Below header

ଏବେ ନିଜେ ନେଇପାରିବେ କରୋନା ଟୀକା, ମାତ୍ର ଗୋଟିଏ ଡୋଜ କାଫି

କରୋନା ଭାଇରସ ଭ୍ୟାକସିନ ଉଦ୍ଭାବନ ହୋଇସାରିଲେ ମଧ୍ୟ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି । ଗଲା କିଛି ମାସ ହେବ ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଛି ଏହି ମାରାତ୍ମକ ଭୁତାଣୁ । ଏଭିତରେ ବିଶ୍ୱର କେତେକ ବିଶେଷଜ୍ଞ କିଛି ଭିନ୍ନ ମତ ରଖିଛନ୍ତି । ବୈଜ୍ଞାନିକଙ୍କ ଅନୁଯାୟୀ ଯଦି ଏହି ଭ୍ୟାକସିନକୁ ମୁହଁରେ ନ ଦିଆଯାଇ ନାକରେ ଦିଆଯାଏ ତେବେ ଏହାର ପ୍ରଭାବ ଅଧିକ ରହିବ । କରୋନା ଭ୍ୟାକସିନ ଆମ ଶରୀରର ମ୍ୟୁକୋସା ମାଧ୍ୟମରେ ପ୍ରବେଶ କରୁଥିବା ବେଳେ ମ୍ୟୁକୋସାଲ ମେମ୍ବରେନ ମାଧ୍ୟମରେ ହିଁ ସଂକ୍ରମଣ ବ୍ୟାପିଥାଏ । ତେଣୁ ଅନ୍ୟ କେଉଁ ଉପାୟ ବଦଳରେ ନାକରେ ଟୀକା ଦେଲେ ଅଧିକ ଲାଭଦାୟୀ ହେବ ବୋଲି ଜଣାଯାଇଛି । ନୀତି ଆୟୋଗ ସଦସ୍ୟ ଓ ଭାରତ ବାୟୋଟେକ ବୈଜ୍ଞାନିକ ମଧ୍ୟ ଏହି ଉକ୍ତିକୁ ସମର୍ଥନ ଜଣାଇଛନ୍ତି ।

Bharat Biotech to develop one drop COVID-19 nasal vaccine

pic credit: BioSpectrum India

ଭାରତ ବାୟୋଟେକର ଏମଡ଼ି ଡ଼ି କୃଷ୍ଣ ଏଲ୍ଲାଙ୍କ ଅନୁଯାୟୀ, ପୋଲିଓ ଭଳି ଏହାକୁ ଚାରି ବୁନ୍ଦା କରି ପାଟିରେ ଦିଆଯାଉଛି । ଦୁଇ ନାକ ପୁଡ଼ାରେ ଦୁଇ ବୁନ୍ଦା ଲେଖାଏ ପକାଯାଏ । ନାଜାଲ ଭ୍ୟାକସିନର ଗୋଟିଏ ଡୋଜ ଦେଲେ ଏହା ଲାଭପ୍ରଦ ହୋଇପାରିବ । ଦୁଇଟି ଡୋଜ ନେବା ଆବଶ୍ୟକତା ନାହିଁ । ଡାକ୍ତରଙ୍କ ଅନୁଯାୟୀ ବର୍ତ୍ତମାନ ଦିଆଯାଉଥିବା ଟୀକା ଫୁସଫୁସର ତଳ ଭାଗକୁ ସୁରକ୍ଷା ଦେଉଥିବା ବେଳେ ନାଜାଲ ଭ୍ୟାକସିନ ଫୁସଫୁସକୁ ସମ୍ପୂର୍ଣ୍ଣ ରୂପେ ସୁରକ୍ଷା ଦେବ ।

ନାଜାଲ ଭ୍ୟାକସିନ ବ୍ୟକ୍ତି ଶରୀରକୁ ନାକ ମାଧ୍ୟମରେ ଦିଆଯାଉଥିବା ବେଳେ ମ୍ୟୁକୋସିଲ ମେମ୍ବରେନରେ ଥିବା ଭାଇରସ ପର୍ଯ୍ୟନ୍ତ ପହଞ୍ଚାଇ ଦିଆଯାଏ । ନାଜାଲ ଭେକସିନର କ୍ଲିନିକାଲ ଟ୍ରାଏଲ ପାଇଁ ଏପ୍ରିଲ ମାସରେ ଅନୁମତି ମିଳିଥିଲା । ଏହାର ଆଉ ଏକ ଭଲ ଦିଗ ଯେଉଁ ମାନଙ୍କର ଭ୍ୟାକସିନକୁ ଡର ଥିବ ସେମାନେ ନାଜାଲ ଭ୍ୟାକସିନ ସହଜରେ ନେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.