Below header

୪ ଜିଲ୍ଲାରେ ୫୫୦ କୋଭିଡ ବେଡ୍‌ ବ୍ୟବସ୍ଥା, MCLକୁ କୋଇଲା ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ୪ ଜିଲ୍ଲାରେ ୫୫୦ କୋଭିଡ ବେଡ୍‌ ବ୍ୟବସ୍ଥା। ସମ୍ବଲପୁର,ସୁନ୍ଦରଗଡ଼ ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ ହେବ କୋଭିଡ ବେଡ୍‌। ତୁରନ୍ତ ବ୍ୟବସ୍ଥା କରିବାକୁ MCLକୁ ନିର୍ଦ୍ଦେଶ ଦେଇଛନ୍ତି କୋଇଲା ମନ୍ତ୍ରୀ। କୋଭିଡ ସମୟରେ ଆନୁସଙ୍ଗିକ ସ୍ୱାସ୍ଥ୍ୟ ଉପକରଣ ଯୋଗାଇବାକୁ ଗୁରୁତ୍ୱ ଦେଇଛନ୍ତି। ଗତ ୭ ତାରିଖରେ ଏନେଇ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସମ୍ବଲପୁର ଜିଲ୍ଲାରେ ୧୫୦ଟି ଅକ୍ସିିଜେନ୍‌ ସଂଯୁକ୍ତ ବେଡ୍‌, ସୁନ୍ଦରଗଡର ବସୁନ୍ଧରା ଏବଂ ଝାରସୁଗୁଡ଼ା ବ୍ରଜରାଜନଗରର କୋଭିଡ୍‌ ହସ୍‌ପିଟାଲରେ ୫୦ଟି ଲେଖାଏଁ ଅକ୍ସିଜେନ୍‌ ସଂଯୁକ୍ତ ବେଡ୍‌ ପ୍ରତିଷ୍ଠା କରିବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଥିଲେ।

ଝାରସୁଗୁଡ଼ା ଲଖନପୁର କୋଭିଡ୍‌ ହସ୍‌ପିଟାଲ ଓ ଅନୁଗୁଳ ଜିଲ୍ଲା ତାଳଚେର MCLର କୋଭିଡ୍‌ ହସ୍‌ପିଟାଲରେ ୧୫୦ ଲେଖାଏଁ ଅକ୍ସିଜେନ୍‌ ସଂଯୁକ୍ତ ବେଡ୍‌ , ଆଇସିୟୁ ଏବଂ ଭେଣ୍ଚିଲେଟର ବ୍ୟବସ୍ଥା କରିବା ପାଇଁ ଚିଠି ଲେଖିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ ପରେ ଝାରସୁଗୁଡ଼ା ଲଖନପୁର ହସ୍‌ପିଟାଲରେ ୨୦ଟି ଆଇସିୟୁ ସମେତ ୧୨୦ଟି ବେଡ୍‌ ବ୍ୟବସ୍ଥା କରାଯାଇଛି। ଓଡ଼ିଶାରେ କୋଭିଡ୍‌ ପରିଚାଳନାରେ ୧୪୦କୋଟି ଟଙ୍କା ଖର୍ଚ୍ଚ କଲାଣି MCL।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.