କାନ୍ଥ ବାଡ଼ ଡେଇଁ ଛୁ’ ମାରିଲା ହାତୀ, ଦେଖନ୍ତୁ ମଜାଦାର ଭିଡିଓ

ହାତୀ ଏକ ଓଜନିଆ ଜୀବ ବୋଲି ଆମେ ସମସ୍ତେ ଜାଣୁ। ମୋଟା ହୋଇଥିବାରୁ ଏହା ଡିଆଁ କୁଦା କରିପାରେ ନାହିଁ କି କେଉଁଠି ଚଢ଼ିପାରିନଥାଏ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଏମିତି ହାତୀର ଭିଡିଓ ଭାଇରାଲ ହେଉଛି, ଯିଏ ମଣିଷ ଭଳି ଏକ କାନ୍ଥ ଉପରେ ଚଢ଼ି ଆରପଟକୁ ଚାଲିଯାଉଛି। ହାତୀଟି ଏଭଳି ଟେକ୍ନିକ ବ୍ୟବହାର କରି କାନ୍ଥ ପାର ହେଉଛି ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ପ୍ରଥମେ ଦେଖନ୍ତୁ ଭିଡିଓ:


ଭିଡିଓରେ ଦେଖାଯାଉଛି ଯେ ହାତୀଟି ଏକ କାଠର ବାଡ଼ ଏ ପଟରେ ଠିଆ ହୋଇଛି। ତାର ହଠାତ୍‌ କ’ଣ ମନ ହେଉଛି କେଜାଣି ସେ କାନ୍ଥ ଡେଇଁବାକୁ ଇଚ୍ଛା କରୁଛି। ପ୍ରଥମେ ସେ ଗୋଟିଏ ଗୋଡ଼କୁ କାନ୍ଥ ଉପରେ ଥୋଉଛି। କିନ୍ତୁ ଜାଣୁଛି ଯେ କାନ୍ଥଟି ତା’ ଗୋଡ଼ର ଉଚ୍ଚତାଠାରୁ ଅଧିକ ଅଛି। ଏଣୁ ସେ ତା ଉପରେ ଚଢ଼ି ପାର ହେବାକୁ ମନସ୍ଥ କରୁଛି। ଆଉ ତା’ ପରେ ଦେଖୁ ଦେଖୁ ସେ କାନ୍ଥ ଉପରେ ଚଢ଼ି ଆରପଟରୁ ଚାଲିଯାଉଛି। ଭିଡିଓଟି ବେଶ୍‌ ମଜାଳିଆ ଲାଗୁଛି।

ଏହି ଭିଡିଓକୁ ଟ୍ଵିଟରରେ ସେୟାର କରାଯାଇଛି। ଟ୍ଵିଟର ୟୁଜର ତଥା ଆଇଏଏସ୍‌ ସୁପ୍ରିୟା ସାହୁ ଏହି ଭିଡିଓକୁ ଟ୍ଵିଟରରେ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ‘ସ୍ପିଚ୍‌ଲେସ୍‌’। ଏବେ ଯାଏଁ ଏହି ଭିଡିଓକୁ ୨ ଲକ୍ଷ ୩୫ ହଜାରରୁ ଊର୍ଦ୍ଧ୍ୱ ଥର ଦେଖାସରିଲାଣି। ସେହିଭଳି ୧୯ ହଜାର ଲୋକ ଏଥିରେ କମେଣ୍ଟ ଦେଇଛନ୍ତି ଓ ୨୭୦ରୁ ଅଧିକ କମେଣ୍ଟ କରିଛନ୍ତି।

ଆଇଏଫ୍‌ଏସ୍‌ ଅଫିସର ସୁଧାରମଣ ମଧ୍ୟ ଟ୍ଵିଟରରେ ଏହି ସୁନ୍ଦର ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ କ୍ୟାପସନ୍‌ ଲେଖିଛନ୍ତି ‘କୌଣସି ଜିନିଷ ଆପଣଙ୍କ ରାସ୍ତା ଅଟକାଇପାରିବ ନାହିଁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.