Below header

୨୮ କୋଟି ଟଙ୍କା ମୂଲ୍ୟର ସୁଟ ପିନ୍ଧି ଆକାଶରେ ଉଡୁଛନ୍ତି ବ୍ୟକ୍ତି, ଲାଗିନି କୌଣସି ମେସିନ  

ବ୍ରିଟେନରେ ଏକ ରୋମାଞ୍ଚକର ଦେଖିବାକୁ ମିଳିଛି । ଯେଉଁଥିରେ ଏକ ବ୍ୟକ୍ତି ବିନା କୌଣସି ମେସିନ ସାହାଯ୍ୟରେ ପବନରେ ଉଡୁଥିବା ନଜର ଆସୁଛନ୍ତି । ସେ ପୁଣି ୧୩୬ କିମି ପ୍ରତି ଘଂଟାରେ । ଯିଏ ତାଙ୍କୁ ଦୂରରୁ ଦେଖିବ ତାକୁ ନିଶ୍ଚିନ୍ତ ରୂପେ ଏକ ପକ୍ଷୀର ଭ୍ରମ ସୃଷ୍ଟି କରିବ । ହଲିଉଡର ଏକ ଫିଲ୍ମ “ଆଇରନ ମ୍ୟାନ”ର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ବ୍ୟକ୍ତିଜଣଙ୍କ ବି ଠିକ ଏମିତି ହିଁ ନଜର ଆସିଥିଲେ । ଏହି ବିଶେଷ ସୁଟରେ ନଜର ଆସୁଥିବା ବ୍ୟକ୍ତି ଜାଣଙ୍କ ହେଉଛନ୍ତି ରିଚାର୍ଡ ବ୍ରାଉନିଙ୍ଗ(ସୁଟ ପିନ୍ଧି ଉଡୁଥିବା) । ତାଙ୍କର ଏହି ସୁଟରେ କୋରାସିଂନ ଫ୍ଲ୍ୟୁଡ ଟର୍ବାଇନ ଇଂଜିନ ଲଗାଯାଇଛି । ଦିଗ ଚିହିଁବା ପାଇଁ ଓ ସ୍ପୀଡ଼ କଣ୍ଟ୍ରୋଲ କରିବା ପାଇଁ ବ୍ରାଉନିଙ୍ଗ ନିଜ ହାତର ବ୍ୟବହାର କରୁଛନ୍ତି ।

 

 

flying man

 

ରିଚାର୍ଡ ବ୍ରାଉନିଙ୍ଗ ନାମକ ଏହି ବ୍ୟକ୍ତି ଜଣଙ୍କ ବୟସ ପାଖାପାଖି ୪୦ ବର୍ଷ ହେବ । ଆଖପାଖ ଅଞ୍ଚଳରେ ତାଙ୍କୁ ଆଇରନ ମ୍ୟାନ ଭାବରେ ଜଣାଯାଏ । ବ୍ରାଉନିଂଗ ୨୦୧୭ ରେ ବିଲଟସାୟାର ସ୍ଥିତ ନିଜ ଘରେ ଗ୍ରାଭିଟି ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ନାମକ ଏକ ଫ୍ଲାଇଙ୍ଗ କମ୍ପାନୀ ଚଳାଉଛନ୍ତି । ଇଂଜିନିୟରିଙ୍ଗ କ୍ଷେତ୍ରରେ ତାଙ୍କର ଏତେ ଦକ୍ଷତା ରହିଛିଯେ ସେ କେବଳ ମାତ୍ର ଇଂଜିନିୟରିଂ ପାଇଁ ହିଁ ଜନ୍ମ ନେଇଛନ୍ତି ବୋଲି ଅନେକେ କୁହନ୍ତି । ଏହା ବ୍ୟତୀତ ସେ ଜଣେ ଅଲଟ୍ରା ମାରାଥନ ଧାବକ ଓ ପୂର୍ବ ମେରିନ ରିସାରବିଷ୍ଟ ମଧ୍ୟ । ଖାଲି ସେ ନୁହେଁ ତାଙ୍କ ପୁରା ପରିବାର ଏକ୍ଷତ୍ରରେ ବେଶ ପାରଙ୍ଗମ । ବ୍ରାଉନିଙ୍ଗଙ୍କ ପିତା ଜଣେ ଏରୋନେଟିକାଲ ଇଂଜିନିୟର ଥିଲେ । ଆଉ ତାଙ୍କ ଅଜା ଏକ ହେଲିକପ୍ଟର ନିର୍ମାଣ କରିଥିଲେ ।

ବ୍ରାଉନିଙ୍ଗଙ୍କ ଏହି ଜେଟ ସୁଟର ଦାମ ପ୍ରାୟ ୨୮ କୋଟି ଟଙ୍କା ହେବ । ବ୍ରାଉନିଙ୍ଗଙ୍କ ଏହି ଅନ୍ଦାଜର ବଲିଉଡର ଅକ୍ଷୟ କୁମାର ବି ପ୍ରଶଂସକ । ଥରେ ବ୍ରିଟେନ ଯାଇଥିବା ସମୟରେ ଅକ୍ଷୟ ଏମିତି ଏକ ସୁଟ ପିନ୍ଧିଥିବା ନଜର ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.