Below header

ଗଛରେ ଉପରେ ଚାଲିଛି ଚୋର-ପୋଲିସ ଖେଳ, ମଜା ନେବା ପାଇଁ ଦେଖନ୍ତୁ ଏହି ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ ରୋଚକପୂର୍ଣ୍ଣ ତଥା ମଜାଦାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓଟିକୁ ଯଦି ଦେଖିବେ ତେବେ ଜାଣି ପାରିବେ ଏକ ବିରାଟ କାୟ ଗଛ ମୂଳରେ କିଛି ପୋଲିସ କର୍ମୀ ଛିଡା ହୋଇଛନ୍ତି । ଆଉ ଗଛ ଉପରେ ଏକ ବ୍ୟକ୍ତି ଚଢ଼ିଛି । ହୁଏତ ପୋଲିସ ଠାରୁ ରକ୍ଷା ପାଇବା ପାଇଁ ବ୍ୟକ୍ତିଟି ଭୟରେ ଗଛ ଉପରେ ଚଢି ଯାଇଛି । କାରଣ ଯେବେ ଜଣେ ପୋଲିସ ତା ନିକଟକୁ ଯିବାକୁ ଚେଷ୍ଟା କରୁଛନ୍ତି ବ୍ୟକ୍ତିଟି ଆହୁରି ଆହୁରି ଉଚ୍ଚାକୁ ଚଢି ଚଢି ଚାଲିଛି । ତଳେ ଛିଡ଼ା ହୋଇଥିବା ପୋଲିସ ଠାରୁ ପ୍ରାଣପଣେ ଖସି ଯିବାକୁ ଚେଷ୍ଟା କରୁଛି ବ୍ୟକ୍ତିଟି । ନିଶ୍ଚୟ କୌଣସି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ହିଁ ପୋଲିସ ତାର ପିଛା କରୁଛନ୍ତି । ଘଟଣାଟି ପ୍ରକୃତରେ କେବେ ଓ କେଉଁଠି ଘଟିଛି ସ୍ପଷ୍ଟ ହୋଇନଥିଲେ ମଧ୍ୟ ଭିଡିଓଟି ଲୋକଙ୍କୁ ଖୁବ ପସନ୍ଦ ଆସିଥିବା ଜଣାଯାଇଛି । ଏହାର ଭରପୁର ମଜା ନେଉଛନ୍ତି ଦର୍ଶକ । ଏମିତିରେ ଘଟଣାଟି ଖୁବ ସାଧାରଣ । କିନ୍ତୁ ଚୋର, ପୋଲିସର ଏହି ଲୁଚା ଛପା ଖେଳ ଲୋକଙ୍କୁ ଖୁବ ପସନ୍ଦ ଆସିଛି ।

ଭିଡିଓଟିକୁ ଆଇପିଏସ ଅଫିସର ଦୀପାଆଁଶୁ କାବରା ଟ୍ୱିଟରରେ ସେୟାର କରିଥିବା ବେଳେ ଏହାର କ୍ୟାପ୍ସନରେ ଲେଖିଛନ୍ତି” ନିଜକୁ ରକ୍ଷା କରିବା ପାଇଁ ଲୋକଟି ଜେଣ ତେଣ ଭାବେ ଗଛରେ ଚଢ଼ି ଯାଇଛି ସିନା # କିନ୍ତୁ ପୋଲିସ ଵାଲା ତାଙ୍କୁ ଓଲ୍ହାଇ ଦେବେ ।” ଅନେକ ସୋସିଆଲ ମିଡ଼ିଆ ପ୍ଲାଟ୍ଫର୍ମରେ ଏହାକୁ ସେୟାର କରାଯାଇଥିବା ବେଳେ ମାତ୍ର କିଛି ମିନିଟରେ ଏହାକୁ ୬ ହଜାରରୁ ଅଧିକ ଜଣ ଦେଖିଥିବା ବେଳେ ଅନେକ ଜଣ ମଧ୍ୟ ଲାଇକ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.