ଯାଜପୁରର ୫ଟି ବୁଥ କ୍ୟାପଚର କଲେ ଦୁର୍ବୃତ୍ତ: ମତଦାନ ସମ୍ପୂର୍ଣ୍ଣ ବନ୍ଦ 

ଯାଜପୁର ଟାଉନ(କେନ୍ୟୁଜ): ଯାଜପୁର ବ୍ଲକ ର ୫ଟି ବୁଥ ଜବର ଦଖଲ ଫଳରେ ମତଦାନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସୁଜନପୁର ପଂଚାୟତର ୧ ନମ୍ବର, ଏରବାଙ୍କ ପଂଚାୟତର ଦୁଇ ଓ ୩ ନମ୍ବର ,ରୁଦ୍ରପୁର ପଞ୍ଚାୟତ ର ୪ ଓ ୫ ନମ୍ବର ବୁଥକୁ କେତେକ ଦୁର୍ବୃତ୍ତ ଜବର ଦଖଲ କରିଥିବା ଅଭିଯୋଗ ହୋଇଛି। ସୁଜନପୁର ପଂଚାୟତ ର ୧ ନମ୍ବର ବୁଥକୁ ଭଙ୍ଗାରୁଜା କରି ବାଲଟ ପେପରକୁ ଲୁଟି ନେଇଛନ୍ତି। ଏରବାଙ୍କ ପଂଚାୟତର ୨ ଓ ୩ ନମ୍ବର ବୁଥ ଅଂଚଳରେ ବୋମାମାଡ଼ ସହିତ ହିଂସାକାଣ୍ଡ ହୋଇଛି।

ରୁଦ୍ରପୁର ପଂଚାୟତ ବୁଥ ଏକ ସଂଗେ ଏକାଧିକ ଭୋଟର ବାଲଟ ବାକ୍ସରେ ଭୋଟ ଦେଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ସେପଟେ ହିଂସାକାଣ୍ଡ ଘଟିଥିବା ବୁଥ ଗୁଡିକରେ ଭୋଟ୍ ଗ୍ରହଣ ବନ୍ଦ ରହିଛି। ହିଂସାକାଣ୍ଡରେ ସାମିଲ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ବିଡିଓ ସୂଚନା ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.