ମାସ୍କ କିଣିବାକୁ ଟଙ୍କା ନଥିବାରୁ ମୁହଁରେ ଦଉଡ଼ି ତିଆରି ତୁଣ୍ଡି ବାନ୍ଧିଛନ୍ତି ମହିଳା, ଭାଇରାଲ୍ ହେଉଛି ଭିଡିଓ

ବାଲେଶ୍ଵର: ଯାହାର ଅଛି ସେ ପିନ୍ଧୁଛି ମୋର ନାଇ ମୁଁ କଣ କରିବି ସେଥିପାଇଁ ତୁଣ୍ଡି ପିନ୍ଧିଛି । ବାଲେଶ୍ଵର ଜିଲ୍ଲା ଖାଇର ବ୍ଲକ ଗୋବିନ୍ଦପୁର ଆଦିବାସୀ ସାହିର ଏହି ଭିଡ଼ିଓଟି ବେଶ୍ ଭାଇରାଲ୍ ହୋଇଛି । କାଳେ ମାସ୍କ ନ ପିନ୍ଧିଲେ ପୋଲିସ ଫାଇନ୍ କାଟିବ ସେ ଭୟରେ ମହିଳା ଜଣଙ୍କ ମୁହଁରେ ଦଉଡ଼ିରେ ନିଜେ ତିଆରି କରି ତୁଣ୍ଡି ବାନ୍ଧିଛନ୍ତି ।

ଯାହାକୁ କିଛି ସ୍ଥାନୀୟ ଲୋକ ଦେଖି ତୁଣ୍ଡି ବାବଦରେ ପଚାରିବା ପରେ ମହିଳା ଜଣଙ୍କ ଉତ୍ତର ରଖିଛନ୍ତି ଯେ ସମସ୍ତଙ୍କ ପାଖରେ ଟଙ୍କା ଅଛି ମାସ୍କ କିଣିବା ପାଇଁ କିନ୍ତୁ ପାଖରେ ଟଙ୍କା ନାହିଁ, ତେଣୁ ମୁଁ ପିନ୍ଧୁନି। ଆଜି ଯାଏ ମୋତେ ବି କିଏ ଦେଇ ନାହାନ୍ତି ।

ଗୋଟିଏ ପଟେ ଏ ଭିଡ଼ିଓକୁ ଲକ୍ଷ୍ୟକଲେ ଜଣାପଡ଼ିବ ଯେ ହୁଏତ ମହିଳା ଜଣକ ନିକଟରେ ମାସ୍କ ନାହିଁ, କିନ୍ତୁ ତାଙ୍କୁ ଆଜି ପର୍ଯ୍ୟନ୍ତ କରୋନା କଣ ? ମାସ୍କ କାହିଁକି ପିନ୍ଧାଯାଏ? ସେ ବାବଦରେ କିଛି ଧାରଣା ଅଛି? ଆଜି ଯାଏଁ କାହିଁକି ସଚେତନ କରାଯାଇ ନାହିଁ ତାହା ଏବେ ପ୍ରଶ୍ନବାଚୀ? ଅନ୍ଯପଟେ ଏହି ଭିଜୁଆଲ୍ ଏବେ ଖୁବ୍ ଭାଇରାଲ୍ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.