Below header

କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ: ଅଶୁଭ ନୁହେଁ, ଅତ୍ୟନ୍ତ ଶୁଭଫଳ ବି ଦେଇଥାଏ ଚନ୍ଦ୍ରଗ୍ରହଣ; ଜାଣନ୍ତୁ ଏଥର କେଉଁ ରାଶିଙ୍କୁ ହେବ ଲାଭ, କିଏ ହେବେ ମାଲାମାଲ

ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟ ପରାଗକୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ସାଧାରଣତଃ ଅଶୁଭ ବୋଲି ଧରା ଯାଇଥାଏ। ଏଥିପାଇଁ ଏହି ସମୟରେ କୌଣସି ଶୁଭ କାମ କରିବା, ଖାଦପେୟ ଆଦି ସେବନକୁ ବାରଣ କରାଯାଇଥାଏ। ଗ୍ରହଣ ଏବଂ ପରାଗ ଲୋକଙ୍କ ଉପରେ ବଡ଼ ପ୍ରଭାବ ପକାଇଥାଏ। ଜ୍ୟୋତିଷ ଶାସ୍ତ୍ର ମୁତାବକ, ସବୁ ଗ୍ରହଣର ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡ଼ିଥାଏ। ୧୯ ନଭେମ୍ବର କାର୍ତ୍ତିକ ପୂର୍ଣ୍ଣିମାରେ ଲାଗିବାକୁ ଯାଉଛି ବର୍ଷର ଶେଷ ଚନ୍ଦ୍ରଗ୍ରହଣ। ଏହି ଗ୍ରହଣ ସବୁଠାରୁ ଲମ୍ବା ଚନ୍ଦ୍ରଗ୍ରହଣ ହେବ। ଏହି ବିରଳ ମହାଜାଗତିକ ଘଟଣା ୫୮୦ ବର୍ଷରେ ପ୍ରଥମ ଥର ଦୃଶ୍ୟମାନ ହେବାକୁ ଯାଉଛି। ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିକୋଣରୁ ଏହି ଚନ୍ଦ୍ରଗ୍ରହଣ ଅଧିକ ଗୁରୁତ୍ୱ ବହନ କରୁଛି। ଏହି ଦୁର୍ଲ୍ଲଭ ଘଟଣା ପୂର୍ବୋତ୍ତର ଭାରତର କିଛି ଅଞ୍ଚଳରେ ଦେଖାଯିବ। ଅରୁଣାଚଳ ପ୍ରଦେଶ ଓ ଆସାମର କିଛି ଅଞ୍ଚଳରେ ଲୋକେ ଏହାକୁ ଦେଖି ପାରିବେ। ଏମ୍‌ପି ବିର୍ଲା ପ୍ଲାନେଟାରିୟମର ରିସର୍ଚ୍ଚ ଆଣ୍ଡ ଏକାଡେମିକ୍ ନିର୍ଦ୍ଦେଶକ ଦେବୀପ୍ରସାଦ ଦୁଆରୀ କହିଛନ୍ତି, ଏହି ଆଶିଂକ ଚନ୍ଦ୍ରଗ୍ରହଣ ଦ୍ୱିପ୍ରହର ୧୨ଟା ୪୮ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୪ଟା ୧୭ରେ ଶେଷ ହେବ। ଚନ୍ଦ୍ରଗ୍ରହଣର ସମସ୍ତ ରାଶି ଉପରେ ଶୁଭ, ଅଶୁଭ ପ୍ରଭାବ ରହିଛି। କିଛି ରାଶିଙ୍କ ପାଇଁ ଏହି ଗ୍ରହଣ ବହୁତ ଶୁଭ ହେବାକୁ ଯାଉଛି। ଆଜି ଆମେ ଆପଣଙ୍କୁ ସେହି ରାଶିଗୁଡ଼ିକ ବିଷୟରେ କହିବୁ।

ମେଷ: ମେଷ ରାଶିଙ୍କ ପାଇଁ ଏହି ଚନ୍ଦ୍ରଗ୍ରହଣ କ୍ୟାରିୟର ମାମଲାରେ ବହୁତ ଶୁଭ ସାବ୍ୟସ୍ତ ହେବ। ନୂଆ ଅବସର ମିଳି ପାରେ, ଯାହାକି ଆପଣଙ୍କୁ ଭବିଷ୍ୟତରେ ବଡ଼ ଲାଭ ପ୍ରଦାନ କରିବ। ତେଣୁ ଏମିତି ମଉକାକୁ ହାତଛଡ଼ା କରନ୍ତୁ ନାହିଁ।

କନ୍ୟା: କନ୍ୟା ରାଶିର ଲୋକେ ଏହି ଦିନ ବହୁତ ଖୁସି ଅନୁଭବ କରିବେ। ତେଣୁ ଆପଣଙ୍କ ହୃଦୟ ଯାହା କହୁଛି, ତାହାକୁ ଶୁଣନ୍ତୁ ଏବଂ ଆଗକୁ ବଢ଼ନ୍ତୁ। ସଫଳତା ନିଶ୍ଚୟ ମିଳିବ। ଯଦି କେହି ଏହି ଦିନ କୌଣସି ନୂଆ କାମ କରିବାକୁ ଯୋଜନା କରୁଛି, ତା’ ହେଲେ ଏହା ହିଁ ସବୁଠାରୁ ଭଲ ସମୟ ହେବ।

