Below header

ରସିକିଆ ଡାକ୍ତରଙ୍କର ୧୪ ନୁହେଁ ୧୭ ସ୍ତ୍ରୀ: ଛତିଶଗଡ, ଆସାମ ଓ ଓଡିଶାରୁ ଆଉ ୩ ପତ୍ନୀ

ଭୁବନେଶ୍ୱର (କେନ୍ୟୁଜ): ୧୪ ଫେବୃଆରୀରେ ୧୪ ସ୍ତ୍ରୀ ରଖିଥିବା ଡାକ୍ତର ଗିରଫ ହୋଇଥିଲେ। ଏବେ କୁଆଡେ ରସିକିଆ ଡାକ୍ତରଙ୍କର ୧୪ ନୁହେଁ ବରଂ ୧୭ ସ୍ତ୍ରୀ ରହିଛନ୍ତି ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଛତିଶଗଡ, ଆସାମ ଓ ଓଡିଶାରୁ ଆଉ ୩ ଜଣ ପତ୍ନୀ ଥିବା ଖବର ମିଳିଛି। ଛତିଶଗଡର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ବିବାହ କରିଥିଲେ। ଓଡିଶାର ଜଣେ ଉଚ୍ଚ ଶିକ୍ଷିତା ମହିଳାଙ୍କୁ ପତ୍ନୀ କରିଥିବା ଖବର ମିଳିଛି। ନକଲି ଡାକ୍ତରଙ୍କ ମୋବାଇଲ ଫରେନ୍ସିକ ଯାଞ୍ଚ ପାଇଁ ଦିଆଯିବ। ନକଲି ଡାକ୍ତରଙ୍କ ସମ୍ପର୍କିତ ତଥ୍ୟ ସଂଗ୍ରହ ପାଇଁ ଟିମ୍‌ ଗଠିତ। କେବଳ ସ୍ତ୍ରୀ ନୁହେଁ ଚାକିରି କରିଦେବା କହି ମଧ୍ୟ ଅନେକ ଲୋକଙ୍କୁ ଠକିଛନ୍ତି।

ପୂର୍ବରୁ ପ୍ରକାଶିତ ଖବର ଅନୁଯାୟୀ, ରସକିଆ ଡାକ୍ତରଙ୍କର ରାଜ୍ୟ ତଥା ବାହାର ରାଜ୍ୟରେ ରହିଥିଲେ ୧୪ ସ୍ତ୍ରୀ। କୋଲକତା, ମୁମ୍ବାଇ, ହାଇଦ୍ରାବାଦ ଓ ଦିଲ୍ଲୀ ଭଳି ବଡ ବଡ ସହରରେ ଡାକ୍ତରଙ୍କ ସ୍ତ୍ରୀ । କେବଳ ରାଜ୍ୟ ନୁହେଁ ବିଭିନ୍ନ ରାଜ୍ୟରେ ବିବାହ କରିଛନ୍ତି ଏହି ରସିକିଆ ଡାକ୍ତର। ତାଙ୍କ ନାଁ ରମେଶ ଚନ୍ଦ୍ର ସ୍ୱାଇଁ। ବୟସ ୫୪ ବର୍ଷ। ହୋମିଓପାଥି ଡାକ୍ତରଙ୍କୁ ଗିରଫ କଲା ଭୁବନେଶ୍ୱର ମହିଳା ଥାନା ପୋଲିସ। ବିଭିନ୍ନ ଥାନାରେ ଅଭିଯୋଗ ପରେ ଡାକ୍ତରଙ୍କୁ ଗିରଫ କରାଯାଇଛି।

୨୦୨୧ରେ ଜଣେ ମହିଳା ରମେଶଙ୍କ ନାଁରେ ଅଭିଯୋଗ କରିଥିଲେ। ବିଭିନ୍ନ ବିବାହ ସାଇଡ୍‌ରେ ହାଇ ପ୍ରୋଫାଇଲ ବାଓଡାଟା ପ୍ରସ୍ତୁତ କରି ବିବାହ କରିଥିଲେ। ରମେଶର ଘର କେନ୍ଦ୍ରାପଡ଼ା ଅ଼ଞ୍ଚଳରେ। କେତେ ଜଣ ମହିଳାଙ୍କ ଠାରୁ କେତେ ଟଙ୍କା ଠକେଇ ହୋଇଛି ସେନେଇ ତଦନ୍ତ କରୁଛି ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.