ବଢ଼ିଆ ଖବର ! ଗୋଟିଏ ମୋବଇଲ ନମ୍ବରରେ ହେବ ପୂରା ଫ୍ୟାମିଲୀର ଆଧାର PVC କାର୍ଡ, ଜାଣନ୍ତୁ ସହଜ ତରିକା

ଭାରତୀୟ ନାଗରିକଙ୍କ ପାଇଁ ବହୁତ ଜରୁରୀ ଦସ୍ତାବିଜ୍‌ ହେଉଛି ଆଧାର କାର୍ଡ। ଏହି ଗୋଟିଏ କାର୍ଡ ଦ୍ୱାରା ଆପଣ ସବୁକିଛି କାମ ସୁରୁଖୁରୁରେ କରିପାରିବେ। ତେବେ କିଛି ସମୟ ପୂର୍ବରୁ UIDAI ନାଗରିକଙ୍କ ପାଇଁ ଆଧାର ପିଭିସି କାର୍ଡ ଜାରି କରିଥିଲା କିନ୍ତୁ ଏବେ ଏହାକୁ ନେଇ ଏକ ନୂଆ ସୁବିଧାକୁ ଆରମ୍ଭ କରାଯାଇଛି। ଯାହା ଆପଣଙ୍କ ପାଇଁ ଏକଦମ୍‌ ବଢ଼ିଆ ଖବର ହେବ।

ଯଦି ଆପଣଙ୍କ ଫ୍ୟାମିଲୀ ମେମ୍ବର ଆଧାର ପିଭିସି କାର୍ଡ ଚାହୁଁଛନ୍ତି ତାହେଲେ ଏବେ ଆଉ ସମସ୍ତଙ୍କୁ ଜଣ ଜଣକରି ଅଲଗା ଆପ୍ଲାଏ କରିବାକୁ ପଡିବନି। ଆପଣ ଏକାସାଥତରେ ପୂରା ପରିବାର ସଦସ୍ୟଙ୍କର ଆଧାର ପିଭିସି କାର୍ଡ ଅର୍ଡର କରିପାରିବେ। ଆଉ ସବୁଠାରୁ ଖାସ୍‌ କଥା ହେଉଛି ଏଥିପାଇଁ ଆପଣଙ୍କୁ ରେଜିଷ୍ଟର୍ଡ ମୋବାଇଲ ନମ୍ବର ବ୍ୟବହାର କରିବାକୁ ବି ଆବଶ୍ୟକ ନାହିଁ।

ଆପଣ ଗୋଟିଏ ମୋବାଇଲ ନମ୍ବର ଦ୍ୱାରା ପୂରା ପରିବାରର ସମସ୍ତଙ୍କ ପାଇଁ ଆଧାର ପିଭିସି କାର୍ଡ ମଗାଇପାରିବେ। ଏହାର ସୂଚନା ନିଜେ UIDAI ଆଧାରର ଅଫିସିଆଲ ଆକାଉଣ୍ଟ ଜରିଆରେ ଦେଇଛି। ତେବେ ଆପଣ ଏହି ପିଭିସି ଆଧାର କାର୍ଡ ଜାଣିଛନ୍ତି ତ? ଯଦି ନା ଆସନ୍ତୁ ପ୍ରଥମେ ଜାଣିନେବା କଣ ଏହି ଆଧାର ପିଭିସି କାର୍ଡ ଆଉ ଏହାକୁ କେମିତି ଆପ୍ଲାଏ କରିବେ।

