ସୋମବାର ଦିନ କରନ୍ତୁ ଏହି ଉପାୟ, ଜୀବନରେ ଭରିଯିବ ଖୁସି ଓ ଉନ୍ନତି

ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକ ଦିନକୁ କୌଣସି ନା କୌଣସି ଦେବା ଦେବୀଙ୍କୁ ସମର୍ପଣ କରାଯାଇଥାଏ। ସୋମବାର ଭଗବାନ ଶିବଙ୍କୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି। ଶିବ ପୁରାଣ ଅନୁଯାୟୀ ସୋମବାର ଦିନ କିଛି ସରଳ ଉପାୟ ଗ୍ରହଣ କରି ଶିବଙ୍କ ଅସୀମ କୃପା ପାଇପାରିବେ। ମାନ୍ୟତା ରହିଛି ଯେ ଏହି ଉପାୟକୁ କରିବା ଦ୍ୱାରା ଜୀବନର ସମସ୍ୟା ସମାପ୍ତ ହୋଇଥାଏ। ଘରେ ସୁଖ-ସମୃଦ୍ଧି ବାସ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ଗୁଡିକ କଣ।

ସୋମବାର, ଭଗବାନ ଶିବଙ୍କ ବାହାନ ନନ୍ଦୀକୁ ଖାଇବାକୁ ଦିଅନ୍ତୁ। ମାନ୍ୟତା ରହିଛି ଯେ ଏହାଦ୍ୱାରା ଜୀବନର ସମସ୍ୟାକୁ ଦୂର ହୋଇ ଘରର ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ।

ସୋମବାର ଦିନ ତମ୍ବା ପାତ୍ରରେ ପାଣି ଭର୍ତ୍ତି କରନ୍ତୁ। ସେଥିରେ କଳା ମଞ୍ଜି ମିଶାଇ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରି ଶିବଲିଙ୍ଗରେ ଢାଳନ୍ତୁ। ଏହାଦ୍ୱାରା ଶନି ଦୋଷରୁ ମୁକ୍ତି ମିଳିଥାଏ।

ଯଦି ଆପଣଙ୍କ ଜୀବନ ସମସ୍ୟା ମଧ୍ୟରେ ଘେରି ରହିଛି, ତେବେ ପ୍ରତ୍ୟେକ ଦିନ ମାଛକୁ ଅଟାର ଗୋଳି ତିଆରି କରି ମାଛକୁ ଖାଇବାକୁ ଦିଅନ୍ତୁ। ଏହି ସମୟରେ ମନରେ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ। ଏହି ଉପାୟକୁ ସୋମବାର ଦିନ ଆରମ୍ଭ କରନ୍ତୁ। ଏହା ଦ୍ୱାରା ଆସୁଥିବା ସଂକଟ ଦୂର ହୋଇଥାଏ।

ଶିବଙ୍କ କୃପା ପାଇବା ପାଇଁ କଣ କରିବେ ଜାଣନ୍ତୁ

ସୋମବାର ସକାଳେ, ଶିବ ମନ୍ଦିରକୁ ଯାଇ ଶିବଲିଙ୍ଗ ଅଭିଷେକ କରାନ୍ତୁ। ଏହି ସମୟରେ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ। ଏହା ସହିତ, ୨୧ଟି ବେଲ ପତ୍ରରେ ‘ଓଁ ନମଃ ଶିବାୟ’ ଲେଖି ଶିବଙ୍କୁ ଅର୍ପଣ କରନ୍ତୁ। ସନ୍ଧ୍ୟାରେ ମନ୍ଦିରରେ ୧୧ ଟି ଘିଇର ଦୀପ ଜାଳନ୍ତୁ।

ବିବାହରେ ଆସୁଥିବା ବାଧା ଦୁର କରିବା ପାଇଁ କରନ୍ତୁ ଉପାୟ

ଅବିବାହିତ ଲୋକମାନେ ପ୍ରତି ସୋମବାର ଶିବ ମନ୍ଦିରକୁ ଯାଇ ଶିବଲିଙ୍ଗ ଉପରେ କେଶର ମିଶ୍ରିତ କ୍ଷୀର ଚଢାନ୍ତୁ। ଏହା ପରେ ଦେବୀ ପାର୍ବତୀଙ୍କୁ ପୂଜା କରନ୍ତୁ। ଏହି ଉପାୟ ଦ୍ୱାରା ବିବାହରେ ଥିବା ପ୍ରତିବନ୍ଧକ ଦୁର ହୋଇଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.