କୁବେର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ର ଗିରଫ, କିଛି ସମୟ ପରେ କରାଯିବ କୋର୍ଟ ଚାଲାଣ

କେନ୍ୟୁଜ୍(ବ୍ୟୁରୋ):  କୁବେର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆଉ କିଛି ସମୟ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ । ଗତକାଲି ତାଙ୍କ ଘର ସମେତ ୧୩ଟି ସ୍ଥାନରେ ରେଡ୍‌ କରିଥିଲା ଭିଜିଲାନ୍ସ । ୨୨ ଘଣ୍ଟା ଧରି ଚାଲିଥିଲା ଚଢ଼ାଉ । ୨୨ କୋଟିର ଅଧିକ ସଂପତ୍ତି ଠାବ ହୋଇଛି । ଭୁବନେଶ୍ୱର ମନୋରମା ଇଷ୍ଟେଟ୍‌ରେ ଥିବା 3 BHK ଫ୍ଲାଟର ମୂଲ୍ୟ ୮୦ ଲକ୍ଷ ଟଙ୍କା ।

ଭୁବନେଶ୍ୱର ଓ ଯାଜପୁରରେ ୪ଟି ପ୍ଲଟ ଠାବ ହୋଇଛି । ବିଭିନ୍ନ ବ୍ୟାଙ୍କରେ ଅଛି ୪୩ ଲକ୍ଷ ୩୨ହଜାରରୁ ଅଧିକ ଟଙ୍କାର ଫିକ୍ସଡ୍‌ ଡିପୋଜିଟ୍‌ । ୪୪ ଲକ୍ଷ ଟଙ୍କାର ବୀମା ରହିଛି । ନଗଦ ୫ ଲକ୍ଷ ୨୭ ହଜାର ଟଙ୍କା ଓ ୧୬ ଲକ୍ଷ ୮୫ ହଜାର ଟଙ୍କାର ସୁନା ଜବତ ହୋଇଛି । BMW କାର ଦାମ୍‌ କୋଟିଏ ୨୦ ଲକ୍ଷ ଟଙ୍କା । କ୍ରେଟା କାରର ଦାମ ୧୭ ଲକ୍ଷ ଟଙ୍କା । ସବୁ ଗାଡ଼ିରେ ସ୍ପେଶାଲ ନମ୍ବର ରହିଛି । ଦେଢ଼ ଲକ୍ଷ ଟଙ୍କାର ବିଦେଶୀ କୁକୁର ପାଳିଛନ୍ତି ତ୍ରିନାଥ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.