ଧୂମ୍ରପାନ କରି ବ୍ୟକ୍ତି ଲଗାଇଲେ ସାନିଟାଇଜର, ହୁ ହୁ ଜଳିଗଲା ପୂରା କାର

ଆଲକୋହଲ କାରଣରୁ ଏମିତି ଏକ କାରଦୁର୍ଘଟଣା ଘଟିଛି ଯେ ଆପଣ କେତେ ଏଭଳି କଳ୍ପନା ବି କରିନଥିବେ। ଅନ୍ୟ କେଉଁ କାରଣ ପାଇଁ ବି ନୁହେଁ ସାନିଟାଇଜର ଦ୍ୱାରା ହିଁ ଘଟିଛି ଏମିତି ଏକ ଅଘଟଣ। ସୂଚନା ମୁତାବକ ଗୁରୁବାର ଏକ କାରରେ ହ୍ୟାଣ୍ଡ ସାନିଟାଇଜର କାରଣରୁ ନିହାଁ ଲାଗିଯାଇଛି।

କାରରେ ଲାଗିଥିବା ଏହି ନିଆଁ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରୁଥିବା ସମୟରେ ହିଁ ଲାଗିଛି। ଆପଣ ଭାବୁଥିବେ କାରରେ ସାନିଟାଇଜର ବ୍ୟବହାର କଲେ ନିଆଁ କାହିଁକି ଲାଗି। ଆଜ୍ଞା ହଁ କେବଳ ସାନିଟାଇଜର ପାଇଁ ନୁହେଁ ବରଂ କାର ଚାଳକ ଜଣଙ୍କ ସିଗାରେଟ ଟାଣି ଟାଣି ସାନିଟାଇଜର ବ୍ୟବହାର କରୁଥିଲେ। ଯେଉଁ କାରଣରୁ ଭୟଙ୍କର ଅଗ୍ନିକାଣ୍ଡ ଲାଗିଗଲା।

ମଝି ରାସ୍ତାରେ ହୁ ହୁ କାରଟି ଜଳିଯାଉଥିବା ନଜର ଆସିଲା। ସୌଭାଗ୍ୟବସତଃ କାର ଚାଳକ ନିଆଁ ଲାଗିବାର ତୁରନ୍ତ ବରେ ବାହାରକୁ ବାହାରି ଆସିଲେ। ଯାହାପରେ ତାଙ୍କୁ ତୁରନ୍ତ ହସପିଟାଲକୁ ନିଆଗଲା ଏବଂ ଏବେ ତାଙ୍କର ହସପିଟାଲରେ ଚିକିତ୍ସା ଚାଲିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ସାନିଟାଇଜରରେ ଏଥନଲ୍‌ କିମ୍ବା ଇସୋପ୍ରୋପାନୋଲ ରହିଥାଏ ଯାହା ଜ୍ୱଳନଶୀଳ ହୋଇଥାଏ। ତେଣୁ ଏହିସବୁ ସମୟରେଯଥେଣ୍ଟ ସାବଧାନ୍‌ ରୁହନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.