Below header

ମଣିଷ ନୁହେଁ ଦେବତା : ୧୭ ବର୍ଷ ହେବ ଅସହାୟ ଓ ବାସହରାଙ୍କୁ ବାଣ୍ଟୁଛନ୍ତି ମାଗଣାରେ ଖାଇବା

ତାମିଲନାଡୁ ମଦୁରାଇର ଶୈଫଙ୍କ ବଦାନ୍ୟତାର ଏବେ ଘରେ ଘରେ ପ୍ରଶଂସା । ଏହି ବ୍ୟକ୍ତି ଜଣଙ୍କ ଏକ ଟ୍ରଷ୍ଟ ଖୋଲି ଅସହାୟ ଓ ବାସହରାଙ୍କୁ ମାଗଣାରେ ଖାଇବା ବାଣ୍ଟୁଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ, ମୋଟା ଅଙ୍କ ଦରମାର ଚାକିରି ଛାଡି ଏହି ବ୍ୟକ୍ତି, ୧୭ ବର୍ଷ ହେବ ଏହି ସେବା କରୁଛନ୍ତି ।

ନିଜ ପେଟ ପୋଷିବାକୁ ମଣିଷ ସବୁ କିଛି କରିଥାଏ । ଏଥିପାଇଁ ଚାକିରି, ମଜଦୁରୀ, ଏମିତିକି ଭିକ ବି ମାଗେ । ହେଲେ ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯାହାଙ୍କୁ ନିଜ ଠାରୁ ଅନ୍ୟମାନଙ୍କ ପେଟ୍‌ ଚିନ୍ତା ଅଧିକ । ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ତାମିଲନାଡୁ ମଦୁରାଇର ନିବାସୀ ନାରାୟଣ କ୍ରିଷ୍ଣନ । ନାରାୟଣ ଏକ NGO ଖୋଲି ପ୍ରତ୍ୟେକ ଦିନ ଅସହାୟ ଓ ବାସହରାଙ୍କୁ ମାଗଣା ଖାଇବା ବାଣ୍ଟିଥାନ୍ତି । ପ୍ରାୟ ୧୭ ବର୍ଷ ହେବ ସେ ଏହି କାମ କରି ଆସୁଛନ୍ତି ।

narayanan krishnan 3

ନାରାୟଣ କ୍ରିଷ୍ଣନ ପେସ।ରେ ଜଣେ ଶୈଫ୍‌ । ଯିଏ ଏକ ଫାଇଭଷ୍ଟାର ହୋଟେଲରେ କାମ କରୁଥିଲେ । ତାଙ୍କୁ ସ୍ୱିଜରଲ୍ୟାଣ୍ଡରେ ଏକ ଚାକିରି ପାଇଁ ବି ଅଫର୍‌ ମିଳିଥିଲା । ଲକ୍ଷ ଲକ୍ଷ ଟଙ୍କା ଦରମା । ହେଲେ ୨୦୦୨ର ଏକ ଘଟଣା ନାରାୟଣ କ୍ରିଷ୍ଣନଙ୍କୁ ଖୁବ ଆନ୍ଦୋଳିତ କରେ । ଯେବେ ଜଣେ ଅସହାୟର ଭୋକର ଯନ୍ତ୍ରଣାକୁ ଅତି ନିକଟରୁ ଦେଖନ୍ତି ନାରାୟଣ । ସେବେଠାରୁ କ୍ରିଷ୍ଣନ ଗରିବ ଆସହାୟଙ୍କୁ ଖାଇବା ପ୍ରଦାନ କରି ଆସୁଛନ୍ତି ।