ତୂଳା: ତୂଳା ରାଶିର ଲୋକଙ୍କୁ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ତାଙ୍କ କ୍ୟାରିୟରରେ ବଡ଼ ସଫଳତା ପ୍ରଦାନ କରି ପାରେ। ଲୋକଙ୍କୁ ସେମାନଙ୍କ ପରିଶ୍ରମର ଫଳ ନିଶ୍ଚୟ ମିଳିବ। ଏଥି ସହିତ ଧନ ଲାଭ ମଧ୍ୟ ହେବ, ଯାହାକି ଆର୍ଥିକ ସ୍ଥିତିକୁ ସ୍ୱଚ୍ଛଳ କରିବ। ବାସ୍‌, ଏହି ସମୟରେ ଆପଣଙ୍କୁ ଯୁକ୍ତିତର୍କଠାରୁ ଦୂରେଇ ରହିବାକୁ ପଡ଼ିବ।

କୁମ୍ଭ: ୧୯ ନଭେମ୍ବରର ଚନ୍ଦ୍ରଗ୍ରହଣ କୁମ୍ଭ ରାଶିର ଲୋକଙ୍କୁ ଆର୍ଥିକ ଲାଭ କରେଇବ। ଓ୍ଵାର୍କପ୍ଲେସ୍‌ରେ ନୂଆ ଦାୟିତ୍ୱ ମିଳି ପାରେ ଏବଂ ଏହାକୁ ଆପଣ ଭଲ ଭାବରେ ନିଭାଇବେ। ପରିଶ୍ରମର ଫଳ ମିଳିବ ଏବଂ ପ୍ରଶଂସା ମଧ୍ୟ ମିଳିବ।

ମୀନ: ମୀନ ରାଶିର ଲୋକଙ୍କୁ କ୍ୟାରିୟରରେ ସଫଳତା ମିଳିବ। ଆପଣ ଭଲ କାମ କରିବେ ଏବଂ ପ୍ରଶଂସା ପାଇବେ। ମାମଲା ପ୍ରମୋଶନ ଏବଂ ଇନ୍‌କ୍ରିମେଣ୍ଟ ପର୍ଯ୍ୟନ୍ତ ଯାଇପାରେ। ଧନ ଲାଭ ହେବ। ପୁରୁଣା କରଜ ମଧ୍ୟ ଶୁଝି ପାରିବେ।

ଚନ୍ଦ୍ରଗ୍ରହଣ ସମୟରେ ଏହି କଥା ଉପରେ ରଖନ୍ତୁ ଧ୍ୟାନ

-ଗ୍ରହଣ ଲାଗିଥିବା ସମୟରେ କିଛି ଖାଆନ୍ତୁ କି ପିଅନ୍ତୁ ନାହିଁ। ଯେତେ ସମ୍ଭବ ହୋଇପାରେ ଭଗବାନଙ୍କ ଆରାଧନା କରନ୍ତୁ।

-ରନ୍ଧା ଯାଇଥିବା ଖାଦ୍ୟରେ ତୁଳସୀ ପତ୍ର ପକାଇ ଦିଅନ୍ତୁ।

-ଗ୍ରହଣ ପରେ ସ୍ନାନ ନିଶ୍ଚୟ କରନ୍ତୁ।

-ଘରେ ଗଙ୍ଗାଜଳ ସିଞ୍ଚନ କରନ୍ତୁ।

-ଗର୍ଭବତୀ ମହିଳାମାନେ ଗ୍ରହଣ କାଳରେ ଘରୁ ବାହାରକୁ ବାହାରନ୍ତୁ ନାହିଁ।

-ଚନ୍ଦ୍ରଗ୍ରହଣ ସମୟରେ ହନୁମାନ ଚାଳିଶା, ବିଷ୍ଣୁ ସହସ୍ରନାମ, ଦୁର୍ଗା ଚାଳିଶା ଏବଂ ଶ୍ରୀମଦ୍ ଭଗବତ୍ ଗୀତା ପାଠ କରିବା ଉତ୍ତମ ହୋଇଥାଏ। ତେଣୁ ପୂରା ଚନ୍ଦ୍ରଗ୍ରହଣରେ ଏଗୁଡ଼ିକୁ ଅବଶ୍ୟ ପାଠ କରନ୍ତୁ।

-ଚନ୍ଦ୍ରଗ୍ରହଣର ସମାପ୍ତି ପରେ ଦାନ ଦେବାର ନିୟମ ରହିଛି। ଏଥିରେ ଅଟା, ଚାଉଳ, ଚିନି, ବିରି ଡାଲି, କଳା ରାଶି, କଳା ବସ୍ତ୍ର ଆଦି ଦାନ କରିବା ଭଲ ହୋଇଥାଏ। ଏଥିରେ ଚନ୍ଦ୍ରଗ୍ରହଣର ପ୍ରଭାବ କମି ଯାଇଥାଏ।

-ଚନ୍ଦ୍ରଗ୍ରହଣ ସହ ସମ୍ବନ୍ଧିତ ମନ୍ତ୍ର ଏବଂ ରାହୁ-କେତୁ ସହ ସମ୍ବନ୍ଧିତ ମନ୍ତ୍ରଗୁଡ଼ିକୁ ଉଚ୍ଚାରଣ କରିବା ଉଚିତ।

-ମନରେ ନିଜ ଇଷ୍ଟ ଦେବଙ୍କ ନାମ ନିଅନ୍ତୁ ଏବଂ ତାଙ୍କୁ ଆରାଧନା କରନ୍ତୁ।

-ଏହି ସମୟରେ କୌଣସି ବି ମାଙ୍ଗଳିକ କାର୍ଯ୍ୟ କି ପୂଜାପାଠ କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.