Below header

ପୁରୀର ନାମ ପରିବର୍ତ୍ତନକୁ ନେଇ ବିବାଦ ଥମିନି କିନ୍ତୁ ରେଳଷ୍ଟେସନ ନାମ ବଦଳାଇବାକୁ ଦାବି କଲେଣି ବିଭିନ୍ନ ସଂଗଠନ ଓ ବିଧାୟକ

ପୁରୀ(କେନ୍ୟୁଜ୍): ପ୍ରଥମେ ପୁରୀର ନାମ ପରିବର୍ତ୍ତନକୁ ନେଇ ବିବାଦ । ଏବେ ପୁରୀ ରେଳଷ୍ଟେସନ ନାମ ବଦଳାଇବାକୁ ଦାବି । ଏନେଇ ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଶ୍ରୀଜଗନ୍ନାଥ ସେନା, ପୁରୀ ଏବଂ ବ୍ରହ୍ମଗିରି ବିଧାୟକ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମଧ୍ୟ ନାମ ପରିବର୍ତ୍ତନ ସପକ୍ଷରେ ରେଳମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।

ଅନ୍ୟପକ୍ଷରେ ପୁରୀର ନାମ ପରିବର୍ତ୍ତନ ହେଲେ ଅନେକ ସମସ୍ୟା ଉପୁଜିବ ବୋଲି କିଛି ସଙ୍ଗଠନ ଓ ବୁଦ୍ଧିଜୀବୀ ମତ ଦେଇଛନ୍ତି । ଏହି ଦାବି ଅମୂଳକ ବୋଲି କହିଛନ୍ତି । ସେପଟେ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ସବୁ ପକ୍ଷଙ୍କ ସହ ଆଲୋଚନା କରି ରାଜ୍ୟ ସରକାରଙ୍କୁ ଅବଗତ କରିଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

bjp 2

ଗତକାଲି ନୂଆଦିଲ୍ଲୀରେ ରାଜ୍ୟ ବିଜେପିର ଏକ ପ୍ରତିନଧି ଦଳ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଛନ୍ତି । ଏମାନଙ୍କ ମଧ୍ୟରେ ଥିଲେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ତାଙ୍କ ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ବିଜେପି ସଂପାଦକ ଟଙ୍କଧର ତ୍ରିପାଠୀ, ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପ୍ରମୁଖ।   କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ବିଜେପି ପ୍ରତିନିଧି ଦଳ ‘ପୁରୀ’ ରେଳଷ୍ଟେସନର ନାମ ପରିବର୍ତ୍ତନ କରି ‘ ଶ୍ରୀ ଜଗନ୍ନାଥ ଧାମ ପୁରୀ’ କରିବା ପାଇଁ ଦାବି କରିଛି। କେନ୍ଦ୍ରମନ୍ତ୍ରୀ ଏନେଇ ସାକାରାତ୍ମକ ପଦକ୍ଷେପ ନେବା ସହ ରାଜ୍ୟ ସରକାର ଏଦିଗରେ କେନ୍ଦ୍ରସରକାରଙ୍କ ନିକଟରେ ଦାବି ରଖନ୍ତୁ  ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ପ୍ରତିକ୍ରିୟା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.