narayanan krishnan 2

୨୦୦୩ରେ କ୍ରିଷ୍ଣନ ପ୍ରତିଷ୍ଠା କରିଥିଲେ ଅକ୍ଷୟ ନାମକ ଏକ NGO । ବାର୍ଷିକ ୧୨ ଲକ୍ଷ ଲୋକଙ୍କୁ ମାଗଣା ଖାଇବା ପ୍ରଦାନ କରୁଛି ଏହି ସଂସ୍ଥା । ପ୍ରତ୍ୟେକ ଦିନ ପ୍ରାୟ ୪୦୦ ଲୋକଙ୍କ ପାଇଁ ଏଠି ଖାଇବା ତିଆରି ହୁଏ । ରାସ୍ତାରେ କୌଣସି ଅସହାୟ କି ବାସହରାଙ୍କୁ ଦେଖିଲେ କ୍ରିଷ୍ଣନ ତାଙ୍କ ଟ୍ରଷ୍ଟକୁ ନେଇ ଆସନ୍ତି ଓ ତାଙ୍କୁ ଖାଇବାକୁ ଦେଇଥାନ୍ତି । ୩୮ ବର୍ଷିୟ କ୍ରିଷ୍ଣନ ଏପର୍ଯ୍ୟନ୍ତ ମଦୁରାଇର ଗୋଟିଏ କୋଟିରୁ ବି ଅଧିକ ଲୋକଙ୍କୁ ସକାଳ ଜଳଖିଆ, ଦିପହର ଭୋଜନ ଓ ରାତି ଖାଇବା ପ୍ରଦାନ କରିସାରିଛନ୍ତି ।

narayanan krishnan

କ୍ରିଷ୍ଣନ ଏହି ଅସହାୟଙ୍କ ସବୁ ଯତ୍ନ ନିଅନ୍ତି । ତାଙ୍କ ଚୁଟି କାଟିବା, ଗାଧୋଇ ଦେବାଠୁ ଆରମ୍ଭ କରି ସ୍ୱାସ୍ଥ୍ୟ ପ୍ରତି ବି ଧ୍ୟାନ ରଖନ୍ତି । ନିଜ ଟିମ ସହ ଏକ ଭ୍ୟାନରେ ଯାଇ ଅସହାୟଙ୍କୁ ଖାଇବା ବଣ୍ଟନ ବି କରନ୍ତି । ଗରିବଙ୍କ ପେଟ ପୋଷିବାକୁ କ୍ରିଷ୍ଣନଙ୍କୁ ପ୍ରତ୍ୟେକ ଦିନ ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । ଡୋନେସନରୁ କିଛି ପଇସା ତ ମିଳିଯାଏ । ହେଲେ ଏହା କେବଳ ୨୨ ଦିନ ପର୍ଯ୍ୟନ୍ତ ହିଁ ଅସହାୟଙ୍କ ଭୋକ ମେଣ୍ଟାଇପାରେ । ତେଣୁ କ୍ରିଷ୍ଣନ୍‌ ନିଜ ଘରର ଭଡାରୁ ମିଳୁଥିବା ପଇସାକୁ ଏହି ବେସାହାରାଙ୍କ ପାଇଁ ଖର୍ଚ୍ଚ କରିଥାନ୍ତି।

Narayanan-Krishnan-Achievements

୨୦୧୦ ଆନ୍ତର୍ଜାତିକ ଗଣମାଧ୍ୟମ ସଂସ୍ଥା CNN ପକ୍ଷରୁ ତାଙ୍କୁ ‘ହିରୋଜ୍‌ ଅଫ ଦି ଇୟର’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାପରେ ୩୦ ନଭେମ୍ବର ୨୦୧୩ରେ ଆଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସମାଜସେବା କ୍ଷେତ୍ରରେ ଯୁବ ପୁରସ୍କାର ପ୍ରଦାନ କରାଯାଇଛି । ନାରାୟଣଙ୍କ ଏହି ନିଃସ୍ୱାର୍ଥପର ସେବାକୁ କେବଳ ତାମିଲନାଡୁ ନୁହେଁ ଦେଶବ୍ୟାପୀ ପ୍ରଶଂସା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.