମିକ୍କାଙ୍କ ଭିତରେ ସାଉଥ ଆକ୍ଟର ଭିନାୟକନ ନଜର ଆସିଥିଲେ। ଶାରିକ୍‌ ଏହି ଆକ୍ଟରଙ୍କ ପ୍ରତିଛବି ମମ୍ମିକ୍କା ଭିତରେ ଦେଖିଲା ପରେ, ତାଙ୍କର ମମ୍ମିକ୍କାଙ୍କୁ ନେଇ ଫଟୋସୁଟ କରିବାର ଇଚ୍ଛା ହେଲା । ଫଟୋଗ୍ରାଫରଙ୍କର ଏକ ଲୋକାଲ୍‌ ଫାର୍ମର ଆସାଇନ୍‌ମେଣ୍ଟ ଥିଲା। ମଜନସ୍‌ ନାମର ଆଟିଷ୍ଟ ମମ୍ମିକ୍କାଙ୍କର ସୁପର ଗ୍ଲାମର ମେକୋଭର କରାଇଥିଲେ। ଶାରିକ୍‌ ତାଙ୍କର ଫଟୋସୁଟ୍‌ କରାଇ ଫଟୋକୁ ଇଣ୍ଟରନେଟ୍‌ରେ ପୋଷ୍ଟ କରିଥିଲେ। ମମ୍ମିକ୍କର ଏହି ଫଟୋ ଇଣ୍ଟରନେଟ୍‌ରେ ଅନ୍ୟ ମଡେଲ ମାନଙ୍କୁ କାଟି ଦେଇଥିଲା। ଏହି ଫଟୋକୁ ଦେଖି ସମସ୍ତେ ମମ୍ମିକ୍କାଙ୍କର ପ୍ରଶଂସା କରିଥିଲେ।

ଆଜି ମମ୍ମିକ୍କା ଇଣ୍ଟରନେଟ୍‌ ଦୁନିଆରେ ଏକ ମଡେଲ ସାଜିଛନ୍ତି । ତାଙ୍କରଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ପେଜ୍‌ ରହିଛି। ମମ୍ମିକ୍କା ବର୍ତ୍ତମାନ କୋଝିକୋଡ୍‌ର ସୁପରଷ୍ଟାର। ତାଙ୍କର ଏହି ସଫଳତାରେ ସେ ବହୁତ ଖୁସି ଅଛନ୍ତି। ସେ କହିଛନ୍ତି ତାଙ୍କୁ ଏବେ ମଡେଲିଙ୍ଗ୍‌ ପାଇଁ ଅନେକ ଅଫର ମିଳୁଛି। ସେ ତାଙ୍କର ଅନ୍ୟାନ କାମ ସହ ମଡେଲିଙ୍ଗ୍‌ ମଧ୍ୟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.