ଆଧାର ପିଭିସି କାର୍ଡ ଡିଜିଟାଲୀ ସାଇନଡ ସିକ୍ୟୁର କ୍ୟୁଆର କୋଡ ସହିତ ଆସିଥାଏ। ଯାହା ମଲଟିପଲ୍‌ ସିକ୍ୟୁରିଟୀ ଫିଚର୍ସ ସହ ଲେସ୍‌ ହୋଇଥାଏ। ଏହାସହିତ ଏହି କାର୍ଡରେ ଆପଣଙ୍କ ଫଟୋ ଏବଂ ଅନ୍ୟ ଡିଟେଲ୍ସ ମହଜୁଦ୍‌ ଥାଏ। ଯଦିଓ ଏହି କାର୍ଡ ଫ୍ରିରେ ମିଳିନଥାଏ, ଏଥିପାଇଁ ଆପଣଙ୍କୁ ୫୦ ଟଙ୍କା ଚାର୍ଜ ଲାଗିଥାଏ। ଏହି କାର୍ଡକୁ Virtual ID ବା ଭିଆଇଡି, ଆଧାର ନମ୍ବର ନଚେତ Enrolment ID ଜରିଆରେ ଅର୍ଡର କରିପାରିବେ।

ପିଭିସି ଆଧାର କାର୍ଡ କେମିତି ଆପ୍ଲାଏ କରିବେ ଜାଣନ୍ତୁ

  1. ସର୍ବପ୍ରଥମେ ଆପଣଙ୍କୁ UIDAIର ଅଫିସିଆଲ େଓ୍ଵବସାଇଟ କିମ୍ବା UIDAIର ଅଫିସିଆଲ େଓ୍ଵବସାଇଟ କିମ୍ବା https://uidai.gov.inକୁ ଯାଆନ୍ତୁ।
  2. ଏହାପରେ ଆପଣ ଲୋଗୋର ସାଇଟ୍‌ ହୋମପେଜରେ ମାଇ ଆଧାର ସେକସନରେ Order Aadhaar PVC Card ଉପରେ କ୍ଲିକ କରନ୍ତୁ ଏବଂ ୧୨ ଅଙ୍କର ଆଧାର ନମ୍ବର କିମ୍ବା ୨୮ ଅଙ୍କର ଏନରୋଲମେଣ୍ଟ ଆଇଡି ଦେବାକୁ ହେବ।
  3. ଏହାପରେ ସିକ୍ୟୁରିଟୀ କୋଡ ଦିଅନ୍ତୁ ଏବଂ ଏହାପରେ ଡୁନଟ୍‌ ହେବ ରେଜିଷ୍ଟର ମୋବାଇଲ ନମ୍ବର ବକ୍ସରେ ଆଗକୁ ଥିବା ଚେକ ବକ୍ସ ଉପରେ କ୍ଲିକ କରନ୍ତୁ।
  4. ଏହାପରେ ନନ୍‌-ରେଜିଷ୍ଟ କିମ୍ବା କୌଣସି ଅଲଟରନେଟିଭଗ ମୋବାଇଲ ନମ୍ବର ଦିଅନ୍ତୁ ଏବଂ ଏହାପରେ ସେଣ୍ଡ ଓଟିପି ଉପରେ କ୍ଲିକ କରନ୍ତୁ।
  5. ସବମିଟ୍‌ ବଟନ୍‌ ଦବାନ୍ତୁ ଏବଂ ଓଟିପି ଏଣ୍ଟର କରି ଭେରିଫିକେସନ୍‌ ଷ୍ଟେପକୁ ପୂରା କରନ୍ତୁ।
  6. ଏହାପରେ ପେମେଣ୍ଟ ଅପ୍ସନ ଉପରେ କ୍ଲିକ କରନ୍ତୁ ଏବଂ ଏହାପରେ ଡେବିଟ କିମ୍ବା କ୍ରେଡିଟଠ, ୟୁପିଆଇ କିମ୍ବା ନେଟବ୍ୟାକିଙ୍ଗ ଜରିଆରେ ନିଜ ସୁବିଧା ଅନୁସାରେ କୌଣସି ବି ଜରିଆରେ ପେମେଣ୍ଟ କରିପାରିବେ।
  7. ପେମେଣ୍ଟ ହେବା ପରେ ଡିଜିଟାଲ ସିଗନେଚର ବାଲା ରିସିପ୍ଟ ଜେନେରେଟ୍‌ ହେବ। ଯାହାଦ୍ୱାରା ଆପଣ ପିଡିଏଫ ଫର୍ମାଟରେ ଡାଉନଲୋଡ୍‌ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.